Bihar Politics: ପ୍ରଶାନ୍ତ କୁମାରଙ୍କ ବାବଦରେ ଗୁରୁତ୍ୱପୂର୍ଣ୍ଣ ଖୁଲାସା କଲେ ନୀତିଶ କୁମାର
Advertisement
Article Detail0/zeeodisha/odisha1386009

Bihar Politics: ପ୍ରଶାନ୍ତ କୁମାରଙ୍କ ବାବଦରେ ଗୁରୁତ୍ୱପୂର୍ଣ୍ଣ ଖୁଲାସା କଲେ ନୀତିଶ କୁମାର

Nitish Kumar on Prashant Kishor:  ସଦ୍ୟ ପ୍ରଶାନ୍ତ କିଶୋରଙ୍କ ବାବଦରେ ନୀତୀଶ କୁମାର ଯାହା କହିଛନ୍ତି ତାହା ବିହାର ରାଜନୀତିରେ ସୃଷ୍ଟି କରିଛି ହଟଚମଟ।

Bihar Politics: ପ୍ରଶାନ୍ତ କୁମାରଙ୍କ ବାବଦରେ ଗୁରୁତ୍ୱପୂର୍ଣ୍ଣ ଖୁଲାସା କଲେ ନୀତିଶ କୁମାର

Nitish Kumar expose Prashant Kishor: ନୀତୀଶ କୁମାର ଏବଂ ପ୍ରଶାନ୍ତ କିଶୋରଙ୍କ ମଧ୍ୟରେ ଚାଲିଥିବା ବିବାଦ ବିଭିନ୍ନ ସମୟରେ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରତ୍ୟେକ ଦିନ ବିହାର ମୁଖ୍ୟମନ୍ତ୍ରୀ କିମ୍ବା ନିର୍ବାଚନ ରଣନୀତିକାର କିଛି ନା କିଛି ବୟାନ ଜାରି କରୁଛନ୍ତି। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପ୍ରଶାନ୍ତ କିଶୋରଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଖୁଲାସା କରିଛନ୍ତି। ତାଙ୍କୁ ପଦ ପ୍ରଦାନ କରାଯିବା କଥା ସମ୍ପୂର୍ଣ୍ଣ ଭୁଲ। ମୁଁ ତାଙ୍କୁ କୌଣସି ପଦ ଦେବାକୁ ପ୍ରସ୍ତାବ ଦେଇନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। 

ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ (Election Strategist Prashant Kishor) ବିରୋଧରେ ଏକ ଚାଞ୍ଚଲ୍ୟକର ଅଭିଯୋଗ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର (Bihar CM Nitish Kumar)। ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କଂଗ୍ରେସରେ (Congress) ଜେଡିୟୁକୁ (JDU) ବିଲୟ କରିବାକୁ ଚାହୁଁଥିଲେ ସେ। ଯେତେବେଳେ ବିହାର ମୁଖ୍ୟମନ୍ତ୍ରୀଙ୍କୁ ଏକ ପ୍ରଶ୍ନ କରାଗଲା ଯେ ପ୍ରଶାନ୍ତ କିଶୋର କହିଛନ୍ତି ଯେ ସେ ତାଙ୍କୁ ଏକ ପଦବୀ ଦେବାକୁ ପ୍ରସ୍ତାବ ଦେଇଛନ୍ତି। ଏହା ଉପରେ ଜବାବ ରଖି ନୀତୀଶ କୁମାର କହିଛନ୍ତି ଯେ ଏହା ସମ୍ପୂର୍ଣ୍ଣ ଭୁଲ। ମୁଁ ତାଙ୍କୁ କୌଣସି ପଦ ଦେବାକୁ ପ୍ରସ୍ତାବ ଦେଇନାହିଁ। ସେ ଏପରି କଥାବାର୍ତ୍ତା କରିଥାନ୍ତି। ତାଙ୍କ ମନକୁ ଯାହା ଆସୁଛି ସେ ତାହା କହି ଯାଉଛନ୍ତି। ମୁଁ ତାଙ୍କ ଉପରେ ପ୍ରତିଦିନ କ'ଣ କହିବି।

Also Read: Bihar Politics: ନବମ ଫେଲ ହୋଇ ତେଜସ୍ୱୀ ଯାଦବ ଉପମୁଖ୍ୟମନ୍ତ୍ରୀ, ଆଉ ଆପଣଙ୍କୁ ପୁଅ?

