Asaduddin Owaisi: ୟୁନିଫର୍ମ ସିଭିଲ କୋଡ କମିଟି ଗଠନକୁ ନେଇ ତାତିଉଠିଲେ ଅସାଦୁଦ୍ଦିନ ଓୱେସି, କହିଲେ ବିଜେପି ନିଜର...
Advertisement
Article Detail0/zeeodisha/odisha1422241

Asaduddin Owaisi: ୟୁନିଫର୍ମ ସିଭିଲ କୋଡ କମିଟି ଗଠନକୁ ନେଇ ତାତିଉଠିଲେ ଅସାଦୁଦ୍ଦିନ ଓୱେସି, କହିଲେ ବିଜେପି ନିଜର...

AIMIM President Asaduddin Owaisi: ୟୁନିଫର୍ମ ସିଭିଲ କୋଡ କମିଟି ଗଠନ ପ୍ରସଙ୍ଗରେ ବିଜେପି ବିରୋଧରେ ବର୍ଷିଛନ୍ତି ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସି।

Asaduddin Owaisi: ୟୁନିଫର୍ମ ସିଭିଲ କୋଡ କମିଟି ଗଠନକୁ ନେଇ ତାତିଉଠିଲେ ଅସାଦୁଦ୍ଦିନ ଓୱେସି, କହିଲେ ବିଜେପି ନିଜର...

Asaduddin Owaisi on UCC: ଗୁଜୁରାଟ ବିଧାନସଭା ନିର୍ବାଚନ ୨୦୨୨ ପୂର୍ବରୁ ୟୁନିଫର୍ମ ସିଭିଲ କୋଡ କମିଟି ଗଠନ ପ୍ରସଙ୍ଗରେ ବିଜେପି ବିରୋଧରେ ବର୍ଷିଛନ୍ତି ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସି। ଗୁଜୁରାଟ ନିର୍ବାଚନ ପୂର୍ବରୁ ନିଜର ଭୁଲ ନିଷ୍ପତ୍ତି ଏବଂ ବିଫଳତାକୁ ଲୁଚାଇବା ପାଇଁ ବିଜେପି ୟୁନିଫର୍ମ ସିଭିଲ କୋଡ ଗଠନ କରିଛି ବୋଲି କହିଛନ୍ତି ଏଆଇଏମଆଇଏମ ମୁଖ୍ୟ।

ଗୁଜୁରାଟରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ (Gujarat Assembly Election 2022) ପୂର୍ବରୁ ଗୃହ ମନ୍ତ୍ରଣାଳୟ (Home Ministry of India) ନାଗରିକତା ପ୍ରସଙ୍ଗରେ ଏକ ବଡ ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି ଅନୁସାରେ ରାଜ୍ୟର ୨ ଜିଲ୍ଲା ଆଣନ୍ଦ ଏବଂ ମେହସଣାରେ ରହୁଥିବା ପାକିସ୍ଥାନ, ବାଂଲାଦେଶ ଏବଂ ଆଫଗାନିସ୍ତାନର ସଂଖ୍ୟାଲଘୁଙ୍କୁ ଭାରତୀୟ ନାଗରିକତା (Indian Citizenship) ପ୍ରଦାନ କରାଯିବ।

ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ ଗୁଜୁରାଟର ଆଣନ୍ଦ ଏବଂ ମେହସଣା ଜିଲ୍ଲାରେ ରହୁଥିବା ସଂଖ୍ୟାଲଘୁଙ୍କୁ ଭାରତୀୟ ନାଗରିକତା ପାଇଁ ଅନଲାଇନ ମାଧ୍ୟମରେ ଆବେଦନ କରିବାକୁ ହେବ। ଯାହାକୁ ଜିଲ୍ଲା ସ୍ତରରେ ଜିଲ୍ଲାପାଳଙ୍କ ଦ୍ୱାରା ଯାଞ୍ଚ କରାଯିବ। 

Also Read: Uniform Civil Code: ସମାନ ନାଗରିକ ସଂହିତାକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜବାବ ମାଗିଲେ ଅସାଦୁଦ୍ଦିନ ଓୱେସୀ

ନାଗରିକତା ପ୍ରସଙ୍ଗରେ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର (BJP Govt) ବିରୋଧରେ ବର୍ଷିଛନ୍ତି ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସି (AIMIM President Asaduddin Owaisi)। ଏନେଇ ସେ କହିଛନ୍ତି ଏହା ପୂର୍ବରୁ ଘଟୁଛି ଯେ ଯଦି ଆପଣ କାହାକୁ ପ୍ରଥମେ ଦୀର୍ଘକାଳୀନ ଭିସା ଦେଉଛନ୍ତି ତାହେଲେ ତାଙ୍କୁ ପରେ ନାଗରିକତା ମିଳିଯାଉଛି। ହେଲେ ସରକାର ଏହି ନିୟମକୁ ଧର୍ମ ନିରପେକ୍ଷ କରିବା ଆବଶ୍ୟକ। ସଂଶୋଧିତ ନାଗରିକତା ଆଇନକୁ (Citizen Amendment Act) ରାଷ୍ଟ୍ରୀୟ ଜନସଂଖ୍ୟା ପଞ୍ଜିକା (National Population Register) ଏବଂ ଜାତୀୟ ନାଗରିକତା ପଞ୍ଜିକା (National Register of Citizens) ସହିତ ସଂଯୁକ୍ତ କରିବାକୁ ପଡିବ। ସୁପ୍ରିମକୋର୍ଟ ଏହା ସହ ଜଡ଼ିତ ମାମଲାର ଶୁଣାଣି କରୁଛନ୍ତି। ଦେଖିବା କ'ଣ ହେଉଛି।

