Gujarat Election 2022: ନିର୍ବାଚନ ଲଢୁଛନ୍ତି ୯୧ କୃଷକ ନେତା, କେବଳ ଜଣଙ୍କ ପାଖରେ ଅଛି ଗାଈ-ମଇଁଷି
Advertisement
Article Detail0/zeeodisha/odisha1471744

Gujarat Election 2022: ନିର୍ବାଚନ ଲଢୁଛନ୍ତି ୯୧ କୃଷକ ନେତା, କେବଳ ଜଣଙ୍କ ପାଖରେ ଅଛି ଗାଈ-ମଇଁଷି

Farmer Leader in Gujarat Election: ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଗୁଜୁରାଟ ବିଧାନସଭା ନିର୍ବାଚନରେ ଏପରି ୯୧ ଜଣ ପ୍ରାର୍ଥୀ ପ୍ରତିଦ୍ୱଦ୍ୱିତା କରୁଛନ୍ତି ଯେଉଁମାନେ ନିଜକୁ କୃଷକ ବୋଲି ଦର୍ଶାଇଛନ୍ତି। ସେମାନେ ଦାଖଲ କରିଥିବା ନାମାଙ୍କନ ପତ୍ରରେ ସେମାନେ କୃଷିକୁ ନିଜର ମୁଖ୍ୟ ଜୀବିକା ବୋଲି ଉଲ୍ଲେଖ କରିଛନ୍ତି। ଏହି ନେତା ନିଜର ଜୀବିକା ଅନୁଯାୟୀ କୃଷକ ହୋଇପାରନ୍ତି, ହେଲେ ସେମାନଙ୍କ ମଧ୍ୟରୁ କେବଳ ଜଣଙ୍କ ପାଖରେ ପଶୁଧନ ରହିଛି। ଅର୍ଥାତ୍ କେବଳ ଜଣେ ପ୍ରାର୍ଥୀ ଗୋପାଳନ କରୁଛନ୍ତି।

Gujarat Election 2022: ନିର୍ବାଚନ ଲଢୁଛନ୍ତି ୯୧ କୃଷକ ନେତା, କେବଳ ଜଣଙ୍କ ପାଖରେ ଅଛି ଗାଈ-ମଇଁଷି

Gujarat Assembly Election 2022: ଗୁଜୁରାଟ ବିଧାନସଭା ନିର୍ବାଚନ ୨୦୨୨ ପାଇଁ ଶେଷ ହୋଇଯାଇଛି ​​ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ଅନ୍ତିମ ପର୍ଯ୍ୟାୟରେ ରାଜ୍ୟର ୧୪ ଜିଲ୍ଲାର ୯୩ ଆସନ ପାଇଁ ଅନୁଷ୍ଠିତ ହୋଇଥିଲା ଭୋଟ ଗ୍ରହଣ। ଦେଶରେ ଅନୁଷ୍ଠିତ ହେଉଥିବା ଯେ କୌଣସି ନିର୍ବାଚନରେ କୃଷି ଆଉ କୃଷକ ଏକ ବଡ଼ ପ୍ରସଙ୍ଗ ଭାବେ ଉଭା ହୋଇଛି। ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଗୁଜୁରାଟ ନିର୍ବାଚନରେ ​​ମଧ୍ୟ ଚାଷ ଏବଂ ଚାଷୀଙ୍କୁ ନେଇ ହୋଇଛି ଅନେକ ରାଜନୀତି। କୃଷି ଋଣ ଛାଡ କରିବାକୁ ନେଇ କଂଗ୍ରେସ ଏଥର ଗୁଜୁରାଟ ନିର୍ବାଚନରେ ଏକ ବଡ ବାଜି ଖେଳିଛି।

ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଗୁଜୁରାଟ ବିଧାନସଭା ନିର୍ବାଚନରେ ଏପରି ୯୧ ଜଣ ପ୍ରାର୍ଥୀ ପ୍ରତିଦ୍ୱଦ୍ୱିତା କରୁଛନ୍ତି ଯେଉଁମାନେ ନିଜକୁ କୃଷକ ବୋଲି ଦର୍ଶାଇଛନ୍ତି। ସେମାନେ ଦାଖଲ କରିଥିବା ନାମାଙ୍କନ ପତ୍ରରେ ସେମାନେ କୃଷିକୁ ନିଜର ମୁଖ୍ୟ ଜୀବିକା ବୋଲି ଉଲ୍ଲେଖ କରିଛନ୍ତି। ଏହି ନେତା ନିଜର ଜୀବିକା ଅନୁଯାୟୀ କୃଷକ ହୋଇପାରନ୍ତି, ହେଲେ ସେମାନଙ୍କ ମଧ୍ୟରୁ କେବଳ ଜଣଙ୍କ ପାଖରେ ପଶୁଧନ ରହିଛି। ଅର୍ଥାତ୍ କେବଳ ଜଣେ ପ୍ରାର୍ଥୀ ଗୋପାଳନ କରୁଛନ୍ତି।

