Bharat Jodo Yatra: 'ମହିଳା ଶସକ୍ତିକରଣ ନାମରେ ବିଜେଡି ନିଜ ଦଳର ସଶକ୍ତିକରଣ କରିବା ଦୁର୍ଭାଗ୍ୟଜନକ'
Advertisement
Article Detail0/zeeodisha/odisha1435599

Bharat Jodo Yatra: 'ମହିଳା ଶସକ୍ତିକରଣ ନାମରେ ବିଜେଡି ନିଜ ଦଳର ସଶକ୍ତିକରଣ କରିବା ଦୁର୍ଭାଗ୍ୟଜନକ'

Odisha Congress on BJD: ବିଜେଡି, ସଶକ୍ତିକରଣ ନାମରେ ମହିଳାମାନଙ୍କୁ ବ୍ୟବହାର କରୁଥିବା ଶରତ ପଟ୍ଟନାୟକ ଅଭିଯୋଗ କରିଛନ୍ତି। ମିଶନ ଶକ୍ତି ମହିଳାମାନଙ୍କୁ ଶସକ୍ତ କରିବା ପରିବର୍ତ୍ତେ ବିଜେଡ଼ି ଦଳର ଭୋଟ ବ୍ୟାଙ୍କ ସୃଷ୍ଟି କରିବା କାର୍ଯ୍ୟରେ ଲାଗିଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ଗୁରୁବାର ବାଲେଶ୍ବର ଠାରେ ଭାରତ ଯୋଡ଼ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

 Bharat Jodo Yatra: 'ମହିଳା ଶସକ୍ତିକରଣ ନାମରେ ବିଜେଡି ନିଜ ଦଳର ସଶକ୍ତିକରଣ କରିବା ଦୁର୍ଭାଗ୍ୟଜନକ'

Odisha Congress on BJD, ବାଲେଶ୍ବର: 'ମହିଳା ସଶକ୍ତିକରଣ ନାମରେ ବିଜେଡି ନିଜ ଦଳର ସଶକ୍ତି କରଣ କରୁଛି।' ଏଭଳି ଅଭିଯୋଗ ପ୍ରଦେଶ କଂଗ୍ରସ କରିଛି। ଗୁରୁବାର ବାଲେଶ୍ବର ଠାରେ ଭାରତ ଯୋଡ଼ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଅବସରରେ ଆୟୋଜିତ ମହିଳା ଗ୍ରୁପମାନଙ୍କ ଏକ ଆଲୋଚନା ସଭାକୁ ପିସିସି ସଭାପତି ଶରତ ପଟ୍ଟନାୟକ ସମ୍ବୋଧିତ କରିଥିଲେ। ଏହି ସଭାରେ ବିଜେଡି, ସଶକ୍ତିକରଣ ନାମରେ ମହିଳାମାନଙ୍କୁ ବ୍ୟବହାର କରୁଥିବା ପଟ୍ଟନାୟକ ଅଭିଯୋଗ କରିଛନ୍ତି।

ବାଲେଶ୍ଵରରେ ଭାରତ ଯୋଡ଼ ପରିବର୍ତ୍ତନ ଯାତ୍ରା ଓଡ଼ିଶା ପରିପ୍ରେକ୍ଷୀରେ ଗୁରୁବାର କଂଗ୍ରେସ ଭବନରେ ଅନୁଷ୍ଠିତ ଏହି ମହିଳା ଗ୍ରୁପ ସହିତ ପିସିସି ସଭାପତି ଶରତ ପଟ୍ଟନାୟକ ଆଲୋଚନା କରିଥିଲେ। ମିଶନ ଶକ୍ତି ମହିଳାମାନଙ୍କୁ ଶସକ୍ତ କରିବା ପରିବର୍ତ୍ତେ ବିଜେଡ଼ି ଦଳର ଭୋଟ ବ୍ୟାଙ୍କ ସୃଷ୍ଟି କରିବା କାର୍ଯ୍ୟରେ ଲାଗିଛି। ଅର୍ଥନୈତିକ ଓ ସାମାଜିକ ଭାବରେ ମହିଳାମାନେ ସଶକ୍ତ ହୋଇ ପାରୁନାହାଁନ୍ତି। ସେମାନଙ୍କ ପାଇଁ ପ୍ରଶିକ୍ଷଣ, ଉତ୍ପାଦନ ଭିତ୍ତିକ ପ୍ରକଳ୍ପ ପ୍ରସ୍ତୁତ କରିବା, ଉତ୍ପାଦିତ ଦ୍ରବ୍ୟର ବିକ୍ରି ପାଇଁ ବଜାର ସୃଷ୍ଟି ଓ ସହଯୋଗ, ସେମାନଙ୍କ ସାମାଜିକ ନିରାପତ୍ତା କ୍ଷେତ୍ରରେ ମିଶନ ଶକ୍ତି ଯେ ବିଫଳ ହୋଇଛି,  ଏକଥା ମହିଳା ମାନେ ପ୍ରକାଶ କରିଥିଲେ।

Also Read: ପିଏମ ମୋଦି ଓ ଶାହଙ୍କୁ ଭେଟିବା ପାଇଁ ଦିଲ୍ଲୀ ଯିବେ ସଞ୍ଜୟ ରାଉତ, ଫଡନାଭିସଙ୍କ ବି କଲେ ପ୍ରଶଂସା

