Bihar Politics: ମୁଖ୍ୟମନ୍ତ୍ରୀ ନୀତିଶ କୁାମରଙ୍କୁ ନେଇ ବଡ଼ ବୟାନ ଦେଲେ ମନ୍ତ୍ରୀ ତେଜ ପ୍ରତାପ ଯାଦବ
Advertisement
Article Detail0/zeeodisha/odisha1323594

Bihar Politics: ମୁଖ୍ୟମନ୍ତ୍ରୀ ନୀତିଶ କୁାମରଙ୍କୁ ନେଇ ବଡ଼ ବୟାନ ଦେଲେ ମନ୍ତ୍ରୀ ତେଜ ପ୍ରତାପ ଯାଦବ

Bihar Politics: ବିହାର ଜଙ୍ଗଲ ଏବଂ ପରିବେଶ ମନ୍ତ୍ରୀ ତେଜ ପ୍ରତାପ ଯାଦବଙ୍କ ଏହି ବୟାନ ସେତେବେଳେ ଆସିଛି ଯେତେବେଳେ ଜେଡିୟୁ ପ୍ରତିଷ୍ଠାତା ନୀତିଶ କୁମାର, ଆରଜେଡି ସମେତ ଅନ୍ୟ ୭ ଦଳର ସମର୍ଥନରେ ମହାମେଣ୍ଟ ସରକାର ଗଠନ କରିଛନ୍ତି। 

Bihar Politics: ମୁଖ୍ୟମନ୍ତ୍ରୀ ନୀତିଶ କୁାମରଙ୍କୁ ନେଇ ବଡ଼ ବୟାନ ଦେଲେ ମନ୍ତ୍ରୀ ତେଜ ପ୍ରତାପ ଯାଦବ

Tej Pratap on Nitish Kumar: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତାଙ୍କର ପ୍ରଧାନମନ୍ତ୍ରୀ ପ୍ରାର୍ଥୀତ୍ୱ ବାବଦରେ ଆଭିମୁଖ୍ୟ ସ୍ପଷ୍ଟ କରି ସାରିଛନ୍ତି। ସଦ୍ୟ ଏହି ପ୍ରସଙ୍ଗରେ ବିହାର ଜଙ୍ଗଲ ଏବଂ ପରିବେଶ ମନ୍ତ୍ରୀ ତେଜ ପ୍ରତାପ ଯାଦବ ଶନିବାର ଏକ ବଡ଼ ବୟାନ ଦେଇଛନ୍ତି। ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ମନ୍ତ୍ରୀ ତେଜ ପ୍ରତାପ ଯାଦବ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ତାଙ୍କ ଚାଚା ବୋଲି ବର୍ଣ୍ଣନା କରିଛନ୍ତି। ଏନେଇ କହିଛନ୍ତି ଯେ ସେ ଏବଂ ସମଗ୍ର ଯାଦବ ପରିବାର ତାଙ୍କୁ ପ୍ରଧାନମନ୍ତ୍ରୀ ହେବାରେ ଏବଂ ଲାଲ କିଲ୍ଲାରେ ତ୍ରିରଙ୍ଗା ଉଡାଇବରେ ସାହଯୋଗ କରିବେ। 

ଶନିବାର ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ବିହାର ଜଙ୍ଗଲ ଏବଂ ପରିବେଶ ମନ୍ତ୍ରୀ (Bihar Forest and Environment Minister) ତେଜ ପ୍ରତାପ ଯାଦବ (Tej Pratap Yadav) କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ତଥା ଚାଚା ନୀତୀଶ କୁମାର (Bihar Chief Minister Nitish Kumart) ନିଶ୍ଚିତ ଭାବରେ ଲାଲକିଲ୍ଲାରେ ତ୍ରିରଙ୍ଗା ଉଡାଇବେ। ସେ ହେଉଛି ଆମର ଚାଚା ଏବଂ ଆମେ ହେଉଛୁ ତାଙ୍କ ପୁତୁରା। ଚାଚାଙ୍କୁ ସେହି ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ହେଉଛି ଆମର ଦାୟିତ୍ୱ। ଏହାପୂର୍ବରୁ ମନ୍ତ୍ରୀ ତେଜ ପ୍ରତାପ ଯାଦବଙ୍କ ଭାଇ ତଥା ବିହାର ଉପମୁଖ୍ୟମନ୍ତ୍ରୀ (Bihar Deputy Chief Minister) ତେଜସ୍ୱୀ ଯାଦବ (Tejashwi Yadav) କହିଥିଲେ ଯେ ଯଦି ପ୍ରଧାନମନ୍ତ୍ରୀଙ୍କ ପଦ ପାଇଁ ବିଚାର କରାଯାଏ ତାହେଲେ ନୀତୀଶ କୁମାର ନିଶ୍ଚିତ ଭାବେ ଜଣେ ଶକ୍ତିଶାଳୀ ପ୍ରାର୍ଥୀ ( Prime Minister Candidate) ହୋଇପାରିବେ।

