ADR Report 2023: ଦଳୀୟ ପାଣ୍ଠି ଯୋଗାଡ଼ କରିବାରେ ଅନ୍ୟ ଦଳକୁ ପଛରେ ପକାଇଲା ବିଜେଡ଼ି
Advertisement

ADR Report 2023: ଦଳୀୟ ପାଣ୍ଠି ଯୋଗାଡ଼ କରିବାରେ ଅନ୍ୟ ଦଳକୁ ପଛରେ ପକାଇଲା ବିଜେଡ଼ି

BJD received highest donations through Electoral Bonds: 

ADR Report 2023: ଦଳୀୟ ପାଣ୍ଠି ଯୋଗାଡ଼ କରିବାରେ ଅନ୍ୟ ଦଳକୁ ପଛରେ ପକାଇଲା ବିଜେଡ଼ି

BJD Received worth of 622 cr through Electoral Bonds: ଦେଶର ବିଭିନ୍ନ ଆଞ୍ଚଳିକ ଦଳକୁ ବିଗତ ୫ ବର୍ଷରେ କେତେ ଟଙ୍କାର ଦଳୀୟ ପାଣ୍ଠି ମିଳିଛି ତାହାର ଏକ ରିପୋର୍ଟ ଆସୋସିଏସନ ଫର୍ ଡେମୋକ୍ରାଟିକ ରିଫମର୍ସ ପକ୍ଷରୁ ପ୍ରକାଶିତ ହୋଇଛି। ଏଡ଼ିଆର ରିପୋର୍ଟ ଅନୁସାରେ ବିଜୁ ଜନତା ଦଳ ନିର୍ବାଚନୀ ବଣ୍ଡ ମାଧ୍ୟମରେ ୬୨୨ କୋଟି ଟଙ୍କାର ପାଣ୍ଠି ପାଇଛି। ଯାହା ଗତ ୨୦୧୬-୧୭ ଆର୍ଥିକ ବର୍ଷରୁ ୨୦୨୧-୨୨ ଆର୍ଥିକ ବର୍ଷ ମଧ୍ୟରେ ଦେଶର ଅନ୍ୟ ୨୪ ଆଞ୍ଚଳିକ ଦଳ ମଧ୍ୟରେ ସର୍ବାଧିକ ବୋଲି ଜଣାପଡ଼ିଛି।

ଦେଶର ଦ୍ୱିତୀୟ ଧନୀ ଆଞ୍ଚଳିକ ଦଳ (second richest regional party in the country) ବିଜେଡି (BJD) ନିର୍ବାଚନ ବଣ୍ଡ ମାଧ୍ୟମରେ (Electoral Bonds) ପ୍ରାୟ ୬୨୨ କୋଟି ଟଙ୍କା ଜମା କରିଛି। ଯାହା ୬୯୨.୬୦୯ କୋଟି ଟଙ୍କାର ମୋଟ ଦାନର ୮୯.୮୧ ପ୍ରତିଶତ ଅଟେ ବୋଲି ଆସୋସିଏସନ ଫର ଡେମୋକ୍ରାଟିକ୍ ରିଫର୍ମସ୍ (Association for Democratic Reforms) ପକ୍ଷରୁ କୁହାଯାଇଛି। ଏହା ବ୍ୟତୀତ କର୍ପୋରେଟ୍ ଦାନ (corporate funding of political parties in india) ମାଧ୍ୟମରେ ବିଜେଡି ୬୭.୨୮ କୋଟି ଟଙ୍କା ଏବଂ ଅନ୍ୟାନ୍ୟ ଉତ୍ସରୁ ୩.୩୨ କୋଟି ଟଙ୍କା ପାଇଛି ବୋଲି ଏଡିଆର ରିପୋର୍ଟ (ADR Report 2023) ଦର୍ଶାଇଛି। ଆଞ୍ଚଳିକ ଦଳଙ୍କ ମଧ୍ୟରେ ଡିଏମେକେ (DMK) ପରେ ବିଜେଡ଼ି ଦଳୀୟ ପାଣ୍ଠି ଯୋଗାଡ କରିବାରେ ଦ୍ୱିତୀୟ ସ୍ଥାନରେ ରହିଛି।

ବିଜେଡ଼ି ପାଇଥିବା ମୋଟ ପାଣ୍ଠିର ୮୯.୮୧ ପ୍ରତିଶତରୁ ଅଧିକ ଅର୍ଥାତ ୬୨୨ କୋଟି ଟଙ୍କାର ଦାନ ନିର୍ବାଚନ ବଣ୍ଡ (Electoral Bonds) ମାଧ୍ୟମରେ ଆସିଛି। ସେହିପରି ନିର୍ବାଚନ ବଣ୍ଡ ପାଇବାରେ ଡିଏମକେ ଦ୍ୱିତୀୟ ସ୍ଥାନରେ ରହିଛି। ଦଳକୁ ୪୩୧.୫୦  କୋଟି ଟଙ୍କାର ନିର୍ବାଚନ ବଣ୍ଡ ମିଳିଛି। ଯାହା ଦଳ ପାଇଥିବା ମୋଟ ଦଳୀୟ ପାଣ୍ଠିର ୯୦.୭୩ ପ୍ରତିଶତ। ବିଜେଡି-ଡିଏମକେ ପରେ ଟିଆରଏସ (TRS) ରହିଛି। ଦଳକୁ ମିଳିଥିବା ମୋଟ ୩୮୩.୬୫୨୯ କୋଟି ଟଙ୍କାର ନିର୍ବାଚନ ବଣ୍ଡ ମିଳିଛି। ଯାହା ଦଳକୁ ମିଳିଥିବା ପାଣ୍ଠିର ୮୦.୪୫%। ସେହିପରି ୱାଇଏସଆର କଂଗ୍ରେସ (YSR Congress Party) ୩୩୦.୪୪ କୋଟି ଟଙ୍କରା ନିର୍ବାଚନ ବଣ୍ଡ ପାଇଛି। ଯାହା ଦଳ ପାଇଥିବା ମୋଟ ପାଣ୍ଠିର ୭୨.୪୩ ପ୍ରତିଶତ। 

