Election Results 2024: ଅରୁଣାଚଳ ପ୍ରଦେଶ ଓ ସିକ୍କିମ୍ ନିର୍ବାଚନ ଫଳ ଆଜି, ଆରମ୍ଭ ହୋଇଛି ଭୋଟ ଗଣନା
Advertisement
Article Detail0/zeeodisha/odisha2274343

Election Results 2024: ଅରୁଣାଚଳ ପ୍ରଦେଶ ଓ ସିକ୍କିମ୍ ନିର୍ବାଚନ ଫଳ ଆଜି, ଆରମ୍ଭ ହୋଇଛି ଭୋଟ ଗଣନା

Election Results 2024: ଆଜି ଦୁଇଟି ରାଜ୍ଯ ଅରୁଣାଚଳ ପ୍ରଦେଶ ଓ ସିକ୍କିମ ବିଧାନସଭା ନିର୍ବାଚନ ଫଳ ଘୋଷଣା ହେବ। ଉଭୟ ରାଜ୍ୟରେ ଆଜି ସକାଳ ୬ଟାରୁ ଭୋଟ ଗଣନା ଆରମ୍ଭ ହୋଇଯାଇଛି। ବର୍ତ୍ତମାନ ୫୦ ଟି ବିଧାନସଭା ଆସନର ଭୋଟ ଗଣନା ଚାଲିଛି। 

Election Results 2024: ଅରୁଣାଚଳ ପ୍ରଦେଶ ଓ ସିକ୍କିମ୍ ନିର୍ବାଚନ ଫଳ ଆଜି, ଆରମ୍ଭ ହୋଇଛି ଭୋଟ ଗଣନା

Election Results 2024: ଆଜି ଦୁଇଟି ରାଜ୍ଯ ଅରୁଣାଚଳ ପ୍ରଦେଶ ଓ ସିକ୍କିମ ବିଧାନସଭା ନିର୍ବାଚନ ଫଳ ଘୋଷଣା ହେବ। ଉଭୟ ରାଜ୍ୟରେ ଆଜି ସକାଳ ୬ଟାରୁ ଭୋଟ ଗଣନା ଆରମ୍ଭ ହୋଇଯାଇଛି। ବର୍ତ୍ତମାନ ୫୦ ଟି ବିଧାନସଭା ଆସନର ଭୋଟ ଗଣନା ଚାଲିଛି। ଏହି ଆସନରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ କଡ଼ା ମୁକାବିଲା ହେଉଛି। ସେହିପରି ସିକ୍କିମର ୩୨ଟି ବିଧାନସଭା ଆସନର ଭୋଟ୍ ଗଣତି ଜାରି ରହିଛି। ରାଜ୍ୟରେ ଏସଡିଏଫ ଏବଂ ଏସକେଏମ ମଧ୍ୟରେ କଡ଼ା ମୁକାବିଲା ଜାରି ରହିଛି। ସିକ୍କିମ ବିଧାନସଭା ନିର୍ବାଚନ ଫଳାଫଳରେ ପ୍ରାରମ୍ଭିକ ଟ୍ରେଣ୍ଡରେ ଏସକେଏମ ୩ଟି ଅସନରେ ଆଗରେ ଥିବାବେଳେ ଅନ୍ୟମାନେ ଗୋଟିଏ ଆସନରେ ଆଗରେ ଅଛନ୍ତି। ଅରୁଣାଚଳ ପ୍ରଦେଶର ପ୍ରାରମ୍ଭିକ ଧାରାରେ ବିଜେପି ୮ଟି ଆସନରେ ଆଗୁଆ ଥିବାବେଳେ ଏନପିଇପି ଗୋଟିଏ ଆସନରେ ଆଗୁଆ ରହିଛି।

