ରାଜ୍ୟ ସଭା ନିର୍ବାଚନ ପରେ ସଚିନଙ୍କୁ ମିଳିବ ରାଜସ୍ଥାନର କମାଣ!
Advertisement
Article Detail0/zeeodisha/odisha1204275

ରାଜ୍ୟ ସଭା ନିର୍ବାଚନ ପରେ ସଚିନଙ୍କୁ ମିଳିବ ରାଜସ୍ଥାନର କମାଣ!

Rajya Sabha Elections 2022: ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ (Rajasthan CM Ashok Gehlot) ଙ୍କ ବିରୋଧରେ ବିଧାୟକଙ୍କ ଅସନ୍ତୋଷକୁ ନେଇ କଂଗ୍ରେସ (Congress) ଗମ୍ଭୀର ଅଛି । ଦଳର ଜଣେ ନେତା କହିଛନ୍ତି ଯେ, ଗେହଲୋଟ୍ ସାଧାରଣତଃ ସମସ୍ତଙ୍କୁ ସାଙ୍ଗରେ ଚାଳନ୍ତି । ବିଧାୟକମାନେ ତାଙ୍କ ଉପରେ ଖୁସି ରହନ୍ତି । କିନ୍ତୁ ଗତ ଏକ କିମ୍ବା ଦୁଇ ବର୍ଷ ମଧ୍ୟରେ ବିଧାୟକମାନଙ୍କ ମଧ୍ୟରେ ତାଙ୍କ ଉପରେ ଅସନ୍ତୋଷ ବୃଦ୍ଧି ପାଇଛି । ରାଜ୍ୟ କଂଗ୍ରେସ ନେତାମାନେ ମଧ୍ୟ ଅସନ୍ତୋଷ ଅଛନ୍ତି ।

ରାଜ୍ୟ ସଭା ନିର୍ବାଚନ ପରେ ସଚିନଙ୍କୁ ମିଳିବ ରାଜସ୍ଥାନର କମାଣ!

ନୂଆଦିଲ୍ଲୀ: Rajya Sabha Elections 2022: ରାଜସ୍ଥାନରେ ରାଜ୍ୟ ସଭା ନିର୍ବାଚନ (Rajya Sabha Elections in Rajasthan) ପରେ କଂଗ୍ରେସରେ ବଡ଼ ପରିବର୍ତ୍ତନ ହୋଇପାରେ । ରାଜ୍ୟ ସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା ପରେ ରାଜ୍ୟ କଂଗ୍ରେସରେ ଯେଭଳି ଭାବେ ବିରୋଧର ସ୍ୱର ଉଠିବାରେ ଲାଗିଛି, ତାହାକୁ ନେଇ ଦଳ ଗମ୍ଭୀର ଅଛି । ଦଳ କହିଛି ଯେ, ସମ୍ଭାବ୍ୟ ପରିବର୍ତ୍ତନ ସଂଗଠନ ଓ ସରକାର ଉଭୟ ସ୍ତରରେ କରାଯାଇପାରେ ।

ଦଳର ଜଣେ ବରିଷ୍ଠ ନେତା କହିଛନ୍ତି ଯେ, ରାଜସ୍ଥାନରେ ସବୁ ଠିକ୍ ନାହିଁ । ରାଜ୍ୟସଭା ପ୍ରାର୍ଥୀ ଘୋଷଣା ପରେ ରାଜ୍ୟ କଂଗ୍ରେସ ନେତା (Congress Leaders) ଓ ବିଧାୟକ (Congress MLA) ଯେଉଁଭଳି ଭାବେ ପ୍ରତିକ୍ରିୟା ଦେଇଛନ୍ତି, ତାହାକୁ ଦଳ ଆଶା କରୁ ନଥିଲା । ଏହା ଏକ ବାର୍ତ୍ତା ପଠାଇଛି ଯେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ (Ashok Gehlot) ଙ୍କ ସ୍ଥିତି ଦୁର୍ବଳ ହୋଇଛି । ରାଜ୍ୟର ବରିଷ୍ଠ କଂଗ୍ରେସ ନେତା ସଚିନ ପାଇଲଟ (Sachin Pilot) ଦଳ ଉପରେ କ୍ରମାଗତ ଚାପ ପକାଉଛନ୍ତି ।

