Iic suspended: ଏହି ଚଢ଼ାଉରେ ପୋଲିସ ୮୧ ଜଣ ଅନ୍ତଃରାଜ୍ୟ ଜୁଆଡ଼ିକୁ ଗିରଫ କରିବା ସହ ନଗଦ ୨୯ ଲକ୍ଷ ୫୦ହଜାର ଟଙ୍କା, ୩୨ଟି ଗାଡି ଓ ୮୨ଟି ମୋବାଇଲ ଫୋନ ଜବତ କରିଥିଲା। ହେଲେ ଦୀର୍ଘଦିନ ଧରି ଏଠାରେ ବଡଧରଣର ଜୁଆ କାରବାର ଚାଲିଥିଲେ ହେଁ ଜୋଙ୍କ ଥାନାର ଆଇଆଇସି କିଭଳି ଜାଣିନଥିଲେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଏନେଇ ସ୍ଥାନୀୟ ଲୋକମାନେ ଡିଜିପିଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ପରେ ଡିଜିପିଙ୍କ ନିର୍ଦେଶ କ୍ରମେ କୋରାପୁଟରୁ ସ୍ୱତନ୍ତ୍ର ପୋଲିସ ଟିମ ନୂଆପଡା ଆସି ଜୁଆ ଆଡ୍ଡା ଉପରେ ଚଢ଼ାଉ ହୋଇଥିଲା।
Trending Photos
ନୂଆପଡ଼ା: କର୍ତ୍ତବ୍ୟରେ ଅବହେଳା କରିଥିବା ଅଭିଯୋଗରେ ଡିଜିପି ଯୋଗେଶ ବାହାଦୁର ଖୁରାନିଆ ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ଆଇଆଇସି ଗୁରୁଦେବ କର୍ମିଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି। ଏହା ସହ ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ଆଦେଶ ବଳବତ୍ତର ଥିବା ପର୍ଯ୍ୟନ୍ତ ଶ୍ରୀ କର୍ମି ଡିଆଇଜି, SWR କୋରାପୁଟଙ୍କ ନିୟନ୍ତ୍ରଣରେ ରହି କାର୍ଯ୍ୟ କରିବେ ବୋଲି ରାଜ୍ୟ ପୁଲିସ ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି।
ଗତକାଲି ଡିଆଇଜିଙ୍କ ନିର୍ଦ୍ଦେଶ କ୍ରମେ ଜୋଙ୍କ ଥାନା ଠେଲକୋବେଡା ଗାଁର ଚାଳମୁଡା ନିକଟରେ ଚାଲିଥିବା ଜୁଆଆଡ୍ଡା ଉପରେ କୋରାପୁଟର ସ୍ୱତନ୍ତ୍ର ପୁଲିସ ଟିମ ଏବଂ ନୂଆପଡା ପୋଲିସର ମିଳିତ ଚଢ଼ାଉ ହୋଇଥିଲା। ଏହି ଚଢ଼ାଉରେ ପୋଲିସ ୮୧ ଜଣ ଅନ୍ତଃରାଜ୍ୟ ଜୁଆଡ଼ିକୁ ଗିରଫ କରିବା ସହ ନଗଦ ୨୯ ଲକ୍ଷ ୫୦ହଜାର ଟଙ୍କା, ୩୨ଟି ଗାଡି ଓ ୮୨ଟି ମୋବାଇଲ ଫୋନ ଜବତ କରିଥିଲା। ହେଲେ ଦୀର୍ଘଦିନ ଧରି ଏଠାରେ ବଡଧରଣର ଜୁଆ କାରବାର ଚାଲିଥିଲେ ହେଁ ଜୋଙ୍କ ଥାନାର ଆଇଆଇସି କିଭଳି ଜାଣିନଥିଲେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଏନେଇ ସ୍ଥାନୀୟ ଲୋକମାନେ ଡିଜିପିଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ପରେ ଡିଜିପିଙ୍କ ନିର୍ଦେଶ କ୍ରମେ କୋରାପୁଟରୁ ସ୍ୱତନ୍ତ୍ର ପୋଲିସ ଟିମ ନୂଆପଡା ଆସି ଜୁଆ ଆଡ୍ଡା ଉପରେ ଚଢ଼ାଉ ହୋଇଥିଲା