ସଭାରେ ପିସିସି ସଭାପତି ଶରତ ପଟ୍ଟନାୟକ କହିଲେ ଯେ, ମହିଳାମାନଙ୍କୁ ବିଜେଡି ସଂକୀର୍ଣ୍ଣ ରାଜନୈତିକ ସ୍ବାର୍ଥ ପାଇଁ ବ୍ୟବହାର କରିବା ଦୁର୍ଭାଗ୍ୟ ଜନକ। କଂଗ୍ରେସ ହିଁ ମହିଳାମାନଙ୍କ ଅର୍ଥନୈତିକ ଓ ସାମାଜିକ ବିକାଶ ପାଇଁ ମହିଳା ଗ୍ରୁପ ଗଠନ କାର୍ଯ୍ୟ ଆରମ୍ଭ କରିଥିଲା ଯାହା ଆଜି ପଥ ଭ୍ରଷ୍ଟ ହୋଇଛି। ବାଲେଶ୍ଵର ସଂସଦୀୟ କ୍ଷେତ୍ରର ନେତା ନବଜ୍ୟୋତି ପଟ୍ଟନାୟକ ମହିଳାମାନଙ୍କୁ ରାଜନୀତିରୁ ଊର୍ଦ୍ଧ୍ୱକୁ ଯାଇ ନିଜର ବିକାଶ ପାଇଁ ପ୍ରୟାସ କରିବାକୁ ପଟ୍ଟନାୟକ ଆହ୍ବାନ ଦେଇଥିଲେ। କାର୍ଯ୍ୟକ୍ରମରେ କଂଗ୍ରେସ ଦଳର ରାଜ୍ୟ ପ୍ରବକ୍ତା ସୁଦର୍ଶନ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଆଲୋଚନା ସଭାରେ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ପ୍ରଜ୍ଞା ପାରମିତା ମହାନ୍ତି, ନାରୀନେତ୍ରୀ ଅର୍ଚ୍ଚନା ନନ୍ଦୀ, ଜ୍ୟୋସ୍ନା ସେନାପତି, ପ୍ରତିମା ପଣ୍ଡା, ଅଞ୍ଜଳି ପ୍ରଧାନ, ଜୟନ୍ତୀ ନାୟକ, ପୁଷ୍ପାଞ୍ଜଳି ପଣ୍ଡା, ବର୍ଷାରାଣୀ ନାୟକ, ଦମୟନ୍ତୀ ମହାନ୍ତି, ଅଞ୍ଜଳି ପାତ୍ର, ପ୍ରିୟଙ୍କା ମିସ୍ତ୍ରୀ, ସବିତା ବାରିକ ପ୍ରମୁଖ ଭାଗ ନେଇଥିଲେ।

ଏହି କାର୍ଯ୍ୟକ୍ରମ ପୂର୍ବରୁ ବିର୍ଲା ଟାୟାର୍ସର ଛଟେଇ କର୍ମଚାରୀମାନଙ୍କ ସହିତ ରାଜ୍ୟ କଂଗ୍ରେସ ମୁଖିଆ ଆଲୋଚନା କରିଥିଲେ। ବିର୍ଲା ଟାୟାର୍ସ କମ୍ପାନୀ ବନ୍ଦ ହେବା ଓ ୩୦ ମାସ ଧରି ସେମାନେ ଦରମା ନପାଇବା ଜାଣି ସେ ଘୋର ଉଦବେଗ ପ୍ରକାଶ କରିଥିଲେ। ଏହି ପ୍ରସଙ୍ଗକୁ ଆସନ୍ତା ବିଧାନସଭା ଅଧିବେଶନ ବେଳେ କଂଗ୍ରେସର ବିଧାୟକମାନେ ଉପସ୍ଥାପିତ କରିବା ସହିତ ଶ୍ରମିକମାନଙ୍କ ଆନ୍ଦୋଳନ ପାଇଁ ସହଯୋଗ ଦେବେ ବୋଲି ଶରତ ପଟ୍ଟନାୟକ କହିଥିଲେ। ବିର୍ଲା ଟାୟାର୍ସର କର୍ମଚାରୀମାନଙ୍କ ପକ୍ଷରୁ ରବିନାରାୟଣ ପ୍ରଧାନ, ଶ୍ରୀକାନ୍ତ ଦଳେଇ, ଉଦୟଭାନୁ ନାୟକ, ଦୀପକ ନାୟକ, ରଶ୍ମିରଞ୍ଜନ ରାଉତ, ମାନସ ପଣ୍ଡା, ଦୀପକ ପଣ୍ଡା, ଗୁରୁ ପ୍ରସାଦ ଦାସ  ପ୍ରମୁଖ ଯୋଗ ଦେଇ ଆଲୋଚନା କରିଥିଲେ। ଗୁରୁବାର ସକାଳେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସହ ଅନ୍ୟ ଦଳୀୟ ନେତାମାନେ ଝାଡେଶ୍ୱର ମନ୍ଦିର, ଭୁଜାଖିଆ ପିର, ବାପ୍ଟିଷ୍ଟ ଚର୍ଚ୍ଚ ପ୍ରମୁଖ ଧର୍ମପୀଠ ପରିଦର୍ଶନ କରିଥିଲେ।