Top 10 News: ଚୁଟକିରେ ପଢ଼ନ୍ତୁ ସକାଳର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...
Advertisement
Article Detail0/zeeodisha/odisha2608739

Top 10 News: ଚୁଟକିରେ ପଢ଼ନ୍ତୁ ସକାଳର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...

 Top 10 News: ଚୁଟକିରେ ପଢ଼ନ୍ତୁ ସକାଳର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...

 Top 10 News: ଚୁଟକିରେ ପଢ଼ନ୍ତୁ ସକାଳର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...
1.Donald Trump Oath Take: ନୂଆଦିଲ୍ଲୀ: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ରାଷ୍ଟ୍ରପତି ଭାବରେ ଶପଥ ନେବାକୁ ଯାଉଛନ୍ତି। ଟ୍ରମ୍ପଙ୍କ ଆନୁଷ୍ଠାନିକ ଶପଥ ଗ୍ରହଣ ଉତ୍ସବରେ କନସର୍ଟ ଏବଂ ଏକ ଉତ୍ସବ ପରେଡ୍ ସମେତ ଅନେକ ଆନୁଷ୍ଠାନିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସେ ଆମେରିକାର ୪୭ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବେ। ଆନୁଷ୍ଠାନିକ ଶପଥ ଗ୍ରହଣ ସମାରୋହ ୨୦ ଜାନୁଆରୀ ୨୦୨୫ ଦିନ ମଧ୍ୟାହ୍ନ ୧୨ଟାରେ (ଭାରତୀୟ ସମୟ ପ୍ରାୟ ରାତି ୧୦:୩୦ ରେ) ଅନୁଷ୍ଠିତ ହେବ। ଆମେରିକାର ମୁଖ୍ୟ ବିଚାରପତି ଜନ୍ ରବର୍ଟସ୍ ଟ୍ରମ୍ପଙ୍କୁ ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳ ପାଇଁ ଶପଥ ପାଠ କରାଇବେ।
 
2.Aajira Panipaga: ରାଜ୍ୟରେ କଲବଲ କରୁଛି ଶୀତ। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଶୀତ ଏହିପରି ଭାବେ ଜାରି ରହିବ ଶୀତ। ସେପଟେ ଓଡ଼ିଶାରେ କୁହୁଡ଼ୁ ହେବା ନେଇ ଆଲର୍ଟ ଜାରି କରାଯାଇଛି। ଆସନ୍ତା ୨୪ ଘଣ୍ଟା ପାଇଁ ଘନ କୁହୁଡ଼ି ହେବା ନେଇ ୪ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ବିଭାଗ।।  ଆଜି ଏହି ୪ ଜିଲ୍ଲା କଳାହାଣ୍ଡି, କନ୍ଧମାଳ, ସୁନ୍ଦରଗଡ଼ ଓ ନୟାଗଡ଼ରେ ଘନ କୁହୁଡ଼ି ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। 
 
3.Petrol Diesel Price: ନୂଆଦିଲ୍ଲୀ: ଆଜି ସୋମବାର ଜାନୁଆରୀ ୨୦ ପ୍ରତିଦିନ ଭଳି ଆଜି ମଧ୍ୟ ନୂଆ ତୈଳଦର ଜାରି ହୋଇଛି। ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲର ନୂତନ ମୂଲ୍ୟ ପ୍ରକାଶ ପାଇଛି। ଅଶୋଧିତ ତୈଳର ଆନ୍ତର୍ଜାତୀୟ ମୂଲ୍ୟ ଅନୁଯାୟୀ ଭାରତରେ ଇନ୍ଧନ ମୂଲ୍ୟ ସ୍ଥିର ହୋଇଛି। ଦେଶର କିଛି ସ୍ଥାନରେ ତୈଳ ଦର ସ୍ଥିର ରହିଥିବା ବେଳେ ଅନ୍ୟ କିଛି ସ୍ଥାନରେ ତୈଳଦରରେ ପରିବର୍ତ୍ତନ ହୋଇଛି। ଭୁବନେଶ୍ୱର ପେଟ୍ରୋଲ ଦରରେ ମଧ୍ୟ ନୂଆ ଦର ଜାରି ହୋଇଛି। ସେହିପରି ଦେଶ ଅନ୍ୟ କିଛି ସ୍ଥାନରେ ଦର ଖସି ଥିବା ବେଳେ ଆଉ କିଛି ସ୍ଥାନରେ ଦର ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି।
 
4.New Traffic Post: ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ୨୧୯୮ ଜଣ ଟ୍ରାଫିକ ପୋଲିସ କାର୍ଯ୍ୟରତ ରହିଛନ୍ତି। ସଡ଼କ ସୁରକ୍ଷା କ୍ଷେତ୍ରରେ ପ୍ରମୁଖ ଭୂମିକା ନେଉଥିବା ଟ୍ରାଫିକ ବ୍ୟବସ୍ଥା ପାଇଁ ଚଳିତ ବର୍ଷ ଆଉ ୨ ହଜାର ନୂତନ ଟ୍ରାଫିକ ପୋଲିସ ପଦବୀ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ପଦବୀ ଗୁଡିକୁ ସମ୍ପୂର୍ଣ୍ଣ ସ୍ୱଚ୍ଛତାର ସହ ପୂରଣ କରିବାକୁ ସେ ପରାମର୍ଶ ଦେଇଛନ୍ତି।  
 
5.Chilika Bird Census: ଚିଲିକାରେ ଚାଲିଥିବା ପକ୍ଷୀ ଗଣନା ଶେଷ ହୋଇଛି। ଗତବର୍ଷ ତୁଳନାରେ ଚଳିତବର୍ଷ ପକ୍ଷୀଙ୍କ ପ୍ରଜାତି ବଢିଥିବା ବେଳେ ଏହାର ସଂଖ୍ୟା କମିଛି । ଚଳିତବର୍ଷ ଚିଲିକାକୁ ୧୯୬ ପ୍ରଜାତିର ୧୧ ଲକ୍ଷ ୨୭ ହଜାର ୨୨୮ ସଂଖ୍ୟକ ପକ୍ଷୀ ଆସିଥିବା ବେଳେ ଗତବର୍ଷ ୧୮୪ ପ୍ରଜାତିର ୧୧ ଲକ୍ଷ ୩୭ ହଜାର ୭୫୯ ପକ୍ଷୀ ଆସିଥିଲେ। ଯାହାକି ଗତ ବର୍ଷ ତୁଳନାରେ ୧୦୫୩୧ କମ୍।
 
6.EPFO Rule Change: ଏବେ କର୍ମଚାରୀମାନେ ସହଜରେ ସେମାନଙ୍କର ଇପିଏଫ୍ଓ (EPF) ଆକାଉଣ୍ଟ ନିଜେ ସ୍ଥାନାନ୍ତର କରିପାରିବେ।ଚାକିରି ପରିବର୍ତ୍ତନ କରୁଥିବା ଲୋକଙ୍କୁ ବଡ଼ ଆଶ୍ୱସ୍ତି ଦେବା ପାଇଁ ଇପିଏଫ୍ଓ (EPFO) ​​ଏହି ପଦକ୍ଷେପ ନେଇଛି। ଏହି କାମ ଆଧାର ଏବଂ ଅନ୍ୟାନ୍ୟ ଡକ୍ୟୁମେଣ୍ଟ ସାହାଯ୍ୟରେ କରାଯାଇପାରିବ।
 
