Asaduddin Owaisi on PM Modi: ବିଶ୍ୱରେ ସର୍ବାଧିକ ବେରୋଜଗାର ଯୁବକ ଭାରତରେ ଅଛନ୍ତି। ହେଲେ ଏହା ସତ୍ତ୍ୱେ ଯେତେବେଳେ ଆପଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶ୍ନ ପଚାରିବେ ସେତେବେଳେ ସେ କହିବେ ଭାଇ ଭଉଣୀ ଚା ପିଅନ୍ତୁ।
Trending Photos
AIMIM Chief Asaduddin Owaisi: ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାରଙ୍କୁ ଟାର୍ଗେଟ କରିଥାନ୍ତି ଏଆଇଏମଆଇଏମ ଅଧ୍ୟକ୍ଷ ତଥା ହାଇଦ୍ରାବାଦ ସାଂସଦ ଅସାଦୁଦ୍ଦିନ ଓୱେସୀ। ସଦ୍ୟ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ବିରୋଧରେ ବର୍ଷି ଏଆଇଏମଆଇଏମ ଅଧ୍ୟକ୍ଷ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଖରେ ଲୋକଙ୍କ କଲ୍ୟାଣ ପାଇଁ କିଛି କହିବାର ନାହିଁ। ଲୋକଙ୍କ ଧ୍ୟାନ ହଟାଇବା ସରକାର ପ୍ରତ୍ୟେକ ପ୍ରସଙ୍ଗ ବଦଳାଇ ଏହାକୁ ପସ୍ଥାପନ କରୁଛନ୍ତି।
ଧର୍ମ ନଗରୀ ଅଯୋଧ୍ୟା ଠାରେ ପ୍ରତିଷ୍ଠା କରାଯାଉଥିବା ରାମ ମନ୍ଦିର (Ayodhya Ram Mandir) ଉପରେ କଟାକ୍ଷ କରି ଅସାଦୁଦ୍ଦିନ ଓୱେସୀ (Asaduddin Owaisi) କହିଛନ୍ତି ଯେ ବିଶ୍ୱରେ ସର୍ବାଧିକ ବେରୋଜଗାର ଯୁବକ ଭାରତରେ ଅଛନ୍ତି। ହେଲେ ଏହା ସତ୍ତ୍ୱେ ଯେତେବେଳେ ଆପଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ (Prime Minister Narendra Modi) ପ୍ରଶ୍ନ ପଚାରିବେ ସେତେବେଳେ ସେ କହିବେ ଭାଇ ଭଉଣୀ ଚା ପିଅନ୍ତୁ। ଯେତେବେଳେ ଆପଣ ପଚାରିବେ ଦରଦାମ କାହିଁକି ନିୟନ୍ତ୍ରିତ ହେଉନାହିଁ, ସେତେବେଳେ ସେ କହିବେ ଯେ ଆମେ କଣ ରାମ ମନ୍ଦିର ନିର୍ମାଣ କରିନାହୁଁ।
ଗୁରୁବାର ରାଜସ୍ଥାନ (Rajasthan) ନାଗୌର ଜିଲ୍ଲାରେ (Nagour District) ଗସ୍ତରେ ଆସି ଉପରୋକ୍ତ ବୟାନ ଦେଇଛନ୍ତି ଏଆଇଏମଆଇଏମ ଅଧ୍ୟକ୍ଷ (AIMIM President) ତଥା ହାଇଦ୍ରାବାଦ ଲୋକସଭା ସାଂସଦ (Hyderabad Lok Sabha MP) ଅସାଦୁଦ୍ଦିନ ଓୱେସୀ। ସ୍ଥାନୀୟ ଲାଣ୍ଡୁନ ଅଞ୍ଚଳରେ ଏକ ଜନସଭାକୁ ସମ୍ବୋଧିତ କରିଥିଲେ। ଆସନ୍ତା ବର୍ଷ ହେବାକୁ ଯାଉଛି