BJD Youth Wing: ଯୁବପିଢ଼ିଙ୍କ ସ୍ୱପ୍ନ ପୂରଣ ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶୃତିବଦ୍ଧ
Advertisement

BJD Youth Wing: ଯୁବପିଢ଼ିଙ୍କ ସ୍ୱପ୍ନ ପୂରଣ ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶୃତିବଦ୍ଧ

Biju Yuva Janata Dal: ୨୦୨୪ ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ଶଙ୍ଖଭବନ ଠାରେ ଅନୁଷ୍ଠିତ ହୋଇଯାଇଛି ବିଜୁ ଯୁବ ଜନତା ଦଳ ପକ୍ଷରୁ ଏକ ବୈଠକ।

BJD Youth Wing: ଯୁବପିଢ଼ିଙ୍କ ସ୍ୱପ୍ନ ପୂରଣ ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶୃତିବଦ୍ଧ

Biju Yuva Janata Dal: ବିଜୁ ଯୁବ ଜନତା ଦଳର ନିର୍ବାଚନୀ ପ୍ରସ୍ତୁତି ବୈଠକ ଶୁକ୍ରବାର ଶଙ୍ଖଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ବିଜୁ ଯୁବ ଜନତା ଦଳର ସଭାପତି ତଥା ବିଧାୟକ ଡଃ ବ୍ୟୋମକେଶ ରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ବିଜୁ ଯୁବ ଜନତା ଦଳର ସମସ୍ତ ରାଜ୍ୟ କାର୍ଯ୍ୟକର୍ତ୍ତା, ଜିଲ୍ଲା ସଭାପତି, ଜୋନ ସଭାପତି ପ୍ରମୁଖ ଯୋଗ ଦେଇଥିଲେ। ଯୁବକ ହେଉଛନ୍ତି ରାଜ୍ୟ ଗଠନର ସୂତ୍ରଧର। ରାଜ୍ୟର ଯୁବଗୋଷ୍ଠୀ ଦକ୍ଷ, ଦାୟିତ୍ୱବାନ, ପ୍ରେରଣାଦାୟୀ ଏବଂ ଚିନ୍ତାଶୀଳ। ସେଥିପାଇଁ ରାଜ୍ୟର ଯୁବବର୍ଗ ନବୀନ ପଟ୍ଟନାୟକଙ୍କୁ ଥରେ ନୁହେଁ ପାଞ୍ଚ ଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ନିର୍ଣ୍ଣାୟକ ଭୂମିକା ନେଇଛନ୍ତି।

ଆଗାମୀ ୨୦୨୪ ନିର୍ବାଚନ ବିଜୁ ଜନତା ଦଳର ବୃହତ ବିଜୟର ମଙ୍ଗ ଧରିବା ସହ ବିରୋଧିଙ୍କ ଅପପ୍ରଚାର ବିରୋଧରେ ଲଢ଼େଇ ଜାରି ରଖିବା କ୍ଷେତ୍ରରେ ଗୁରୁମନ୍ତ୍ର ଦେଇଥିଲେ ୫ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ। ମୁଖ୍ୟମନ୍ତ୍ରୀଙ୍କ ଷଷ୍ଠ ଥର ଓଡ଼ିଶାରେ ବିଜୁ ଜନତା ଦଳ ଆଗାମୀ ନିର୍ବାଚନରେ ସମୃଦ୍ଧିର ଶିଖର ଛୁଇଁବ। ଜାତୀୟ ଦଳଙ୍କ ପାଇଁ ଓଡ଼ିଶା ହେଉଛି ବିନ୍ଦୁ ଏବଂ ବିଜୁ ଜନତା ଦଳ ପାଇଁ ଓଡ଼ିଶା ହେଉଛି ସିନ୍ଧୁ। ଜାତୀୟ ଦଳର ସାଂସଦ ରାଜ୍ୟର ସ୍ୱାର୍ଥ କଥା ସଂସଦରେ ନ ଉଠାଇ କେବଳ ନିଜ ସ୍ୱାର୍ଥ କଥା ଚିନ୍ତା କରନ୍ତି। ଜାତୀୟ ଦଳର ସାଂସଦ ରାଜ୍ୟର ସ୍ୱାର୍ଥକୁ ଅଣଦେଖା କରୁଛନ୍ତି ଏବଂ ରାଜ୍ୟର ବିକାଶକୁ ବିରୋଧ କରୁଛନ୍ତି। ରାଜ୍ୟର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗରେ ରାଜ୍ୟ ବିରୋଧରେ କାମ କରୁଛନ୍ତି। ହେଲେ ଆମର ପ୍ରିୟ ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜ୍ୟକୁ ବିଭିନ୍ନ କ୍ଷେତ୍ରରେ ଆଗକୁ ନେଇଛନ୍ତି।  