ଏହି ତାଲିକାରେ ଥିବା ପ୍ରଥମ ପ୍ରାର୍ଥୀଙ୍କ ନାମ ଥରାଦ ଆସନରୁ ଆସିଛି। ଏଠାରୁ ନିର୍ବାଚନ ଲଢୁଥିବା ବିଜେପି ପ୍ରାର୍ଥୀ ଶଙ୍କର ଚୌଧୁରୀ ସେହି ୯୧ କୃଷକ ନେତାଙ୍କ ମଧ୍ୟରୁ ଏକମାତ୍ର ରାଜନେତା ଯିଏ ଗୋପାଳନ କରୁଛନ୍ତି। ବିଜେପି ପ୍ରାର୍ଥୀଙ୍କ କହିବା ଅନୁଯାୟୀ ତାଙ୍କ ପାଖରେ ୫.୮ କୋଟି ଟଙ୍କାର ସମ୍ପତ୍ତି ରହିଛି। ଯାହା ମଧ୍ୟରେ ୫.୫୯ ଲକ୍ଷ ମୂଲ୍ୟର କୃଷି ଉପକରଣ ଏବଂ ୬.୪ ଲକ୍ଷ ଟଙ୍କା ମୂଲ୍ୟର ପଶୁପାଳନ ବ୍ୟବସାୟ ରହିଛି। ବିଜେପି ନେତା ଶଙ୍କର ଚୌଧୁରୀଙ୍କ ପାଖରେ ୯ ହଜାର ଟଙ୍କା ମୂଲ୍ୟର ଏକ ରିଭଲଭର ମଧ୍ୟ ରହିଛି।

ଗତ ୨୦୧୪ ବର୍ଷରେ ମନ୍ତ୍ରୀପଦ ହାତେଇଥିଲା ବିଜେପି ନେତା ଶଙ୍କର ଚୌଧୁରୀ। ୧୯୯୮ ମସିହାରେ ସେ ପ୍ରଥମ ଥର ପାଇଁ ରାଧାନପୁର ଆସନରୁ ଗୁଜୁରାଟ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ବିଜେପି ନେତା ଶଙ୍କର ଚୌଧୁରୀ ପୂର୍ବତନ ମୁଖ୍ୟମନ୍ତ୍ରୀ ଶଙ୍କର ସିଂହ ବାଘେଲାଙ୍କ ବିରୋଧରେ ପ୍ରଥମ ନିର୍ବାଚନ ଲଢିଥିଲେ। ହେଲେ ତାଙ୍କୁ ଏହି ନିର୍ବାଚନରେ ​ ପରାଜୟ ଭୋଗିବାକୁ ପଡ଼ିଥିଲା। ଗତ ଥରର ନିର୍ବାଚନରେ ସେ ଭାଭ ଆସନରେ ପରାଜିରେ ​​ହୋଇଥିଲେ।

ଗୁଜୁରାଟର ଆଉ ଜଣେ ବଡ଼ କୃଷକ ନେତାଙ୍କ ତାଲିକାରେ ବିଜେପି ବିଧାୟକ ପୁରୁଷୋତ୍ତମ ସୋଲଙ୍କିଙ୍କ ନାମ ମଧ୍ୟ ସାମିଲ ରହିଛି। ରାଜ୍ୟର ପାରଦୀ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଜେପି ପ୍ରାର୍ଥୀ କନୁ ଦେଶାଇ ଏବଂ ଲାଠୀ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା କଂଗ୍ରେସ ପ୍ରାର୍ଥୀ ବିରଜୀ ଥମ୍ମାର ନାମ କୃଷକ ନେତାଙ୍କ ତାଲିକାରେ ଅନ୍ତର୍ଭୂକ୍ତ ହୋଇଛି। ଏହି ନିର୍ବାଚନରେ ୯୧ ଜଣ ପ୍ରାର୍ଥୀ ଅଛନ୍ତି ଯେଉଁମାନେ ଚାଷବାସ ଏବଂ ଅନ୍ୟ ୩ ଜଣ ପ୍ରାର୍ଥୀ ଦୁଗ୍ଧ ଦୁଗ୍ଧ ବ୍ୟବସାୟ ସହିତ ଜଡିତ ଅଛନ୍ତି। ସେହିପରି ୫ ଜଣ ପ୍ରାର୍ଥୀ ଦୁଗ୍ଧ ସମବାୟ ସଂଘ ନିର୍ଦ୍ଦେଶକ ହୋଇଥିବା ବେଳେ ଅନ୍ୟ ୩ ଜଣ ପ୍ରାର୍ଥୀ ଦୁଗ୍ଧ ସମବାୟ ସଂଘ ସଭାପତି ଅଛନ୍ତି।

ଦେଶରେ ପ୍ରଥମ ଥର ପାଇଁ ଗୁଜରାଟ ନିର୍ବାଚନରେ ମତଦାତାଙ୍କ ପାଇଁ ଗାଈ ଗୋରୁଙ୍କ ଯତ୍ନ ନେବା ପାଇଁ ବ୍ୟବସ୍ଥା କରାଯାଇଛି। ନିର୍ବାଚନ ସମୟରେ ଦେଶରେ ପ୍ରଥମ ଥର ପାଇଁ ପଶୁ ବୁଥ ନିର୍ମାଣ କରାଯାଇଛି। ଯେତେବେଳେ କୃଷକ ମତଦାନ କରିବାକୁ ଯିବେ ସେମାନେ ସେମାନଙ୍କ ଗାଈ ଗୋରୁଙ୍କୁ ନେଇ ମତଦାନ କେନ୍ଦ୍ରକୁ ଆସିପାରିବେ। ସେଠାରେ ଗାଈ ଗୋରୁଙ୍କ  ପାଇଁ ଔଷଧ ଠାରୁ ଆରମ୍ଭ କରି ଖାଦ୍ୟ ପାନୀୟ ପର୍ଯ୍ୟନ୍ତ ସବୁ କିଛି ବ୍ୟବସ୍ଥା କରାଯାଇଛି।