Exit Polls Result 2023: ରାଜସ୍ଥାନରେ BJP କରିପାରେ ପ୍ରତ୍ୟାବର୍ତ୍ତନ, MP ରେ ବଢ଼ିଲା ସମସ୍ୟା, ଏପରି ରହିଛି ଏକଜିଟ୍ ପୋଲର ଫଳାଫଳ
Advertisement

Exit Polls Result 2023: ରାଜସ୍ଥାନରେ BJP କରିପାରେ ପ୍ରତ୍ୟାବର୍ତ୍ତନ, MP ରେ ବଢ଼ିଲା ସମସ୍ୟା, ଏପରି ରହିଛି ଏକଜିଟ୍ ପୋଲର ଫଳାଫଳ

Exit Polls Result 2023: ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ ପାଞ୍ଚଟି ରାଜ୍ୟର ଏହି ବିଧାନସଭା ନିର୍ବାଚନକୁ ମଧ୍ୟ ସେମିଫାଇନାଲ ଭାବରେ ଦେଖାଯାଉଛି । ଯେହେତୁ ଏହି ପାଞ୍ଚଟି ମଧ୍ୟରୁ ଚାରିଟି ବଡ଼ ରାଜ୍ୟ ଓ ସେଠାରେ ସମୁଦାୟ ୮୩ ଟି ଲୋକସଭା ଆସନ ଅଛି, ତେଣୁ ଏହାର ଗୁରୁତ୍ୱ ବଢ଼ିଯାଇଛି ।

 

Exit Polls Result 2023

Exit Polls Result 2023: ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ମିଜୋରାମ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନ ୨୦୨୩ ପାଇଁ ଏକଜିଟ୍ ପୋଲ୍ ଫଳାଫଳ ଆସିବା ଆରମ୍ଭ କରିଛି । ତେଲେଙ୍ଗାନାରେ ମତଦାନ ଗୁରୁବାର ଅପରାହ୍ନ ୫ ଟାରେ ଶେଷ ହୋଇଥିବାବେଳେ ଅବଶିଷ୍ଟ ଚାରିଟି ରାଜ୍ୟ ପାଇଁ ଭୋଟ୍ ହୋଇସାରିଛି । ସମସ୍ତ ପାଞ୍ଚଟି ରାଜ୍ୟର ଫଳାଫଳ ୩ ଡିସେମ୍ବର ରବିବାର ଦିନ ଘୋଷଣା କରାଯିବ । ଏକଜିଟ୍ ସର୍ଭେରୁ ଜଣାପଡିଛି ଯେ ରାଜସ୍ଥାନରେ ବିଜେପି ସରକାର ଗଠନ କରିବାର ସମ୍ଭାବନା ଥିବାବେଳେ ବିଆରଏସ ତେଲେଙ୍ଗାନାରେ କ୍ଷମତାକୁ ଫେରିପାରେ ।

ମଧ୍ୟପ୍ରଦେଶ, ରାଜସ୍ଥାନଓବଂ ଛତିଶଗଡରେ ଭାରତୀୟ ଜନତା ପାର୍ଟି (କଂଗ୍ରେସ) ଏବଂ କଂଗ୍ରେସ ମଧ୍ୟରେ ଜୋରଦାର ଲଢ଼େଇ ହେବ, ତେଲେଙ୍ଗାନା ଓ ମିଜୋରାମରେ ଆଞ୍ଚଳିକ ଦଳ ମଧ୍ୟରେ ଏକ ମଜାଦାର ପ୍ରତିଯୋଗିତା ଦେଖିବାକୁ ମିଳିବ । ୩ ଡିସେମ୍ବରରେ ପାଞ୍ଚଟି ରାଜ୍ୟରେ ଭୋଟ୍ ଗଣିବା ପରେ କେଉଁ ରାଜ୍ୟରେ କେଉଁ ସରକାର ଗଠନ ହେବ ଏବଂ କାହାର ଯାଦୁ କେଉଁଠାରେ କାମ କରିବ ସେନେଇ ପରିସ୍ଥିତି ସ୍ପଷ୍ଟ ହୋଇଯିବ ।

fallback

୫ଟି ରାଜ୍ୟରେ ଏପରି ରହିଛି ଏକଜିଟ୍ ପୋଲର ଫଳାଫଳ

* ଛତିଶଗଡରେ, ଇଣ୍ଡିଆ ଟୁଡେ-ଆକ୍ସିସ୍ ମାଇ ଇଣ୍ଡିଆ ୪୦ରୁ ୫୦ ସିଟ୍, ବିଜେପି ୩୬-୪୬ ସିଟ୍ ଏବଂ ଅନ୍ୟାନ୍ୟ ଦଳ ପାଇଁ ୧ରୁ ୫ଟି ସିଟ୍ ପାଇବା ପୂର୍ବାନୁମାନ କରିଛି ।

