Bihar Politics: ଅଭିଯୋଗ ଉପରେ ଅମିତ ଶାହଙ୍କୁ ପାଲଟା ଜବାବ ଦେଲା ଜେଡିୟୁ, ଜାଣନ୍ତୁ କ'ଣ କହିଲା
Advertisement

Bihar Politics: ଅଭିଯୋଗ ଉପରେ ଅମିତ ଶାହଙ୍କୁ ପାଲଟା ଜବାବ ଦେଲା ଜେଡିୟୁ, ଜାଣନ୍ତୁ କ'ଣ କହିଲା

JDU vs BJP:  କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବୟାନକୁ ନେଇ ବିଜେପି ଉଦ୍ଦେଶ୍ୟରେ ପାଲଟା ଜବାବ ଦେଇଛି ଜେଡିୟୁ। 

Bihar Politics: ଅଭିଯୋଗ ଉପରେ ଅମିତ ଶାହଙ୍କୁ ପାଲଟା ଜବାବ ଦେଲା ଜେଡିୟୁ, ଜାଣନ୍ତୁ କ'ଣ କହିଲା

Lalan Singh targets Amit Shah: କ୍ଷମତା ପାଇଁ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପଛ ପଟୁ ଛୁରୀ ମାରିଥିବା ନେଇ କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଆଣିଥିବା ଅଭିଯୋଗ ଉପରେ ଜବାବ ରଖିଛି ଜେଡିୟୁ। ଏନେଇ ଦଳ ପକ୍ଷରୁ କୁହାଯାଇଛି ଯେ, ବିଜେପି ନୀତିଶ କୁମାରଙ୍କୁ ପଛରୁ ଛୁରୀ ମାରିବା ପାଇଁ ଷଡଯନ୍ତ୍ର କରିଛି। 

ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଲଲନ ସିଂହ (JDU National President Lalan Singh) କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ (Union Home Minister Amit Shah) ଉଦ୍ଦେଶ୍ୟରେ ଜବାବ ଦେଇ କହିଛନ୍ତି ଯେ ତାଙ୍କ ଠାରୁ ଆମକୁ କୌଣସି ପ୍ରମାଣପତ୍ରର ଆବଶ୍ୟକତା ନାହିଁ। ଆସନ୍ତା ୨୦୨୪ ଲୋକସଭା ନିର୍ବାଚନରେ ବିଜେପିର ପରାଜୟକୁ ସୁନିଶ୍ଚିତ କରିବା ପାଇଁ ବିଜେପି ମୁକ୍ତ ଭାରତ (BJP Mukt Bharat) ଅଭିଯାନର କେନ୍ଦ୍ର ବିହାରରେ ରହିବ। 

ଗତ ସପ୍ତାହରେ ୨ ଦିନିଆ ବିହାର ଗସ୍ତରେ ଆସି କେନ୍ଦ୍ରମନ୍ତ୍ରୀ ଅମିତ ଶାହ। ଏହି ଅବସରରେ ସେ ରାଜ୍ୟର ପୂର୍ଣ୍ଣିଆ ଜିଲ୍ଲା ଠାରେ ଆୟୋଜିତ ହୋଇଥିବା ଜନ ଭବନ ରାଲିକୁ ସମ୍ବୋଧିତ କରି ଦୁର୍ନୀତି ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ବାବଦରେ ବିହାରରେ କ୍ଷମତାସୀନ ମହାମେଣ୍ଟ ସରକାରକୁ ଟାର୍ଗେଟ କରିଥିଲେ। ଏହି  ପ୍ରସଙ୍ଗରେ ବ୍ୟଙ୍ଗାତ୍ମକ ଶୈଳୀରେ କେନ୍ଦ୍ରମନ୍ତ୍ରୀ ଶାହଙ୍କୁ ଜବାବ ଦେଇ ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷ କହିଛନ୍ତି ଯେ ଯେ ଦୁର୍ନୀତି କରିବା ପରେ ଯଦି କୌଣସି ଲୋକ ବିଜେପି ହାକ ଧରୁଛନ୍ତି ତାହେଲେ ପରିଷ୍କାର ହୋଇ ଯାଉଛନ୍ତି। ଅନ୍ୟପଟେ ବିରୋଧୀ ଦଳ ହେଉଛନ୍ତି ଦୁର୍ନୀତିଗ୍ରସ୍ତ। ବିରୋଧିଙ୍କୁ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ କିମ୍ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଟାର୍ଗେଟ କରାଯାଉଛି। 

