Supreme Court: ଅଦାଲତରୁ ଆଶ୍ୱସ୍ତି ପାଇଲେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ
Advertisement

Supreme Court: ଅଦାଲତରୁ ଆଶ୍ୱସ୍ତି ପାଇଲେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

UP CM Yogi Adityanath: ବିବାଦୀୟ ଭାଷଣ ଦେବା ମାମଲାରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟରୁ ଆଶ୍ୱସ୍ତି ପାଇଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। 

Supreme Court: ଅଦାଲତରୁ ଆଶ୍ୱସ୍ତି ପାଇଲେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

Uttar Pradesh Chief Minister Yogi Adityanath Get Relief From Supreme Court: ବିବାଦୀୟ ଭାଷଣ ଦେବା ମାମଲାରେ ଅଦାଲତରୁ ଆଶ୍ୱସ୍ତି ପାଇଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ନିର୍ବାଚନ ସମୟରେ ରାଜସ୍ଥାନରେ ବିବାଦୀୟ ଭାଷଣ ଦେବା ମାମଲାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ଦାଏର ହୋଇଥିବା ଆବେଦନକୁ ଖାରଜ କରି ଦେଇଛନ୍ତି ସୁପ୍ରିମକୋର୍ଟ। ନିର୍ବାଚନ ପ୍ରଚାର ସମୟରେ ବିବାଦୀୟ ଭାଷଣ ଦେଇଥିବାରୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ହୋଇଥିଲା ଆବେଦନ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେବା ପାଇଁ ଆବେଦନକାରୀ ଅଦାଲତରେ ଆବେଦନ କରିଥିଲେ। ଆବେଦନକାରୀ ଅଭିଯୋଗ କରିଛନ୍ତି ଯେ ଗତ ୨୦୧୮ ରାଜସ୍ଥାନ ବିଧାନସଭା ନିର୍ବାଚନ ଲାଗି ପ୍ରଚାର ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିବାଦୀୟ ଭାଷଣ ଦେଇଥିଲେ। କୋର୍ଟ ଏହି ଆବେଦନକୁ ଖାରଜ କରିଛନ୍ତି।

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ (Uttar Pradesh Chief Minister Yogi Adityanath) ବିରୋଧରେ ରାଜ୍ୟର ମଉ ଜିଲ୍ଲାର (Mau District) ନବଲ କିଶୋର ଶର୍ମା ନାମକ ବ୍ୟକ୍ତି ଦାଖଲ କରିଥିଲେ। ନ୍ୟାୟମୂର୍ତ୍ତୀ ବିଆର ଗୱଇ ଏବଂ ନ୍ୟାୟମୂର୍ତ୍ତୀ ବିକ୍ରମ ନାଥଙ୍କ ଖଣ୍ଡପୀଠ ଏହି ଆବେଦନ ଉପରେ ଶୁଣାଣି କରୁଥିଲେ। ଶୁଣାଣି ସମୟରେ ବିଚାରପତି କହିଛନ୍ତି ଯେ ସେମାନେ ଏହି ମାମଲାରେ ହସ୍ତକ୍ଷେପ କରିବାକୁ ଚାହୁଁନାହାଁନ୍ତି। ଏଭଳି ମାମଲା କେବଳ ଖବର କାଗଜର ପ୍ରଥମ ପୃଷ୍ଠା ପାଇଁ ଉଦ୍ଦିଷ୍ଟ। ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରାଯାଇଛି।

ଆହ୍ଲାବାଦ ଉଚ୍ଚନ୍ୟାୟାଳୟ ଆଦେଶ ବିରୋଧରେ ଆବେଦନକାରୀ ସୁପ୍ରିମକୋର୍ଟ (Supreme Court) ଠାରେ ଆବେଦନ କରିଥିଲେ। ପୂର୍ବରୁ ଆବେଦନକାରୀଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିବାବେଳେ ଆହ୍ଲାବାଦ 
ହାଇକୋର୍ଟ (Allahabad High Court) ଆବେଦନକାରୀଙ୍କ ଉପରେ ୫୦୦୦ ଟଙ୍କାର ଜୋରିମାନା ମଧ୍ୟ ଲଗାଇଥିଲେ। ଆବେଦନକାରୀ ନବଲ କିଶୋର ଶର୍ମାଙ୍କ କହିବା ଅନୁଯାୟୀ, ଗତ ୨୦୧୮ ନଭେମ୍ବର ୨୩ 
ତାରିଖରେ ରାଜସ୍ଥାନ ଅଲୱାର ଜିଲ୍ଲାରେ (Alwar District of Rajasthan) ନିର୍ବାଚନ ପ୍ରଚାର କରିବା ସମୟରେ ​​ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ (UP CM Yogi Adityanath) ତାଙ୍କର ଧାର୍ମିକ ଭାବନାକୁ ଆଘାତ କରିଛନ୍ତି।

ସୁପ୍ରିମକୋର୍ଟ ଠାରେ ଆବେଦନ କରିବା ପୂର୍ବରୁ ଆବେଦନକାରୀ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ଉତ୍ତର ପ୍ରଦେଶ (Uttar Pradesh) ମଉ ଜିଲ୍ଲା ଅଦାଲତରେ (Mau District Court) ମଧ୍ୟ ଅଭିଯୋଗ କରିଥିଲେ। ଏଠାରେ ମଧ୍ୟ ତାଙ୍କ ଆବେଦନ କୋର୍ଟ ଦ୍ୱାରା ଖାରଜ ହୋଇଯାଇଥିଲା। ଏହା ପରେ ସେ ଆହ୍ଲାବାଦ ହାଇକୋର୍ଟ ପାଖରେ ପହଞ୍ଚିଥିଲେ ଏବଂ ସେଠାରେ ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲେ। ମଉ ଜିଲ୍ଲା ଅଦାଲତ ପରେ ଆହ୍ଲାବାଦ ହାଇକୋର୍ଟ ତାଙ୍କ ଆବେଦନକୁ ଖାରଜ କରି ଦେଇଥିଲେ। ବର୍ତ୍ତମାନ ସୁପ୍ରିମକୋର୍ଟ ମଧ୍ୟ ତାଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି।