ମୁହଁ ଖୋଲିଲେ ଓୱାଇସି; କହିଲେ ଦିଲ୍ଲୀ ପୋଲିସର ନୁପୁରଙ୍କୁ ଏତେ ଭୟ କାହିଁକି?
Advertisement
Article Detail0/zeeodisha/odisha1240560

ମୁହଁ ଖୋଲିଲେ ଓୱାଇସି; କହିଲେ ଦିଲ୍ଲୀ ପୋଲିସର ନୁପୁରଙ୍କୁ ଏତେ ଭୟ କାହିଁକି?


ଉଦୟପୁର ହତ୍ୟାକାଣ୍ଡ ଘଟଣାରେ ଅସଦୁଦ୍ଦିନ ଓୱାଇସି, ସିଧାସଳଖ ରାଜସ୍ଥାନ ସରକାରଙ୍କୁ ଦାୟୀ କରିଛନ୍ତି । ଦିଲ୍ଲୀ ପୋଲିସ ନୁପୁରଙ୍କୁ ଗିରଫ କରିବାକୁ କାହିଁକି ଭୟ କରୁଛି ବୋଲି ପଚାରିବା ସହ ଜୀବନ ପ୍ରତି ବିପଦ ଥିବା ନେଇ କହ୍ନେୟାଲାଲ ଅଭିଯୋଗ କରିଥିଲେ ବି ରାଜସ୍ଥାନ ପୋଲିସ କରୁଥିଲା କ'ଣ ବୋଲି ପ୍ରଶ୍ନ କରିଛନ୍ତି ।

ମୁହଁ ଖୋଲିଲେ ଓୱାଇସି; କହିଲେ ଦିଲ୍ଲୀ ପୋଲିସର ନୁପୁରଙ୍କୁ ଏତେ ଭୟ କାହିଁକି?

ନୂଆଦିଲ୍ଲୀ: ଉଦୟପୁରରେ ଘଟିଥିବା କହ୍ନେୟାଲାଲ ହତ୍ୟାକାଣ୍ଡ ପାଇଁ ଏଆଇଏମଆଇଏମ୍(AIMIM)ମୁଖ୍ୟ ଅସାଦୁଦ୍ଦିନ ଓୱାଇସି(Asaduddin Owaisi) ରାଜସ୍ଥାନ ସରକାରଙ୍କୁ ଦାୟୀ କରିଛନ୍ତି । ଓୱାଇସି କହିଛନ୍ତି ଯେ,କହ୍ନେୟାଲାଲ ତାଙ୍କ ଜୀବନ ପ୍ରତି ବିପଦ ଥିବା ନେଇ  ଅଭିଯୋଗ କରିଥିଲେ । ତାଙ୍କୁ ତଥା ତାଙ୍କ ପରିବାରକୁ ସୁରକ୍ଷା ଯୋଗାଇଦେବା ରାଜସ୍ଥାନ ସରକାରଙ୍କର ଦାୟିତ୍ୱ ଥିଲା । ତେଣୁ ଏହା ହେଉଛି ରାଜସ୍ଥାନ ସରକାରଙ୍କ ଦୋଷ । ଗୋଟିଏ ବୈଦ୍ୟୁତିକ ଗଣମାଧ୍ୟମ ସହ ବାର୍ତ୍ତାଳାପ ବେଳେ ଓୱାଇସି  କହିଛନ୍ତି ଯେ, ଯଦି ରାଜସ୍ଥାନ ପୋଲିସ ଠିକଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତା ତେବେ କହ୍ନେୟାଲାଲ  ଆଜି ହୁଏତ ଜୀବିତ ରହିଥାନ୍ତେ । ରାଜସ୍ଥାନ ପୋଲିସ ନିଜର ଦାୟିତ୍ୱବୋଧକୁ ସଠିକ ଢଙ୍ଗରେ ନିର୍ବାହ କରିବା କଥା । ଯାହାକି ସେମାନେ କରିନଥିଲେ । ନୁପୁର ଶର୍ମା(Nupur Sharma)ଙ୍କୁ ଦିଆଯାଉଥିବା ଧମକକୁ ମଧ୍ୟ ସେ ଭୁଲ ବୋଲି କହିଛନ୍ତି । ଉଦୟପୁର ଘଟଣାରେ ଓୱାଇସି କହିଛନ୍ତି ଯେ ମୁଁ ଅଭିଯୁକ୍ତ ମାନଙ୍କର ମୁଖପାତ୍ର ନୁହେଁ। ମୁଁ ତାଙ୍କର ଏହି ଭୁଲ କାର୍ଯ୍ୟକୁ ଘୋର ବିରୋଧ କରୁଛି । ସେମାନେ ଘୃଣ୍ୟ କାର୍ଯ୍ୟ କରିଛନ୍ତି । ଭୟଙ୍କର ଅପରାଧ କରିଛନ୍ତି । ତେଣୁ ମୁଁ ଦୃଢ଼ ଭାବରେ ଏହାର ନିନ୍ଦା କରୁଛି । କହ୍ନେୟାଲାଲଙ୍କୁ ହତ୍ୟାକରି ସେମାନେ ଯେଉଁଭଳି ଭାବରେ ଭିଡ଼ିଓ ପ୍ରସ୍ତୁତ କରିଥିଲେ ମୁଁ ତାକୁ ସମ୍ପୂର୍ଣ୍ଣ ଭାବରେ ନିନ୍ଦା କରୁଛି । ମାତ୍ର , ସେହି ଉଦୟପୁରରେ କିଛି ବର୍ଷ ପୂର୍ବେ ପଶ୍ଚିମବଙ୍ଗର  ଜଣେ ଶ୍ରମିକଙ୍କୁ  ଅଫ୍ରୋଜୁଲ ନାମକ ଜଣେ ବ୍ୟକ୍ତି ଖଣ୍ଡା ସାହାଯ୍ୟରେ ହତ୍ୟାକରି ତାର ଶରୀରକୁ ଜାଳିଦେବା ଭଳି ଭିଡିଓ ପ୍ରସ୍ତୁତ କରିଥିଲେ। ତାକୁ ମଧ୍ୟ ନିନ୍ଦା କରିବାର ଆବଶ୍ୟକତା ରହିଛି ।