ସୂଚନା ଯୋଗ୍ୟ ଯେ, ଅରୁଣାଚଳ ପ୍ରଦେଶରେ ଭୋଟ ଗଣତି ପାଇଁ ରାଜ୍ୟବ୍ୟାପୀ ୨୪ ଟି ଭୋଟ ଗଣନା କେନ୍ଦ୍ର ଖୋଲାଯାଇଛି। ଭୋଟ ଗଣତି ପ୍ରକ୍ରିୟାରେ ଦୁଇ ହଜାରରୁ ଅଧିକ ନିର୍ବାଚନ ଅଧିକାରୀ ଭାଗ ନେଇଛନ୍ତି। ସେହିପରି ଅରୁଣାଚଳ ପ୍ରଦେଶରେ ୬୦ ବିଧାନସଭା ଆସନ ଥିବା ବେଳେ ବିଜେପି ଓ କଂଗ୍ରେସ ଏଠାରେ ପ୍ରମୁଖ ପ୍ରତିଦ୍ବନ୍ଦୀ। ବିଜେପି ସମସ୍ତ ୬୦ ଆସନରୁ ନିର୍ବାଚନ ଲଢୁଥିବା ବେଳେ କଂଗ୍ରେସ ୧୯ ଆସନରୁ ପ୍ରାର୍ଥୀ ଦେଇଛି। ତେବେ ବିଜେପି ୧୦ଟି ଆସନରୁ ଆଗୁଆ ଜିତିସାରିଛି। ସେହିପରି ଅନ୍ୟ ୧୦ଟି ଆସନରୁ ବିଜେପି ପ୍ରାର୍ଥୀ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି। 

ଅନ୍ୟପଟେ ସିକ୍କିମରେ ଆଜି ଫଳ ପ୍ରକାଶ ପାଇବ। ଏଠାରେ ୩୨ଟି ଆସନରୁ ଭୋଟ ଗଣନା ଆରମ୍ଭ ହୋଇଯାଇଛି। ଅପରାହ୍ନ ୨ଟା ସୁଦ୍ଧା ଭୋଟ ଗଣନା ଶେଷ ହେବ ବୋଲି ନିର୍ବାଚନ କର୍ତୃପକ୍ଷ ଅନୁମାନ କରୁଛନ୍ତି। ତେବେ ସିକ୍କିମରେ ଦୁଇ ଗୁରୁତ୍ୱପୂର୍ଣ୍ଣ ଦଳ ହେଉଛି ବିଜେପି ଓ କଂଗ୍ରେସ। ସେହିପରି ପ୍ରମୁଖ ଦଳ ମଧ୍ୟରେ ଏସକେଏ ମ୍ ଓ ଏସଡିଏଫ୍। ଅରୁଣାଚଳ ପ୍ରଦେଶରେ ମୋଟ୍ ୮୨.୯୫ ପ୍ରତିଶତ ମତଦାନ ହୋଇଥିବା ବେଳେ ସିକ୍କିମରେ ମୋଟ୍ ୭୯.୮୮ପ୍ରତିଶତ ମତଦାନ ହୋଇଛି।

ପୂର୍ବରୁ ଅରୁଣାଚଳ ପ୍ରଦେଶର ୬୦ଟି ବିଧାନସଭା ଆସନ ମଧ୍ୟରୁ ବିଜେପି ନିର୍ବିରୋଧ ଭାବେ ୧୦ ଆସନ ଜିତି ସାରିଛି।ସେଥିମଧ୍ୟରେ ମୁକ୍ତୋ ଆସନରୁ ସିଏମ୍ ପେମା ଖଣ୍ଡୁ, ବୋମଡିଲାରୁ ଡୋଙ୍ଗ୍ରୁ ସେଙ୍ଗଜୁ, ଇଟାନଗରରୁ ତେଜି କାସୋ, ସାଗାଲିରୁ ରାତୁ ତେଚି, ଜିରୋ ହାପୋଲି ଆସନରୁ ହେଜ୍ ଆପା, ତାଲି ଆସନରୁ ଜିକେ ତାକୋ, ତାଲିହା ସିଟରୁ ନ୍ୟାତୋ ଦୁକମ୍, ରୋଇଙ୍ଗ ସିଟରୁ ମୁତଚୁ ମିଥୀ, ହାୟୁଲିଆଙ୍ଗ ଆସନରୁ ସାଙ୍ଗଲୁ ପୁଲ୍ ଏବଂ ଚାଉଖାମ୍ ଆସନରୁ ଚୋନା ମିନ୍ ନିର୍ବିରୋଧ ବିଜୟୀ ହୋଇଥିଲେ।

Written by Debabrata