ରାଜସ୍ଥାନ ବିଧାନସଭା ନିର୍ବାଚନ (Rajasthan Assembly Election 2023) । ଯେଉଁଥି ପାଇଁ ଏଆଇଏମଆଇଏମ ଅଧ୍ୟକ୍ଷ ତାଙ୍କ ଦଳୀୟ ସଙ୍ଗଠନକୁ (AIMIM Organization in Rajasthan) ଛିଡ଼ା କରିବାରେ ଲାଗିଛନ୍ତି। ବିଜେପି ଉଦ୍ଦେଶ୍ୟରେ ଟାର୍ଗେଟ କରି ସେ କହିଛନ୍ତି ଯେ ଦେଶ ଏବଂ ରାଜସ୍ଥାନର ଯୁବକଙ୍କୁ ବିଜେପି କଣ ଦେଇଛି ଏବଂ କ'ଣ ଛଡ଼ାଇ ନେଇଛି ସେ ବାବଦରେ ଚିନ୍ତା କରିବା ଆବଶ୍ୟକ।
ରାଜସ୍ଥାନ ରାଜନୀତିରେ (Rajasthan Politics) ପ୍ରତି ୫ ବର୍ଷରେ ଥରେ ସରକାର ପରିବର୍ତ୍ତନ ହେବାର ଇତିହାସ ରହିଛି। ଏଠାକାର ରାଜନୀତିରେ ମୁଖ୍ୟ ଲଢ଼େଇ ବିଜେପି-କଂଗ୍ରେସ ମଧ୍ୟରେ ହୋଇଥାଏ (Rajasthan BJP Congress Fight)। ବର୍ତ୍ତମାନ ସେଠାରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତଙ୍କ (Rajasthan Chief Minister Ashok Gehlot) ନେତୃତ୍ୱରେ କଂଗ୍ରେସ ସରକାର (Rajasthan Congress Govt) କ୍ଷମତାସୀନ ରହିଛି। ଯେଉଁଠି ବିଜେପି ପୁନର୍ବାର କ୍ଷମତାକୁ ଫେରିବା ଲାଗି ଅଣ୍ଟା ଭିଡି଼ଛି।
Also Read: କେବେ ନିର୍ବାଚନ ହାରିବେ ପ୍ରଧାନମନ୍ତ୍ରୀ? ଭବିଷ୍ୟବାଣୀ କଲେ ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସୀ
ରାଜସ୍ଥାନର ରାଜନୈତିକ ମୈଦାନରେ ଏଆଇଏମଆଇଏମ ଅଧ୍ୟକ୍ଷ ଅସାଦୁଦ୍ଦିନ ଓୱେସିଙ୍କ ଉପସ୍ଥିତି କଂଗ୍ରେସ ଲାଗି ଚିନ୍ତାର ବିଷୟ ପାଲଟିଛି। କାରଣ ଏହା ରାଜ୍ୟର ମୁସଲମାନ ଭୋଟ ବ୍ୟାଙ୍କ (Rajasthan Muslim Vote Bank) ବିଭାଜନ ହୋଇପାରେ ବୋଲି ଶାସକ ଦଳ ଚିନ୍ତା କରୁଛି। ଯେଉଁଥିପାଇଁ ପୁଣି ଥରେ କ୍ଷମତାକୁ ଫେରିବାର ରାସ୍ତା କଂଗ୍ରେସ ଲାଗି ଅଧିକ କଷ୍ଟସାଧ୍ୟ ହୋଇପାରେ।
ପୂର୍ବରୁ କଂଗ୍ରେସ ବିରୋଧରେ ବର୍ଷି ଅସାଦୁଦ୍ଦିନ ଓୱେସୀ କହିଛନ୍ତି କଂଗ୍ରେସ କାରଣରୁ ନରେନ୍ଦ୍ର ମୋଦି ୨ ଥର ପ୍ରଧାନମନ୍ତ୍ରୀ ହୋଇସାରିଛନ୍ତି। କଂଗ୍ରେସ ବର୍ତ୍ତମାନ ଦୁର୍ବଳ ହୋଇପଡିଛି। ଏହା ଦ୍ୱାରା କିଛି ହେବ ନାହିଁ। ଯଦି କଂଗ୍ରେସ ଦେଶରୁ ହଟିଯିବ ତାହେଲେ ପ୍ରଧାନମନ୍ତ୍ରୀ ମୋଦି ନିର୍ବାଚନ ହାରିଯିବେ।