Advertisement
Photo Details/zeeodisha/odisha2518628
photoDetails0hindi

Weekly Family Horoscope: ନୂଆ ସପ୍ତାହରେ ୬ ରାଶିର ବ୍ୟକ୍ତି ପାଇବେ ପାରିବାରିକ ଶାନ୍ତି

ଏହି ସପ୍ତାହ କିଛି ଲୋକଙ୍କ ପାରିବାରିକ ଜୀବନ ପାଇଁ ସକରାତ୍ମକ ଫଳାଫଳ ପ୍ରଦାନ କରିବ ଏବଂ କିଛି ବ୍ୟକ୍ତି ମିଶ୍ରିତ ଫଳାଫଳ ପାଇବେ ।

1/13

ମେଷ ରାଶି

ପରିବାର ସଦସ୍ୟମାନେ ଆପଣଙ୍କ ପ୍ରତିଟି କାର୍ଯ୍ୟରେ ସହଯୋଗର ହାତ ବଢାଇବେ । ଘରୋଇ ସମସ୍ୟାର ସମାଧାନ କରିବା ପାଇଁ ଆପଣଙ୍କ ଜୀବନସାଥୀ ଆପଣଙ୍କୁ ସାହାଯ୍ୟ କରିବେ । ଘରେ ଶୁଭ କାର୍ଯ୍ୟ ହୋଇପାରେ ।

2/13

ବୃଷ ରାଶି

ପରିବାର ସଦସ୍ୟଙ୍କ ସହ ଦୂରଯାତ୍ରା କରିପାରନ୍ତି । ଜୀବନସାଥୀଙ୍କୁ ଖୁସି କରିବା ପାଇଁ କୌଣସି ଉପହାର କିଣିପାରନ୍ତି । ଘର ନିର୍ମାଣ କିମ୍ବା ଗାଡି କିଣିବାର ଇଚ୍ଛା ପୂରଣ ହୋଇପାରେ ।

3/13

ମିଥୁନ ରାଶି

ସାଥୀଙ୍କ ସହିତ ମତଭେଦ ହୋଇପାରେ । ଘରର ପିଲାମାନଙ୍କ ପାଇଁ ନୂଆ ସଫଳତା ମିଳିବାର ସମ୍ଭାବନା ରହିଛି ।

4/13

କର୍କଟ ରାଶି

ପାରିବାରିକ ଦୃଷ୍ଟିକୋଣରୁ ସମୟ ଶୁଭ । ଦମ୍ପତିଙ୍କୁ ଖୁସି ଖବର ମିଳିପାରେ । ଘରର ଅବିବାହିତ ବ୍ୟକ୍ତିଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ ।

5/13

ସିଂହ ରାଶି

ଆପଣଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ପରିବାର ସଦସ୍ୟ ଚିନ୍ତିତ ହୋଇପାରନ୍ତି । କାହା ସହିତ କୌଣସି ବାଦ ବିବାଦ ରହିଥିଲେ ତାହା ସମାଧାନ ହୋଇଯିବ । ନକରାତ୍ମକ କଥା କହୁଥିବା ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ । 

6/13

କନ୍ୟା ରାଶି

ଭାଇ ଓ ଭଉଣୀମାନଙ୍କ ସହିତ ସମ୍ପର୍କ ଅଧିକ ନିହିଡ ହେବ । ନିଜ ମନର କଥା ବାଣ୍ଟିବା ପରେ ଆପଣ ଆଶ୍ୱସ୍ତି ଲାଭ କରିବେ । ପରିବାର ପାଇଁ ଅଧିକ ଟଙ୍କା ଖର୍ଚ୍ଚ ହେବାର ସମ୍ଭାବନା ରହିଛି । କୌଣସି କଥା ଆପଣଙ୍କୁ ସାମାନ୍ୟ ଚିନ୍ତିତ କରିପାରେ ।

7/13

ତୁଳା ରାଶି

ନିଜ ଲୋକଙ୍କ ସହାୟତା ଆପଣଙ୍କୁ ମିଳିବ । ବୟସ୍କ ବ୍ୟକ୍ତିଙ୍କ କଥା ମାନିବା ଆପଣଙ୍କ ପାଇଁ ଭଲ ହେବ । ପରିବାରରେ ଛୋଟ ଛୋଟ ଜିନିଷକୁ ଅଣଦେଖା କରିବା ପରିବର୍ତ୍ତେ, ସେଗୁଡ଼ିକ କିପରି ସମାଧାନ ହେବ ସେଥିପ୍ରତି ଧ୍ୟାନ ଦିଅନ୍ତୁ ।

8/13

ବିଛା ରାଶି

ପରିବାର ପାଇଁ ଖର୍ଚ୍ଚ ନିୟନ୍ତ୍ରଣ କରିବାରେ ଆପଣ ସଫଳ ହେବେ । ସୃଜନଶୀଳ କାର୍ଯ୍ୟରେ ନିଜକୁ ବ୍ୟସ୍ତ ରଖିବେ । କିନ୍ତୁ ସମସ୍ତଙ୍କ ସହ ଦେଖି ଚାହିଁ କଥା ହୁଅନ୍ତୁ ନଚେତ୍ ସମ୍ପର୍କରେ ଫାଟ ସୃଷ୍ଟି ହୋଇପାରେ ।

9/13

ଧନୁ ରାଶି

ପାରିବାରିକ ଦୃଷ୍ଟିକୋଣରୁ ସପ୍ତାହଟି ଶୁଭଫଳ ପ୍ରଦାନ କରିପାରେ । ସାମାଜିକ କାର୍ଯ୍ୟ ପାଇଁ ଘର ଲୋକେ ଆପଣଙ୍କୁ ପ୍ରଶଂସା କରିବେ । ଜୀବନସାଥୀଙ୍କ ସହ ସମ୍ପର୍କ ମଧୁର ହେବ ।

10/13

ମକର ରାଶି

ପିତା କିମ୍ବା ବଡ ଭାଇଙ୍କ ସହ ଆଲୋଚନା କରି ଆପଣ ନିଷ୍ପତ୍ତି ଗ୍ରହଣ କରନ୍ତୁ । ନିଜେ ଘରୋଇ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରନ୍ତୁ । ପରିବାରର ବୟସ୍କ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ସମସ୍ୟା କାରଣରୁ ଆପଣ ଚିନ୍ତିତ ହୋଇପାରନ୍ତି ।

11/13

କୁମ୍ଭ ରାଶି

ଘରର ଛୋଟପିଲାମାନେ ପଢାପଢି କ୍ଷେତ୍ରରେ ନିଜ ପରିଶ୍ରମର ଉପଯୁକ୍ତ ଫଳାଫଳ ପାଇବେ । ବୈବାହିକ ଜୀବନରେ ସାଥୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖିବା ଉଚିତ ।

12/13

ମୀନ ରାଶି

ଘରର କାର୍ଯ୍ୟ ସବୁ ସଠିକ ଭାବେ ନିଜେ ପରିଚାଳନା କରିବାକୁ ଚେଷ୍ଟା କରନ୍ତୁ । ଜୀବନସାଥୀଙ୍କ ସହିତ ଭଲ ସମନ୍ୱୟ ରହିବ । ନିଜ ପିଲାମାନଙ୍କ ପ୍ରତି ଧ୍ୟାନ ଦିଅନ୍ତୁ ନଚେତ୍ ସେମାନେ ପାଠରେ ଧ୍ୟାନ ନଦେଇ ପାରନ୍ତି ।

13/13

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।