Also Read: Vishnupad Temple Controversy: ମନ୍ତ୍ରୀଙ୍କ ମନ୍ଦିର ଦର୍ଶନକୁ ନେଇ ସରଗରମ ରାଜନୀତି, ମୁହାଁମୁହିଁ ଶାସକ-ବିରୋଧି

ଏହି ବୟାନ ସେତେବେଳେ ଆସିଛି ଯେତେବେଳେ ଜେଡିୟୁ ପ୍ରତିଷ୍ଠାତା ନୀତିଶ କୁମାର (JDU Founder Nitish Kumar) ଆରଜେଡି (RJD) ସମେତ ଅନ୍ୟ ୭ ଦଳର ସମର୍ଥନରେ ମହାମେଣ୍ଟ ସରକାର (Bihar Grand Alliance Govt) ଗଠନ କରିଛନ୍ତି। ବିଜେପି (BJP) ଆଞ୍ଚଳିକ ଦଳ ଭାଙ୍ଗୁଥିବାର ଅଭିଯୋଗ କରି ସେ ଏନଡିଏ ମେଣ୍ଟରୁ (NDA Alliance) ବାହାରି ଯାଇଥିଲେ। ଜେଡିୟୁ, ଆରଜେଡି ବ୍ୟତୀତ କଂଗ୍ରେସ (Congress), ସିପିଆଇଏମ୍ଏଲ୍ (CPIML), ସିପିଏମ୍ (CPM), ସିପିଆଇ (CPI), ହିନ୍ଦୁସ୍ତାନୀ ଆୱାମୀ ମୋର୍ଚ୍ଚା (Hindustani Awam Morcha) ଆଦି ଦଳ ସାମିଲ ରହିଥିବା ମହାଗଠବନ୍ଧନରେ ସାମିଲ ହୋଇଥିଲେ।

Also Read: Bihar Vishnupad Temple: ମନ୍ଦିରରେ ପଶିଗଲେ ଅଣହିନ୍ଦୁ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ବିରୋଧି

ଅଷ୍ଟମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିବା ନୀତୀଶ କୁମାର ମଧ୍ୟ ତାଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀତ୍ୱ ଉପରେ ରଖିଥିବା ପ୍ରତିକ୍ରିୟା ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି। ଏନେଇ ସେ କହିଥିଲେ ଯେ ମୁଁ  ହାତ ଯୋଡ଼ି କହୁଛି ମୋ ପାଖରେ ଏପରି କୌଣସି ବିଚାର ନାହିଁ। ମୋର ଦାୟିତ୍ୱ ହେଉଛି ସମସ୍ତଙ୍କ ପାଇଁ କାମ କରିବା। ମହାଗଠବନ୍ଧନ ସମର୍ଥନରେ ବିହାରରେ ସରକାର ଗଠନ କରିବା ପରେ ନୀତୀଶ କୁମାର ଏକ ୟୁ-ଟର୍ନ୍ ନେଇ କହିଥିଲେ ଯେ ଏତେ ସାରା ଦଳ କହିଛନ୍ତି ଯେ ଆପଣ ବହୁତ ଭଲ ନିଷ୍ପତ୍ତି ନେଇଛନ୍ତି। ମୁଁ ସେମାନଙ୍କୁ ଏହି ଏକତା ବଜାୟ ରଖିବାକୁ କହିଲି। ଯାହା ଫଳରେ ୨୦୨୪ ପର୍ଯ୍ୟନ୍ତ ରାସ୍ତା ସହଜ ହୋଇପାରିବ।