ମୁଖ୍ୟମନ୍ତ୍ର ନୀତିଶ କହିଛନ୍ତି ଯେ ୫ ବର୍ଷ ପୂର୍ବେ କଂଗ୍ରେସରେ ଜେଡିୟୁକୁ ବିଲୟ କରିବାକୁ ଚାହୁଁଥିଲେ ପ୍ରଶାନ୍ତ କିଶୋର। ହେଲେ ମୁଁ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲି। ପ୍ରଶାନ୍ତ କିଶୋର ମୋତେ ଭେଟିବାକୁ ତାଙ୍କ ନିଜ ଆଡୁ ଆସିଥିଲେ। ସେ ଆମ ସହ ରହୁଥିଲେ। ହେଲେ ସେ ଯାହା କହୁଛନ୍ତି ତାହାର କୌଣସି ଅର୍ଥ ନାହିଁ। ସେ ବିଜେପି ଏଜେଣ୍ଡା ଅନୁସରଣ କରୁଛନ୍ତି।

ପୂର୍ବରୁ ମହାମେଣ୍ଟ ସରକାରର ସ୍ଥାୟୀତ୍ୱ ଉପରେ ପ୍ରଶ୍ନ ଉଠାଇଥିଲେ ପ୍ରଶାନ୍ତ କିଶୋର। ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ ବିହାର ରାଜନୀତିରେ ଯାହା ଘଟିଛି ଜାତୀୟ ରାଜନୀତିରେ ତାହାର କୌଣସି ପ୍ରଭାବ ଅନୁଭବ ହେବ ନାହିଁ। ମହାମେଣ୍ଟ ସରକାରର ଉପରେ ସନ୍ଦେହ ପ୍ରକଟ କରି କହିଛନ୍ତି ଯେ ଆସନ୍ତା ବିଧାନସଭା ତଥା ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ଏହା କ୍ଷମତାରେ ରହିବା ଭଳି ମନେ ହେଉନାହିଁ।

Also Read: Bihar Politics: ପ୍ରଶାନ୍ତ କିଶୋରଙ୍କ ଉପରେ କ'ଣ କହିଲେ ନୀତିଶ କୁମାର?

ଏହା ଉପରେ ଜବାବ ରଖିଛନ୍ତି ନୀତିଶ କୁମାର। ଏନେଇ ସେ କହିଛନ୍ତି ତାଙ୍କ କଥାର କୌଣସି ଅର୍ଥ ନାହିଁ। ସେ ବିହାର ବାବଦରେ କ'ଣ ଜାଣିଛନ୍ତି? ଯଦି ସେ କିଛି କହୁଛନ୍ତି, ତାହେଲେ ବୁଝନ୍ତୁ ଯେ ତାଙ୍କ ମନ ବିଜେପି ସହିତ ରହିବ। ଯାହା କେନ୍ଦ୍ରରେ କ୍ଷମତାସୀନ ଦଳକୁ ସାହାଯ୍ୟ କରିବ। ସେ ମୋ ସହିତ ଆସିଲେ ନାହିଁ। ଦେଶରେ ଅନେକ ରାଜନୈତିକ ଦଳ ଅଛି। ସେମାନେ ନିଜର କାମ କରୁଛନ୍ତି। ସେ ବିହାରରେ ଯାହା କରିବାକୁ ଚାହୁଁଛନ୍ତି, ତାହା କରିପାରନ୍ତି। ତାଙ୍କ ବିବୃତ୍ତିର କୌଣସି ଗୁରୁତ୍ୱ ନାହିଁ।