ଖାଦ୍ୟ ସୁରକ୍ଷା, ଦାରିଦ୍ର‌୍ୟ ଦୂରୀକରଣ, ପ୍ରାକୃତିକ ବିପର୍ଯ୍ୟୟ, କୃଷିକର୍ମଣ ପୁରସ୍କାର ଏମିତି ଅନେକ କ୍ଷେତ୍ରରେ ଓଡ଼ିଶା ଆଜି ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ହେଉଛି। ଓଡ଼ିଶା ଶ୍ରୀ ଜଗନ୍ନାଥ ମନ୍ଦିର, ଲିଙ୍ଗରାଜ ମନ୍ଦିର, ସମଲେଶ୍ୱରୀ ମନ୍ଦିର, ରାଜ୍ୟବାସୀଙ୍କ ଆସ୍ଥା ରଖୁଥିବା ସମସ୍ତ ବଡ଼ ମନ୍ଦିର, ମସଜିଦ, ଚର୍ଚ୍ଚ ସବୁ ଧର୍ମାବଲମ୍ବୀଙ୍କ ପାଇଁ ରୂପାନ୍ତରୀକରଣ କାର୍ଯ୍ୟ ହୋଇଛି। ରାଜ୍ୟର ରାଜ୍ୟର ପ୍ରାୟ ୮ ହଜାରରୁ ଊର୍ଦ୍ଧ୍ୱ ବିଦ୍ୟାଳୟର ରୂପାନ୍ତରୀକରଣ କରି ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛନ୍ତି। ୬ ମାସ ମଧ୍ୟରେ ଲକ୍ଷ୍ମୀ ବସ ସେବା ଦ୍ୱାରା ସମସ୍ତ ଜିଲ୍ଲାରେ ପରିବହନ ଏବଂ ଗମନାଗମନକୁ ସୁଦୃଢ଼ କରାଯାଇଛି। ରାଜ୍ୟର ଯୁବବର୍ଗ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱତନ୍ତ୍ର ଯୁବ ବଜେଟ ଷଷ୍ଠ ପାଳିରେ ପ୍ରଥମ ଦିଗ ରହିଛି। ଯୁବବର୍ଗଙ୍କ ପାଇଁ ୨୦୨୪ ବର୍ଷରୁ ୨୦୩୪ ହେଉଛି ଯୁବଙ୍କ ଦଶନ୍ଧି। ନୂଆ-ଓ ବୃତ୍ତି ଦ୍ୱାରା ରାଜ୍ୟର ୯୮% ପିଲା ଛାତ୍ରବୃତ୍ତି ପାଉଛନ୍ତି। ଯେଉଁଠି ଅନ୍ୟ ସବୁ ରାଜ୍ୟରେ ଛାତ୍ରବୃତ୍ତି ୨୦ ପ୍ରତିଶତରୁ ୨୫% ରହିଛି। ଏକ ସଶକ୍ତ ଓଡ଼ିଶା ନୂଆ ଓଡ଼ିଶା ଗଠନରେ ଯୁବକଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ କହିଛନ୍ତି।