* ମଧ୍ୟପ୍ରଦେଶ ପାଇଁ ହୋଇଥିବା ସର୍ଭେରେ ବିଜେପି ୧୧୨ଟି, କଂଗ୍ରେସ ୧୧୩ଟି ଆସନ ଓ ଅନ୍ୟାନ୍ୟ ଦଳ ୪ଟି ସିଟ୍ ପାଇବ ବୋଲି ଆଶା କରାଯାଉଛି ।

* ରାଜସ୍ଥାନ ପାଇଁ ହୋଇଥିବା ସର୍ଭେରେ ବିଜେପି ୧୧୧ ଟି ଆସନ ପାଇବ, କଂଗ୍ରେସ ୭୪ ଟି ଆସନ ପାଇବ ଓ ଅନ୍ୟମାନେ ୧୪ ଟି ଆସନ ପାଇବେ ବୋଲି ଆଶା କରାଯାଉଛି ।

* ତେଲେଙ୍ଗାନା ପାଇଁ ହୋଇଥିବା ସର୍ଭେରେ କଂଗ୍ରେସକୁ ୫୬ଟି ଆସନ, ଭାରତ ରାଷ୍ଟ୍ର ସମିତି (ବିଆରଏସ) ୪୮ଟି ଆସନ ଏବଂ ଅନ୍ୟମାନେ ୦ ଆସନ ପାଇବେ ବୋଲି ଆଶା କରାଯାଉଛି ।

* ଛତିଶଗଡର ସର୍ଭେରେ କଂଗ୍ରେସକୁ ୪୭ଟି ଆସନ, ବିଜେପି ୪୦ଟି ଆସନ ଓ ଅନ୍ୟ ଦଳକୁ ୩ଟି ଆସନ ମିଳିବ ବୋଲି ଆଶା କରାଯାଉଛି ।

* TV9 ମଧ୍ୟପ୍ରଦେଶରେ ବିଜେପି ୧୦୬-୧୧୬ ସିଟ୍, କଂଗ୍ରେସ ୧୧୧-୧୨୧ ଏବଂ ଅନ୍ୟାନ୍ୟ ୦-୬ ସିଟ୍ ପାଇବାକୁ ବିଜେପି ଆକଳନ କରିଛି । ଏଥି ସହିତ ରିପବ୍ଲିକ୍ ଟିଭି ପୂର୍ବାନୁମାନ କରିଛି ଯେ ବିଜେପି ୧୧୮-୧୩୦ଟି ସିଟ୍ ପାଇବ, କଂଗ୍ରେସ ୯୭-୧୦୭ଟି ସିଟ୍ ପାଇବ ଓ ଅନ୍ୟମାନେ ୦-୨ ସିଟ୍ ପାଇବେ ।

fallback

‘ଜନ କି ବାତ’ ଏକଜିଟ୍ ପୋଲ୍ ଅନୁଯାୟୀ ରାଜସ୍ଥାନରେ ବିଜେପି ସରକାର ଗଠନ ହେବାର ସମ୍ଭାବନା ରହି ଛି। ଏକଜିଟ୍ ପୋଲରେ ବିଜେପି ୧୧୧ ଟି ଆସନ, କଂଗ୍ରେସ ୭4 ଏବଂ ଅନ୍ୟାନ୍ୟ ଦଳ ୧୪ଟି ସିଟ୍ ଜିତିବ ବୋଲି ଆଶା କରାଯାଉଛି ।

* 'ଜନ କି ବାତ୍' ଏକଜିଟ୍ ପୋଲରେ ମଧ୍ୟପ୍ରଦେଶରେ ବିଜେପି ଓ କଂଗ୍ରେସ ମଧ୍ୟରେ ଜୋରଦାର ଟକ୍କର ହେବାର ସମ୍ଭାବନା ରହିଛି । ଏହି ଅନୁଯାୟୀ, ବିଜେପି ୧୧୬ଟି, କଂଗ୍ରେସ ୧୧୧ ଓ ଅନ୍ୟମାନେ ୩ଟି ଆସନ ପାଇଥିବାର ଦେଖାଯାଉଛି ।