AIUDF MLA Aminul Islam: 'ମୋଦି ସରକାର କାରଣରୁ ଶ୍ରଦ୍ଧା ହତ୍ୟାକାଣ୍ଡ ଭଳି ମାମଲା ଘଟିଛି'
Advertisement

AIUDF MLA Aminul Islam: 'ମୋଦି ସରକାର କାରଣରୁ ଶ୍ରଦ୍ଧା ହତ୍ୟାକାଣ୍ଡ ଭଳି ମାମଲା ଘଟିଛି'

Assam MLA  Aminul Islam: ଦିଲ୍ଲୀରେ ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲାରେ ଏଆଇୟୁଡିଏଫ ବିଧାୟକ ଅମିନୁଲ ଇସଲାମ ରଖିଥିବା ବିବାଦୀୟ ବୟାନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣାରେ ପ୍ରତିକ୍ରିୟା ରଖି ବିଧାୟକ କହିଛନ୍ତି ଯେ ମୋଦି ସରକାରଙ୍କ ଯୋଗୁଁ ଶ୍ରଦ୍ଧା ହତ୍ୟାକାଣ୍ଡ ଭଳି ମାମଲା ଘଟିଛି। ମୋଦି ସରକାର ଆସିବା ପୂର୍ବରୁ ଏପରି ଘଟଣା ଘଟୁ ନଥିଲା ଯେ କାହାକୁ କାଟି ଖଣ୍ଡ ଖଣ୍ଡ କରି ଦିଆଯାଇଥିଲା।

AIUDF MLA Aminul Islam: 'ମୋଦି ସରକାର କାରଣରୁ ଶ୍ରଦ୍ଧା ହତ୍ୟାକାଣ୍ଡ ଭଳି ମାମଲା ଘଟିଛି'

Shraddha Murder Case: ଦିଲ୍ଲୀରେ ହୋଇଥିବା ବହୁଚର୍ଚ୍ଚିତ ଶ୍ରଦ୍ଧା ହତ୍ୟା ମାମଲା ସମଗ୍ର ଦେଶକୁ ଥରାଇ ଦେଇଛି। ଏହି ହତ୍ୟାକାଣ୍ଡର ଅଭିଯୁକ୍ତ ଅଫତାବ ଶ୍ରଦ୍ଧାଙ୍କୁ ୩୫ ଖଣ୍ଡରେ କାଟି ମେହରୁଲି ଜଙ୍ଗଲ ସମେତ ବିଭିନ୍ନ ସ୍ଥାନରେ ଫିଙ୍ଗି ଦେଇଥିଲା। ପୋଲିସ ତଥାପି ଶ୍ରଦ୍ଧାଙ୍କ ମୃତଦେହ ଖୋଜିବାରେ ଲାଗିଛି। ଏହି ଘଟଣାରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି ଏଆଇୟୁଡିଏଫ ବିଧାୟକ ଅମିନୁଲ ଇସଲାମ। ଏନେଇ ବିଧାୟକ କହିଛନ୍ତି ଯେ ମୋଦି ସରକାରଙ୍କ ଯୋଗୁଁ ଶ୍ରଦ୍ଧା ହତ୍ୟାକାଣ୍ଡ ଭଳି ମାମଲା ଘଟିଛି।

ଦିଲ୍ଲୀରେ ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲାରେ ଏଆଇୟୁଡିଏଫ ବିଧାୟକ ଅମିନୁଲ ଇସଲାମ ରଖିଥିବା ବିବାଦୀୟ ବୟାନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣାରେ ପ୍ରତିକ୍ରିୟା ରଖି ବିଧାୟକ କହିଛନ୍ତି ଯେ ମୋଦି ସରକାରଙ୍କ ଯୋଗୁଁ ଶ୍ରଦ୍ଧା ହତ୍ୟାକାଣ୍ଡ ଭଳି ମାମଲା ଘଟିଛି। ମୋଦି ସରକାର ଆସିବା ପୂର୍ବରୁ ଏପରି ଘଟଣା ଘଟୁ ନଥିଲା ଯେ କାହାକୁ କାଟି ଖଣ୍ଡ ଖଣ୍ଡ କରି ଦିଆଯାଇଥିଲା। ବିକାଶ ନାମରେ ବିଜେପି ଭୋଟ୍ ଖୋଜୁନାହିଁ। ଯଦି ନରେନ୍ଦ୍ର ମୋଦି ଦୀର୍ଘ ସମୟ ଧରି କ୍ଷମତାରେ ରହନ୍ତି ତାହେଲେ ପ୍ରତ୍ୟେକ ସହରରେ ଏଭଳି ଘଟଣା ଘଟିବ। ଏହା ପ୍ରଥମ ଥର ଲାଗି ହୋଇନାହିଁ ଯେତେବେଳେ ଏଭଳି ବିବାଦୀୟ ବୟାନ ପାଇଁ ଚର୍ଚ୍ଚାକୁ ଆସିଛନ୍ତି ଏଆଇୟୁଡିଏଫ ବିଧାୟକ ଅମିନୁଲ ଇସଲାମ। ପୂର୍ବରୁ ଏଭଳି ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି ଏଆଇୟୁଡିଏଫ ବିଧାୟକ। 