ନିଜ ବକ୍ତବ୍ୟରେ ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି, ବିରୋଧିଙ୍କ ଅପପ୍ରଚାରକୁ  ସାମାଜିକ ଗଣମାଧ୍ୟମରେ କଡ଼ା ଜବାବ ଦେବା ସହ ସାଙ୍ଗଠନିକ ସ୍ତରରେ ଯୁବ ଜନତା ଦଳର ଲଢ଼େଇ ଦୁର୍ବାର ରହିବ। ବିରୋଧୀ ଜାତୀୟ ଦଳ ପାଇଁ ନିଜ ପାର୍ଟି ଆଗ ଆଉ ମାଟି ପଛ। ହେଲେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ପ୍ରତିଟି  ଓଡ଼ିଆଙ୍କ ବିକାଶ ସଦାସର୍ବଦା ଆଗରେ ରହିଛି। ନିଜ ବକ୍ତବ୍ୟରେ ସାଧାରଣ ସମ୍ପାଦକ (ଛାତ୍ର ଯୁବ ବ୍ୟାପାର) ପ୍ରଣବ ବଳବନ୍ତରାୟ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଷଷ୍ଠ ଥର ପାଇଁ ଶପଥ ନେବା ସହିତ ବିଜୁ ଜନତା ଦଳ ରେକର୍ଡ଼ ସଂଖ୍ୟକ ଆସନ ଅକ୍ତିଆର କରି ଓଡ଼ିଶା ରାଜନୀତିରେ ଇତିହାସ ରଚିବ। 

ଯୁବ ବିଜେଡ଼ି ସଭାପତି ଡକ୍ଟର ବ୍ୟୋମକେଶ ରାୟ କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ ହେତୁ ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ, ଉଦ୍ୟୋଗ, କ୍ରୀଡ଼ା, ଦକ୍ଷତା ବିକାଶରେ ରୂପାନ୍ତରଣ ହୋଇଛି। ଯୁବପିଢ଼ିଙ୍କ ସ୍ୱପ୍ନ ପୂରଣ ପାଇଁ ମୁଖ୍ୟମନ୍ତ୍ରୀ ସର୍ବଦା ପ୍ରତିଶୃତିବଦ୍ଧ  ଯୁବ ଜନତା ଦଳର ସଙ୍ଗଠନ ଦୁଇ ବିରୋଧୀ ଜାତୀୟ ଦଳ ତୁଳନାରେ ଅଧିକ ସଙ୍ଗଠିତ ରହିଛି। ରାଜ୍ୟର ୧୪୭ ବିଧାନସଭା ଏବଂ ୨୧ ଲୋକସଭା ଆସନରେ ବିପୁଳ ବିଜୟ ଲାଭ କରିବା ପାଇଁ ବିଜୁ ଯୁବ  ଜନତା ଦଳ ନିର୍ଣ୍ଣାୟକ ଭୂମିକା ନେବ। 

ଛାତ୍ର ବିଜେଡ଼ି ସଭାପତି ଦେବୀରଞ୍ଜନ ତ୍ରିପାଠୀ ଉଦବୋଧନ ଦେଇ କହିଥିଲେ, ବିଜୁ ବାବୁଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଏହି ଦଳ କାମ କରିଆସୁଛି। ଆସନ୍ତା ଜୁନ ୪ ତାରିଖରେ ଇତିହାସ ରଚିବ ବିଜୁ ଜନତା ଦଳ। ଶେଷରେ ବିଜୁ ଯୁବ ଜନତା ଦଳର ସାମ୍ବାଦିକ ସମ୍ମିଳନୀରେ ଯୁବ ଜନତା ଦଳର ସଭାପତି ବ୍ୟୋମକେଶ ରାୟ ଏହି କାର୍ଯ୍ୟକ୍ରମ ବିଷୟରେ ଗଣମାଧ୍ୟମକୁ ସବିଶେଷ ସୂଚନା ଦେଇଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ  ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ବୈକୁଣ୍ଠ ନାୟକ, ଧୃତିରଞ୍ଜନ ମାର୍ଥା, ଶୁଭେନ୍ଦୁ ମଙ୍ଗରାଜ, ଉପସଭାପତି ସୋଫିଆ ଆଲାମ, ସାଧାରଣ ସମ୍ପାଦିକା ମଧୁସ୍ମିତା ନାୟକ, ମହିକ୍ଷୀତା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।