Also Read: Bihar Politics: ବୟାନକୁ ନେଇ କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କୁ ଘେରିଲେ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ

ମୁଖ୍ୟମନ୍ତ୍ରୀ ନୀତିଶ କୁମାର କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ କିମ୍ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଭଳି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ଡରନ୍ତି ନାହିଁ। ହେଲେ  କେନ୍ଦ୍ର ସରକାରଙ୍କ ଦ୍ୱାରା କେନ୍ଦ୍ରୀୟ ଏଜେନ୍ସି ର କରାଯାଉଥିବା ଅପବ୍ୟବହାର ହେଉଛି ଚିନ୍ତାର ବିଷୟ।

ନୀତିଶ କୁମାରଙ୍କୁ ଜଣେ କ୍ଷମତାଲୋଭୀ ବୋଲି କେନ୍ଦ୍ରମନ୍ତ୍ରୀ ଶାହଙ୍କ ଅଭିଯୋଗ ଉପରେ ଜବାବ ରଖି  ଜେଡିୟୁ ନେତା ଲଲନ ସିଂହ କହିଛନ୍ତି  ମୁଖ୍ୟମନ୍ତ୍ରୀଙ୍କୁ କୌଣସି ପ୍ରମାଣପତ୍ର ଆବଶ୍ୟକ ନାହିଁ। କାରଣ ବିହାର ବାସୀଙ୍କୁ ମୁଖ୍ୟମନ୍ତ୍ରୀ ବିଗତ ୨୦୦୫ ବର୍ଷରୁ ତାଙ୍କ ପ୍ରମାଣପତ୍ର ଦେଇ ଆସୁଛନ୍ତିୁ। ବିଗତ କିଛି ବର୍ଷ ମଧ୍ୟରେ ସମସ୍ତ ପ୍ରମୁଖ ବିଜେପି ସହଯୋଗୀ ତାଙ୍କ ସହ ସମ୍ପର୍କ ଛିନ୍ନ କରିଥିବାରୁ କେନ୍ଦ୍ରମନ୍ତ୍ରୀ ଶାହ ଏ ବାବଦରେ ବିଚାର କରିବା ଆବଶ୍ୟକ।

ଜେଡିୟୁ ନେତା କହିଛନ୍ତି ଯେ କେନ୍ଦ୍ରମନ୍ତ୍ରୀ ଅମିତ ଶାହାଙ୍କ ରାଲିକୁ ନେଇ ଅନେକ ଦିନ ଧରି ପ୍ରଚାର କରା ଯାଇଥିଲା। ହେଲେ ରାଲିକୁ ସମ୍ବୋଧିତ କରିବା ବେଳେ ସେ କ'ଣ କହିଲେ? ବେରୋଜଗାରୀ ଏବଂ ଦର ଦାମ ଭଳି ସାମ୍ପ୍ରତିକ ଘଟଣାବଳୀ ବାବଦରେ ସେ କୌଣସି କଥା କହିଲେ ନାହିଁ। ଗତ ୨୦୧୪ ଲୋକସଭା ନିର୍ବାଚନରେ ବିଜେପି ପ୍ରତିଶୃତି ଦେଇଥିଲା ଯେ ବାର୍ଷିକ ୨ କୋଟି ରୋଜଗାର ପ୍ରଦାନ କରାଯିବ। ଗୋଟିଏ ପଟେ ଦେଶର ଉଦ୍ୟୋଗପତିଙ୍କ ସମ୍ପତ୍ତି ବଢୁଥିବା ବେଳେ ଅନ୍ୟ ପଟେ ଦେଶର ଅର୍ଥ ବ୍ୟବସ୍ଥା ଏବଂ ଟଙ୍କାର ମୂଲ୍ୟ କମିବାର ଲାଗିଛି। ବିଜେପି ସରକାର ରୋଜଗାର ଯୋଗାଇ ପାରୁନାହିଁ ଅନ୍ୟପଟେ କେହି କେହି ଦିନକୁ ୧୬୦୦ କୋଟି ଟଙ୍କା ରୋଜଗାର କରୁଛନ୍ତି। ବିଜେପି ନେତାଙ୍କ ଘନିଷ୍ଠ ଲୋକ ଦେଶକୁ ଲୁଟିବାରେ ଲାଗିଛନ୍ତି। କେନ୍ଦ୍ରମନ୍ତ୍ରୀ ଶାହ ଏହା ଉପରେ କିଛି କହିବେ?