ଆସାମ (Assam) ଢିଙ୍ଗ ବିଧାନସଭା ଆସନର (Dhing Assembly Constituency) ଏଆଇୟୁଡିଏଫ ବିଧାୟକ ଅମିନୁଲ ଇସଲାମ (AIUDF MLA Aminul Islam) କହିଥିଲେ ରାଜ୍ୟରେ ଅବସ୍ଥିତ କାମାକ୍ଷା, ବାରଣାସୀସ୍ଥିତ ଜଙ୍ଗମବାଡି଼ ସମେତ ଦେଶବ୍ୟାପୀ ମୋଟ ୪୦୦ ମନ୍ଦିର ନିର୍ମାଣ ଲାଗି ମୋଗଲ ଶାସକ ଆଉରଙ୍ଗଜେବ ଜମି ଦାନ କରିଥିଲେ। ଏହି ଜମି ଅନୁଦାନ ବ୍ରିଟିଶ ସଗ୍ରହାଳୟ ଠାରେ ରହିଛି। 

Also Read: ମନ୍ଦିର ନିର୍ମାଣ ଲାଗି ଜମିଦାନ କରିଥିଲେ ଆଉରଙ୍ଗଜେବ; AIUDF ବିଧାୟକଙ୍କ ବୟାନ ଉପରେ ଜବାବ ରଖିଲେ ଆସାମ ମୁଖ୍ୟମନ୍ତ୍ରୀ

ବିଧାୟକ ଅମିନୁଲ ଇସଲାମ ଆହୁରି ମଧ୍ୟ କହିଥିଲେ ଦେଶରେ ହଜାର ହଜାର ବର୍ଷ ଧରି ଧର୍ମନିରପେକ୍ଷତା ମହଜୁଦ ରହିଥିଲା। ମାତ୍ର ୧୯୪୭ ମସିହା ପର ଠାରି ଏହା ଦେଶରେ ରହିନାହିଁ। ପ୍ରାୟ ୪ ଶହରୁ ଅଧିକ ମନ୍ଦିର ନିର୍ମାଣ ପାଇଁ ମୋଗଲ ଶାସକ ଆଉରଙ୍ଗଜେବ ଜମି ଦାନ କରିଥିବା ଜଣେ ଐତିହାସିକ କହିଛନ୍ତି। ଅନ୍ୟ ମୋଗଲ ଶାସକ ମଧ୍ୟ ମଧ୍ୟ ମନ୍ଦିର ଏବଂ ପୁରୋହିତମାନଙ୍କ ପାଇଁ ଜମି ଦାନ କରିଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ କହୁଛନ୍ତି  ୧୯୪୭ ପରେ ଦେଶ ଧର୍ମନିରପେକ୍ଷ ହୋଇପାରିଛି। ଏଥିପାଇଁ ମୁଁ କହିଥିଲି ଯେ ଯିଏ ଭାରତକୁ ଶାସନ କରେ ସେ ଦେଶରେ ଧର୍ମନିରପେକ୍ଷତା ବଜାୟ ରଖିଥାଏ। ଯେତେବେଳେ ହିନ୍ଦୁ ଶାସକ ଥିଲେ ସେତେବେଳେ ମୁସଲମାନ ମଦ୍ୟ ସେମାନଙ୍କର ଧର୍ମ ପାଳନ କରିବାକୁ ମୁକ୍ତ ଥିଲେ ଏବଂ ମୁସଲମାନ ଶାସକଙ୍କ ସମୟରେ ମଧ୍ୟ ସମାନ ପରିସ୍ଥିତି ଉପୁଜିଥିଲା।

ହଜାର ହଜାର ଲୋକଙ୍କ ପାଇଁ ଭାରତ ଧର୍ମନିରପେକ୍ଷ ରହିଛି। ସେ କହିଛନ୍ତି ଯେ ଅମିନୁଲ ଇସଲାମଙ୍କ ପୁସ୍ତକ 'ପବିତ୍ର ଆସାମ' ଅନୁଯାୟୀ ଆଉରଙ୍ଗଜେବଙ୍କ କୋର୍ଟର ଜଣେ ଅଧିକାରୀ ଏହି ଜମି ଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କ ଦାବିକୁ ବିରୋଧ କରି ସେ କହିଛନ୍ତି ଯେ ମୋତେ ଧମକ ଦେବା ପରିବର୍ତ୍ତେ ମୁଖ୍ୟମନ୍ତ୍ରୀ ଏହି ପୁସ୍ତକ ପ୍ରକାଶ କରିଥିବା ଆସାମ ସାହିତ୍ୟ ସଭାକୁ ଧମକ ଦେବା ଆବଶ୍ୟକ।