ଗତ ୨୦୧୬-୧୭ ଆର୍ଥିକ ବର୍ଷରୁ ୨୦୨୧-୨୨ ଆର୍ଥିକ ବର୍ଷ ମଧ୍ୟରେ କେତେ ଟଙ୍କାର ପାଣ୍ଠି ମିଳିଥିଲା ସେ ସମ୍ପର୍କରେ ବିଜେଡି, ଡିଏମକେ, ଟିଆରଏସ, ୱାଇଏସଆର କଂଗ୍ରେସ ପକ୍ଷରୁ ଏକ ଘୋଷଣା କରାଯାଇଥିଲା। ବିଗତ ୫ ବର୍ଷ ମଧ୍ୟରେ ବିଜେଡି ୬୯୨.୬୦୯, ଡିଏମକେ ୪୭୫.୭୩, ଟିଆରଏସ ୪୭୬୮୯୩, ୱାଇଏସଆର କଂଗ୍ରେସ ୪୫୬.୨୦୬ କୋଟି ଟଙ୍କାର ଦଳୀୟ ପାଣ୍ଠି ପାଇଛି। 

ଯଦି ବିଗତ ୬ ବର୍ଷରେ ମିଳିଥିବା ଦଳୀୟ ପାଣ୍ଠି ବିଶ୍ଳେଷଣ କରାଯାଏ, ତାହେଲେ ୩୧ ରାଜନୈତିକ ଦଳକୁ ମୋଟ ୧୬୪୩୭.୬୩୫ କୋଟି ଟଙ୍କା ଦାନ ମିଳିଥିଲା। ଏହା ମଧ୍ୟରୁ ନିର୍ବାଚନ ବଣ୍ଡ ମାଧ୍ୟମରେ ୯୧୮୮.୩୫୯୯୧ (୫୫.୯୦%), କର୍ପୋରେଟ ସେକ୍ଟର ପାଖରୁ ୪୬୧୪.୫୩ କୋଟି (୨୮.୦୭%), ଅନ୍ୟାନ୍ୟ ଉତ୍ସରୁ ୨୬୩୪.୭୪୫୦୯ (୧୬.୦୩%) କୋଟି ଟଙ୍କାର ଦାନ ମିଳିଛି।

ଏହି ୬ ବର୍ଷ ଅବଧିରେ ଜାତୀୟ ଦଳଙ୍କ (national political parties in india) ମଧ୍ୟରେ ବିଜେପି (BJP) ସବୁଠାରୁ ଅଧିକ ଦଳୀୟ ପାଣ୍ଠି ପାଇଛି। ଦଳକୁ ମୋଟ ୫୨୭୧.୯୭୫୧ କୋଟି ଟଙ୍କାର ମୂଲ୍ୟର ନିର୍ବାଚନୀ ବଣ୍ଡ ମିଳିଛି। ଯାହା ଦଳକୁ ମିଳିଥିବା ମୋଟ ଦାନର ୫୨ ପ୍ରତିଶତରୁ ଅଧିକ। ଅନ୍ୟ ସମସ୍ତ ଜାତୀୟ ଦଳ ୧୭୮୩.୯୩୩୧ କୋଟି ଟଙ୍କାର ପାଣ୍ଠି ସଂଗ୍ରହ କରିଛନ୍ତି। ଦ୍ୱିତୀୟ ସ୍ଥାନରେ କଂଗ୍ରେସ (Congress) ରହିଥିବା ୯୫୨.୨୯୫୫ କୋଟି ଟଙ୍କାର ନିର୍ବାଚନ ବଣ୍ଡ ପାଇଛି। ଯାହା ଦଳକୁ ମିଳିଥିବା ମୋଟ ଦାନର ୬୧.୫୪%। ଏହା ପରେ ତୃତୀୟ ସ୍ଥାନରେ ରହିଥିବା ତୃଣମୂଳ କଂଗ୍ରେସ (Trinamool Congress) ୭୬୭.୮୮୭୬ କୋଟି ଟଙ୍କାର ନିର୍ବାଚନ ବଣ୍ଡ ପାଇଛି। ଯାହା ଦଳକୁ ମିଳିଥିବା ମୋଟ ଦାନର ୯୩.୨୭%।