Vinod Kambli: ପୂର୍ବତନ ଭାରତୀୟ କ୍ରିକେଟର ବିନୋଦ କାମ୍ବଲି ଗତ କିଛି ଦିନ ହେବ ଖବରରେ ଅଛନ୍ତି । ଶନିବାର ରାତିରେ କାମ୍ବଲି ହଠାତ୍ ଚେତାଶୂନ୍ୟ ହୋଇ ପଡ଼ିଥିଲେ।
Trending Photos
Vinod Kambli: ପୂର୍ବତନ ଭାରତୀୟ କ୍ରିକେଟର ବିନୋଦ କାମ୍ବଲି ଗୁରୁତର ଅସୁସ୍ଥ ହୋଇପଡିଛନ୍ତି । ତାଙ୍କୁ ଥାଣେର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ନିକଟରେ କାମ୍ବଲି ମୁମ୍ବାଇର ଶିବାଜୀ ପାର୍କରେ ଏକ ପ୍ରତିମୂର୍ତ୍ତି ଉଦଘାଟନୀ ଉତ୍ସବରେ ଯୋଗ ଦେଇଥିଲେ। ଏଥିସହ ସେ ନିଜ ପିଲାଦିନର ବନ୍ଧୁ ସଚିନ ତେନ୍ଦୁଲକରଙ୍କୁ ଭେଟିଥିଲେ । ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ତେବେ ବର୍ତ୍ତମାନ କାମ୍ୱଲିଙ୍କ ଅସୁସ୍ଥତା ଖବର ପାଇବା ପରେ ଅନେକ ଭେଟେରାନ କ୍ରିକେଟର ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଶନିବାର ଦିନ ତାଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥିଲା । ହଠାତ ସେ ଚେତାଶୂନ୍ୟ ହୋଇ ପଡ଼ିଥିଲେ, ଯେଉଁଥିପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
IANS ରିପୋର୍ଟ ଅନୁଯାୟୀ, କାମ୍ବଲି ଥାନେର ପ୍ରଗତି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। କୁହାଯାଉଛି ଯେ, '52 ବର୍ଷ ବୟସ୍କ କାମ୍ବଲିଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି। ନିକଟରେ ବିଶ୍ୱ ଚାମ୍ପିୟନ କପିଲ ଦେବ ଏବଂ ସୁନୀଲ ଗାଭାସ୍କର ତାଙ୍କୁ ଆର୍ଥିକ ସହାୟତା କରିବାକୁ ଇଚ୍ଛା ପ୍ରକାଶ କରିଥିଲେ।
ବିକି ଲାଲୱାନୀଙ୍କ ୟୁଟ୍ୟୁବ୍ ଚ୍ୟାନେଲର ଏକ ସାକ୍ଷାତକାରରେ କାମ୍ବଲି ପୁରା ଘଟଣା ବିଷୟରେ ବର୍ଣ୍ଣନା କରିଥିଲେ । ହଠାତ୍ କେଉଁ ସମସ୍ୟାର ସମ୍ମୁଖୀନ ହୋଇଥିଲେ ସେ ସମ୍ପର୍କରେ କହିଥିଲେ । ତାଙ୍କ କହିବାନୁଯାୟୀ, ସେ ମୂତ୍ର ଜନିତ ସମସ୍ୟାରେ ଆକ୍ରାନ୍ତ ହୋଇଥିଲେ ।
ସଚିନଙ୍କ ସହ ଭିଡିଓ ଭାଇରାଲ ହେବା ପରେ କାମ୍ବଲି ପ୍ରକାଶ କରିଛନ୍ତି ଯେ, 2013 ମସିହାରେ ସଚିନ ତେନ୍ଦୁଲକରଙ୍କଠାରୁ ଆର୍ଥିକ ସହାୟତା ପାଇବା ପରେ ସେ ଦୁଇଟି ହାର୍ଟ ସର୍ଜରୀ କରିଥିଲେ। ଆପଣଙ୍କୁ କହିରଖୁଛୁ ଯେ, କାମ୍ବଲିଙ୍କ ନଅ ବର୍ଷର ଆନ୍ତର୍ଜାତୀୟ କ୍ୟାରିୟରରେ ଭାରତ ପାଇଁ 17 ଟି ଟେଷ୍ଟ ଏବଂ 104 ଟି ODI ମ୍ୟାଚ୍ ଅନ୍ତର୍ଭୁକ୍ତ ରହିଛି । ସେ ଦୁଇଟି ଡବଲ୍ ଶତକ ସମେତ ଚାରିଟି ଟେଷ୍ଟ ଶତକ ହାସଲ କରି ଟେଷ୍ଟରେ କ୍ରମାଗତ ଦ୍ୱିଶତକ ହାସଲ କରିଥିବା ପ୍ରଥମ ଭାରତୀୟ ହୋଇଥିଲେ।
Also Read- Shani- Guru Gochar 2025: ନୂଆ ବର୍ଷରେ ୨ ବଡ଼ ଗ୍ରହଙ୍କ ପ୍ରଭାବରୁ ୪ ରାଶିକୁ ମିଳିବ ଫାଇଦା
Also Read- ୩ ଦିନରେ ସରିବ ବର୍ଷା ଜନିତ କ୍ଷୟକ୍ଷତି ଆକଳନ, ମିଳିବ କ୍ଷତିପୂରଣ- ମନ୍ତ୍ରୀ