ଦଳର ଜଣେ ବରିଷ୍ଠ କାର୍ଯ୍ୟକର୍ତ୍ତା କହିଛନ୍ତି ଯେ, ସଚିନ ପାଇଲଟଙ୍କୁ ହାଇ କମାଣ୍ଡଙ୍କଠାରୁ ଆଶ୍ୱାସନା ମିଳିଛି, ତେଣୁ ସେ ଶାନ୍ତ ଅଛନ୍ତି । ତାଙ୍କ କହିବାନୁସାରେ, ରାଜ୍ୟସଭା ନିର୍ବାଚନ ପରେ ରାଜସ୍ଥାନର ନେତୃତ୍ୱକୁ ନେଇ ସ୍ଥିତି ସ୍ପଷ୍ଟ ହେବ । ଅନେକ ଦଳର ନେତା ବିଶ୍ୱାସ କରନ୍ତି ଯେ, ଉଦୟପୁର ନବ ସଂକଳ୍ପ ଶିବିର ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ପଦ ମଜବୁତ ହୋଇଛି । କିନ୍ତୁ କଂଗ୍ରେସ ଏହି ଦ୍ୱନ୍ଦ୍ୱକୁ ବଢ଼ାଇବାକୁ ଚାହୁଁନାହିଁ । ତେଣୁ ରାଜ୍ୟସଭା ନିର୍ବାଚନ ପରେ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ (Congress President Sonia Gandhi) ଦଳର ନେତାଙ୍କ ସହ ରାଜସ୍ଥାନ ବିଷୟରେ ଆଲୋଚନା କରିପାରନ୍ତି ।

ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ (Rajasthan CM Ashok Gehlot) ଙ୍କ ବିରୋଧରେ ବିଧାୟକଙ୍କ ଅସନ୍ତୋଷକୁ ନେଇ କଂଗ୍ରେସ (Congress) ଗମ୍ଭୀର ଅଛି । ଦଳର ଜଣେ ନେତା କହିଛନ୍ତି ଯେ, ଗେହଲୋଟ୍ ସାଧାରଣତଃ ସମସ୍ତଙ୍କୁ ସାଙ୍ଗରେ ଚାଳନ୍ତି । ବିଧାୟକମାନେ ତାଙ୍କ ଉପରେ ଖୁସି ରହନ୍ତି । କିନ୍ତୁ ଗତ ଏକ କିମ୍ବା ଦୁଇ ବର୍ଷ ମଧ୍ୟରେ ବିଧାୟକମାନଙ୍କ ମଧ୍ୟରେ ତାଙ୍କ ଉପରେ ଅସନ୍ତୋଷ ବୃଦ୍ଧି ପାଇଛି । ରାଜ୍ୟ କଂଗ୍ରେସ ନେତାମାନେ ମଧ୍ୟ ଅସନ୍ତୋଷ ଅଛନ୍ତି ।

ଅଧିକ ପଢ଼ନ୍ତୁ:-ରାଜ୍ୟ ସଭା ନିର୍ବାଚନ: କଂଗ୍ରେସକୁ କ୍ରସ୍ ଭୋଟିଂର ଡର, ଦଳ ନେଲା ଏହି ବଡ଼ ପଦକ୍ଷେପ

ଏହା ବି ପଢ଼ନ୍ତୁ:-ଡରାଇଲାଣି ମକ୍ସିପକ୍ସ, ଚିନ୍ତା ପ୍ରକଟ କଲା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ; ନୂତନ ଗାଇଡଲାଇନ ଜାରି

ଏହା ବି ପଢ଼ନ୍ତୁ:-କଂଗ୍ରେସର ବଡ଼ ନିଷ୍ପତ୍ତି: ଏହି ରାଜ୍ୟର ପୌର ନିର୍ବାଚନରେ ନିଜ ଚିହ୍ନରେ ନିର୍ବାଚନ ଲଢ଼ିବ ନାହିଁ ଦଳ, ଜାଣନ୍ତୁ କ'ଣ ରହିଛି କାରଣ

 

କଂଗ୍ରେସର ଜଣେ ବରିଷ୍ଠ ନେତା କହିଛନ୍ତି ଯେ, ଯଦି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ (Ashok Gehlot) ତିନି ଜଣ ଦଳର ପ୍ରାର୍ଥୀ (Congress Rajya Sanha Candidates) ଙ୍କୁ ରାଜ୍ୟସଭାକୁ ପଠାଇବାରେ ସଫଳ ହୁଅନ୍ତି, ତେବେ ଦଳ ମଧ୍ୟ ସିଏମ ପଦରେ ବଜାୟ ରଖିବାକୁ ଚିନ୍ତା କରିପାରନ୍ତି । କିନ୍ତୁ ଯଦି କ୍ରସ୍ ଭୋଟ୍ ହୁଏ, ତେବେ ଏହା ମୁଖ୍ୟମନ୍ତ୍ରୀଙ୍କ ବିଫଳତା ଭାବରେ ଦେଖାଯିବ । ଏହା ମଧ୍ୟ ତାଙ୍କର ପ୍ରାଧାନ୍ୟ ହ୍ରାସ କରିବ ।