ପୂର୍ବରୁ ଅସାଦୁଦ୍ଦିନ ଓୱେସି ବିଜେପି ବିରୋଧରେ ବର୍ଷିଥିଲେ। ଏନେଇ ସେ କହିଛନ୍ତି ଗୁଜରାଟ ବିଧାନସଭା ନିର୍ବାଚନରେ ​​ଭୋଟ୍ ହାସଲ କରିବା ଏବଂ ହିନ୍ଦୁତ୍ୱ ଏଜେଣ୍ଡା (Hindutva Agenda of BJP) ଆଗକୁ ବଢଇବା ପାଇଁ ବିଜେପି ୟୁନିଫର୍ମ ସିଭିଲ କୋଡ (Uniform Civil Code) ପ୍ରସଙ୍ଗ ଉଠାଉଛି। ରାଜ୍ୟରେ ୟୁନିଫର୍ମ ସିଭିଲ କୋଡ ଲାଗୁ କରିବା ପ୍ରସଙ୍ଗରେ ଏକ କମିଟି ଗଠନ କରାଯାଉଥିବା ନେଇ ଜଣାଇଥିଲେ ଗୁଜରାଟ ସରକାର କହିଥିଲେ। ଏହି କମିଟି ଗଠନ କରିବା ପ୍ରସ୍ତାବକୁ ଶନିବାର ଅନୁଷ୍ଠିତ ହୋଇଥିବା ରାଜ୍ୟ କ୍ୟାବିନେଟ ବୈଠକରେ ଅନୁମୋଦନ କରାଯାଇଛି। ବିଧାନସଭା ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଖୁବ ଶୀଘ୍ର ଘୋଷଣା ହେବାକୁ ଯାଉଥିବାରୁ ଏହା ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲଙ୍କ (Gujarat CM Bhupendra Patel) ନେତୃତ୍ୱାଧୀନ ମନ୍ତ୍ରୀମଣ୍ଡଳର ଶେଷ କ୍ୟାବିନେଟ ବୈଠକ ବୋଲି ଜଣାପଡିଛି।

Also Read: Cheetah vs Modi: ଚିତା ଠାରୁ ଦ୍ରୁତ, ଜାଣନ୍ତୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ଏପରି କାହିଁକି କହିଲେ ଆସାଦୁଦ୍ଦିନ ଓୱେସି

ଗୁଜୁରାଟ ବନସକଣ୍ଠା ଜିଲ୍ଲାର ବଡଗାମ ଠାରେ ଆୟୋଜିତ ହୋଇଥିବା ଏକ ସଭାରେ ଯୋଗ ଦେଇ ଅସାଦୁଦ୍ଦିନ ଓୱେସି କହିଛନ୍ତି ଯେ କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାର ଦେଶର ସର୍ବୋଚ୍ଚ ନ୍ୟାୟାଳୟକକୁ କହିଛନ୍ତି ଯେ ୟୁସିସି ଲାଗୁ କରିବା ରାଜ୍ୟ ନୁହେଁ ବରଂ କେନ୍ଦ୍ର ସରକାରଙ୍କ ଦାୟିତ୍ୱ। ଏହା ସତ୍ୟ ନୁହେଁ କି ଭାରତୀୟ ସମ୍ବିଧାନ ପ୍ରଣେତା (Founder of Indian Constitution) ଡ.ବାବାସାହେବ ଆମ୍ବେଦକର (Dr Babasaheb Ambedkar) କହିଥିଲେ ଯେ ୟୁନିଫର୍ମ ସିଭିଲ କୋଡ ସ୍ବେଚ୍ଛାକୃତ ହେବା ଆବଶ୍ୟକ ନା କି ବାଧ୍ୟତାମୂଳକ। ଏଆଇଏମଆଇଏମ ମୁଖ୍ୟ ଅଭିଯୋଗ କରିଛନ୍ତି ଯେ ବିଜେପି କେବଳ ହିନ୍ଦୁତ୍ୱ ଏଜେଣ୍ଡା ସହିତ ଆଗକୁ ବଢିବାକୁ ଚାହୁଁଛି। ଭୋଟ୍ ପାଇବା ପାଇଁ ନିର୍ବାଚନ ପୂର୍ବରୁ ଏଭଳି ପ୍ରସଙ୍ଗ ଉଠାଉଛି।