ଓୱାଇସି ଅନ୍ୟପଟେ ଜୁବେରଙ୍କ ପ୍ରସଙ୍ଗରେ ମଧ୍ୟ ମୁହଁ ଖୋଲିଛନ୍ତି । ଏଆଇଏମଆଇଏମ୍(AIMIM)ମୁଖ୍ୟ କହିଛନ୍ତି ଯେ,  'ଯଦି ଆପଣ ରେଡି଼କାଲାଇଜେସନ(radicalization)କୁ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି,ତେବେ ଆଇନରେ ଥିବା ନିୟମକୁ ସର୍ବୋକୃଷ୍ଟ କରିବାକୁ ପଡ଼ିବ ।  ଓୱାଇସି ଏହା କହିଛନ୍ତି କି,ଯଦି ଏଏଲଟି ନ୍ୟୁଜ(Alt News )ର ସହ ପ୍ରତିଷ୍ଠାତା(co-founder)ମହମ୍ମଦ ଜୁବେର(Mohammed Zubair)୨୦୧୮ ରେ ଧର୍ମୀୟଭାବନାକୁ କୁଠାରଘାତ କରିଥିବାଭଳି  ଏକ ଟ୍ୱିଟ୍ କରିଥିଲେ । ସେହି ଘଟଣାକୁ ନେଇ  ୨୦୨୧ରେ ଟ୍ୱିଟର ଅଭିଯୋଗ କଲା ଏବଂ ଯାହାକି ଆଜି ଗାୟବ ହୋଇଯାଇଛି । ଆଉ ସେଥିପାଇଁ ଜୁବେରଙ୍କୁ ଗିରଫ କରାଗଲା । ତେବେ ନୁପୂର ଶର୍ମା କ'ଣ ଗଗନରୁ ଆସିଛନ୍ତି କି ? ଏଭଳି ପ୍ରଶ୍ନ କରିଛନ୍ତି ଓୱାଇସି । ସେ କହିଛନ୍ତି ଯଦି ଜୁବେରଙ୍କ ଗିରଫଦାରୀ ଠିକ୍ ତେବେ ଫିଲ୍ମକୁ ପାସ୍ କରିଥିବା ସେଣ୍ଟ୍ରାଲ ବୋର୍ଡ଼ରସମସ୍ତ ସଦସ୍ୟଙ୍କୁ ମଧ୍ୟ ଗିରଫ କରାଯିବା ଆବଶ୍ୟକତା ରହିଛି ।

ନୁପୁର ଶର୍ମାଙ୍କୁ କାହିଁକି ଦିଲ୍ଲୀ ପୋଲିସ ଭୟ କରୁଛି?
ତେବେ ଅସଦୁଦ୍ଦିନ ଓୱାଇସି କହିଛନ୍ତି ଯେ ନୁପୁର ଶର୍ମାଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ବେଳେ  ଆଇନ ତାର କାର୍ଯ୍ୟ କରିବ ବୋଲି ମୁଁ ବାରମ୍ୱାର କହିଥିଲି । ଏଆଇଏମଆଇଏମ୍(AIMIM) ସାଂସଦ କହିଛନ୍ତି ଯଦି ଉଦୟପୁର ଘଟଣାକୁ ଦେଖିବା,ଯେଉଁଦିନ ଏହି ଘଟଣା ସଂଗଠିତ ହୋଇଥିଲା ମୁଁ ସେହିଦିନ ଏହାକୁ ନିନ୍ଦା କରିଥିଲି । ମୁସଲିମ୍ ସମ୍ପ୍ରଦାୟର ବଡ଼ ବଡ଼ ସଙ୍ଗଠନ ମଧ୍ୟ ଏହାକୁ ନିନ୍ଦା କରିଛନ୍ତି । ମୁଁ ବାରମ୍ୱାର କହିଆସୁଛି ଯେ, ଆଇନକୁ ଆମେ ହାତକୁ ନେଇପାରିବା ନାହିଁ । କିନ୍ତୁ ଦୁଃଖଦ ଘଟଣା ହେଉଛି ଯେ,ନୁପୂର ଶର୍ମା(Nupur Sharma)ଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଛି । ଯାହାକୁ ମୁଁ ନିନ୍ଦା କରୁଛି । ତାଙ୍କୁ ଆଇନଗତ ସୁରକ୍ଷା ମିଳୁଛି ସତ କିନ୍ତୁ ସେ ଯେଉଁଭଳି ଭାବରେ ଆଇନ ଉଲ୍ଲଙ୍ଘନ କରିଛନ୍ତି,ସେଥିପାଇଁ ଆଇନକୁ ସଠିକ ଭାବେ କାମ କରିବାକୁ ଦିଆଯାଉନାହିଁ । ଦିଲ୍ଲୀ ପୋଲିସ ପ୍ରକୃତରେ କାହିଁକି ଏତେ ଅସହାୟ ? ଦିଲ୍ଲୀ ପୋଲିସ ନୁପୁର ଶର୍ମାଙ୍କୁ ଏତେ ଭୟଭୀତ କାହିଁକି? '