7.BJP National President: ଦିଲ୍ଲୀ ବିଧାନସଭା ନିର୍ବାଚନ ପରେ ଭାରତୀୟ ଜନତା ପାର୍ଟି ନିଜର ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ନିଯୁକ୍ତ କରିବ। ଜାତୀୟ ଗଣମାଧ୍ୟମ ଅନୁସାରେ ଦଳର ସଭାପତି ନିର୍ବାଚନ ୧୦ ରୁ ୨୦ ଫେବ୍ରୁଆରୀ ୨୦ ମଧ୍ୟରେ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି। ବର୍ତ୍ତମାନର ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଦିଲ୍ଲୀ ନିର୍ବାଚନ ପର୍ଯ୍ୟନ୍ତ ବିଜେପିର ନେତୃତ୍ୱ ଜାରି ରଖିବେ। ବିଜେପି ଅଧ୍ୟକ୍ଷ ଭାବରେ ନଡ୍ଡାଙ୍କର କାର୍ଯ୍ୟକାଳ ଜାନୁଆରୀ ୨୦୨୪ ରେ ଶେଷ ହୋଇଥିଲା କିନ୍ତୁ ଲୋକସଭା ନିର୍ବାଚନକୁ ଧ୍ୟାନରେ ରଖି ନଡ୍ଡାଙ୍କ କାର୍ଯ୍ୟକାଳ ଗୋଟିଏ ବର୍ଷ ବୃଦ୍ଧି କରାଯାଇଥିଲା।
 
8.Kho Kho World Cup 2025: ପ୍ରଥମ ଖୋ-ଖୋ ବିଶ୍ୱକପ୍ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ପୁରୁଷ ଏବଂ ମହିଳା ଦଳ ପକ୍ଷରୁ ଦୃଢ଼ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ପ୍ରଥମେ ଭାରତୀୟ ମହିଳା ଦଳ ନେପାଳକୁ ପରାସ୍ତ କରି ଟାଇଟଲ ଜିତିଥିଲା। ଏହା ପରେ ଭାରତୀୟ ପୁରୁଷ ଦଳ ମଧ୍ୟ ଏକ ଐତିହାସିକ ପ୍ରଦର୍ଶନ କରିଥିଲା। ପୁରୁଷ ଖୋ-ଖୋ ବିଶ୍ୱକପର ଫାଇନାଲ ମ୍ୟାଚ୍ ଭାରତ ଏବଂ ନେପାଳ ଦଳ ମଧ୍ୟରେ ଖେଳାଯାଇଥିଲା। ଏହାକୁ ମଧ୍ୟ ଟିମ୍ ଇଣ୍ଡିଆ ଜିତି ନେଇଥିଲା। 
 
9.Neeraj Chopra Married: ଭାରତର ଷ୍ଟାର ଜାଭେଲିନ୍ ଥ୍ରୋଅର୍ ନୀରଜ ଚୋପ୍ରା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି। ନୀରଜ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ଏବଂ ଏକ୍ସରେ ବିବାହର ୩ଟି ଫଟୋ ସେୟାର କରିଛନ୍ତି। ଏଥିରେ ସେ ନିଜ ପତ୍ନୀଙ୍କ ସହିତ ନଜର ଆସିଛନ୍ତି। ନୀରଜ କ୍ୟାପସନରେ ଲେଖିଛନ୍ତି- 'ମୋ ପରିବାର ସହିତ ଜୀବନର ଏକ ନୂତନ ଅଧ୍ୟାୟ ଆରମ୍ଭ କଲି।'
 
10. Big Boss: ସଲମାନ ଖାନଙ୍କ ସୋ ବିଗ୍ ବସ୍ ୧୮କୁ ମିଳିଛି ନୂଆ ବିଜେତା। ଦେଶ ବିଦେଶରେ ଚର୍ଚ୍ଚା ସାଉଣ୍ଟିଥିବା କଲର୍ସ ଚ୍ୟାନେଲର ଲୋକପ୍ରିୟ ରିଆଲିଟି ସୋ' 'ବିଗ୍ ବସ୍ ସିଜନ୍ ୧୮'ର ଗ୍ରାଣ୍ଡ୍ ଫିନାଲେ ' ଟ୍ରଫି ଉଠାଇଛନ୍ତି କରଣବୀର ମେହେରା। ଏଥି ସହିତ ଭିଭିଆନ୍ ଡିସେନା ସୋ’ର ପ୍ରଥମ ରନର୍ ଅପ୍ ହୋଇଛନ୍ତି।