Maharastra Politics: ଶିବସେନାର 'ଗୋମୂତ୍ର' ରାଜନୀତି, ସିନ୍ଦେଙ୍କ ପୂର୍ବରୁ ଏହି ମନ୍ତ୍ରୀଙ୍କୁ କରାଯାଇଛି ଅପମାନ
Advertisement

Maharastra Politics: ଶିବସେନାର 'ଗୋମୂତ୍ର' ରାଜନୀତି, ସିନ୍ଦେଙ୍କ ପୂର୍ବରୁ ଏହି ମନ୍ତ୍ରୀଙ୍କୁ କରାଯାଇଛି ଅପମାନ

Bal Thackeray memorial purify with gaumutra: ମହାରାଷ୍ଟ୍ରରେ ଉଦ୍ଧବ ଠାକରେ ଓ ଏକନାଥ ସିନ୍ଦେଙ୍କ ଶିବସେନା ମଧ୍ୟରେ ଟକରା ଟକରି ଚାଲିଛି। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଗସ୍ତ ପରେ ବାଲାସାହେବ ଠାକରେଙ୍କ ସ୍ମୃତିପୀଠକୁ ଶିବସେନା ଗୋମୂତ୍ରରେ ଶୁଦ୍ଧ କରିଛି। ୨୦୨୧ ମସିହାରେ ଏମଏସ୍ଏମଇ ଉଦ୍ୟୋଗ ମନ୍ତ୍ରୀ ନାରାୟଣ ରାଣେ, ବାଲାସାହେବ ଠାକରେଙ୍କୁ ଶିବାଜୀ ପାର୍କରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଏହାପରେ ଶିବ ସୈନିକମାନେ ପାର୍କକୁ ଶୁଦ୍ଧ କରିଥିଲେ।

 Maharastra Politics: ଶିବସେନାର 'ଗୋମୂତ୍ର' ରାଜନୀତି, ସିନ୍ଦେଙ୍କ ପୂର୍ବରୁ ଏହି ମନ୍ତ୍ରୀଙ୍କୁ କରାଯାଇଛି ଅପମାନ

Maharastra Politics, ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଗୋମୂତ୍ର ପ୍ରବେଶ କରିଛି। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଗସ୍ତ ପରେ ବାଲାସାହେବ ଠାକରେଙ୍କ ସ୍ମୃତିପୀଠକୁ ଶିବସେନା ଗୋମୂତ୍ରରେ ଶୁଦ୍ଧ କରିଛି। ବୁଧବାର ମୁମ୍ବାଇର ଶିବାଜୀ ପାର୍କରେ ଶିବସେନା ପ୍ରତିଷ୍ଠାତା ସ୍ୱର୍ଗତ ବାଲାସାହେବ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହାର କିଛି ଘଣ୍ଟା ପରେ ଉଦ୍ଧବ ଠାକରେ ଗୋଷ୍ଠୀ 'ଶିବ ସୈନିକ' ଉକ୍ତ ସ୍ଥାନ ପରିଦର୍ଶନ କରିଥିଲେ ଏବଂ ସେଠାରେ 'ଗୋମୂତ୍ର' ଛିଞ୍ଚିଥିଲେ। 

ମହାରାଷ୍ଟ୍ରରେ ଉଦ୍ଧବ ଠାକରେ ଓ ଏକନାଥ ସିନ୍ଦେଙ୍କ ଶିବସେନା ମଧ୍ୟରେ ଟକରା ଟକରି ଚାଲିଛି। ଏକନାଥ ସିନ୍ଦେ ଏବଂ ଅନ୍ୟ ଶିବସେନା ବିଧାୟକ ତଥା ଅନ୍ୟ ନେତାମାନେ ଉଦ୍ଧବ ଠାକରେଙ୍କ ବିରୁଦ୍ଧରେ ବିଦ୍ରୋହ କରିଥିଲେ। ସେହି ବିଦ୍ରୋହ ପାଇଁ ମହାରାଷ୍ଟ୍ରରେ ମହା ବିକାଶ ଅଘାଡି ସରକାରର ପତନ ଘଟିଥିଲା। ବିଜେପିର ସମର୍ଥନରେ ସିନ୍ଦେ ମହାରାଷ୍ଟ୍ରରେ ସରକାର ଗଠନ କରିଛନ୍ତି। ମହାରାଷ୍ଟ୍ରର ବିଂଶତମ ମୁଖ୍ୟମନ୍ତ୍ରୀ ଭାବରେ ସିନ୍ଦେ ଶପଥ ଗ୍ରହଣ କରିଥିବାବେଳେ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି।

Also Read: ବାଲା ସାହେବ ଠାକେରଙ୍କ ସ୍ମାରକୀ ଉପରେ କାହିଁକି ଗୋମୂତ୍ର ସିଞ୍ଚନ କଲା ଉଦ୍ଧବ ଗୋଷ୍ଠୀ?

୨୦୨୧ ମସିହାରେ ଏମଏସ୍ଏମଇ ଉଦ୍ୟୋଗ ମନ୍ତ୍ରୀ ନାରାୟଣ ରାଣେ, ବାଲାସାହେବ ଠାକରେଙ୍କୁ ଶିବାଜୀ ପାର୍କରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଏହାପରେ ଶିବ ସୈନିକମାନେ ପାର୍କକୁ ଶୁଦ୍ଧ କରିଥିଲେ। ଉଦ୍ଧବ ସମର୍ଥିତ ସେନା କର୍ମୀମାନେ ଗୋମୂତ୍ରରେ ଏହି ଅଞ୍ଚଳକୁ ଧୋଇଥିଲେ ଏବଂ ରାଣେ ପୁଷ୍ପମାଲ୍ୟ ଅର୍ପଣ କରିବା ବାଲା ଠାକରେଙ୍କ ଫଟୋକୁ କ୍ଷୀରରେ ଅଭିଷେକ କରିଥିଲେ। ତେବେ ଏହି ଦୃଶ୍ୟ ପୁଣି ଥରେ ଦେଖିବାକୁ ମିଳିଛି। ଏଥର ଗୋମୂତ୍ରରେ ବାଲାସାହେବଙ୍କ ସ୍ମୃତିପୀଠକୁ ଗୋମୂତ୍ରରେ ଶୁଦ୍ଧ କରି ମୁଖ୍ୟମନ୍ତ୍ରୀଙ୍କୁ ଅପମାନ କରାଯାଇଛି।

 

ସୂଚନାଯୋଗ୍ୟ, ଠାକରେ ଏବଂ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧିନ ଦୁଇଟି ଶିବସେନା ଗୋଷ୍ଠୀ ମଧ୍ୟରେ କଳହ ଲାଗିରହିଛି। ଗତ ଅକ୍ଟୋବର ୮ରେ ନିର୍ବାଚନ ଆୟୋଗ, ଶିବସେନାର ନିର୍ବଚନ ଚିହ୍ନ ଧନୁ ଓ ତୀରକୁ ଫ୍ରିଜ୍ କରିଦେଇ ଦୁଇ ଗୋଷ୍ଠୀକୁ ଅନ୍ୟ ମସାଲ ଓ ଚର୍ଚ୍ଚ ଦେଇଛନ୍ତି। ଏହି ସମୟରେ ଉଦ୍ଧବ ଠାକରେ କହିଛନ୍ତି ଯେ, ମହାରାଷ୍ଟ୍ରରେ ଖୁବଶୀଘ୍ର ମଧ୍ୟବର୍ତ୍ତୀକାଳୀନ ବିଧାନସଭା ନିର୍ବାଚନ ହେବାକୁ ଯାଉଛି।