Advertisement
photoDetails0hindi

Bone Health: ଏହି ୫ ଖାଦ୍ୟ ନଷ୍ଟ କରିଦିଏ କ୍ୟାଲସିୟମ୍, ଶରୀର ହୋଇଯାଏ ଦୁର୍ବଳ

Worst Diet For Our Bones: ମଜବୁତ ହାଡ ପାଇଁ ଆମେ ସୁସ୍ଥ ଖାଦ୍ୟ ଖାଇବା ଉଚିତ୍ । ଭାରତର ପ୍ରସିଦ୍ଧ ଡାଏଟିସିଆନ୍ ଆୟୁଷୀ ଯାଦବ କହିଛନ୍ତି ଯେ, ହାଡ ପାଇଁ ଏକ ଅତ୍ୟାବଶ୍ୟକ ପୁଷ୍ଟିକର କ୍ୟାଲସିୟମ୍ ଅଭାବକୁ ରୋକିବା ପାଇଁ ଆମେ କେଉଁ ଜିନିଷଠାରୁ ଦୂରରେ ରହିବା ଉଚିତ୍ ।

1/5

ଅଧିକାଂଶ ଲୋକେ ଚା ଏବଂ କଫି ପିଇବାକୁ ଭଲ ପାଆନ୍ତି । ଆମମାନଙ୍କ ମଧ୍ୟରୁ ଅନେକ ଏଥିରୁ ଆମ ଦିନ ଆରମ୍ଭ କରନ୍ତି,କିନ୍ତୁ ଆପଣ ଜାଣନ୍ତି କି ସେଥିରେ କଫିର ପରିମାଣ ବହୁତ ଅଧିକ ଥାଏ, ଯେଉଁ କାରଣରୁ ହାଡର ଶକ୍ତି କମିବାରେ ଲାଗେ। ତେଣୁ ଯଥାସମ୍ଭବ କଫି ଓ ଚା ଠାରୁ ନଜକୁ ଦୂରେଇ ରଖନ୍ତୁ ।

 

2/5

 ମିଠା ଜିନିଷ ବା ମିଠା ଖାଇବାକୁ ସମସ୍ତେ ପସନ୍ଦ କରନ୍ତି । ଆମେ ଭାବୁ ଯେ, ଏହା କେବଳ ମଧୁମେହର ଆଶଙ୍କା ବଢାଇଥାଏ । କିନ୍ତୁ ଆପଣ ଜାଣିଛନ୍ତି କି , ଏହା ଶରୀରର ହାଡକୁ ମଧ୍ୟ କ୍ଷତି ପହଞ୍ଚାଇଥାଏ । ସେଥିପାଇଁ କମ୍ ପରିମାଣରେ ଚିନି କିମ୍ବା ସେଥିରୁ ପ୍ରସ୍ତୁତ ଜିନିଷ ଖାଆନ୍ତୁ।  ।

3/5

ଯଦିଓ ମଦ୍ୟପାନ ଅନେକ ରୋଗ ଏବଂ ମନ୍ଦତାର ମୂଳ ଅଟେ, ଏହା ହାଡ ପାଇଁ ମଧ୍ୟ କ୍ଷତିକାରକ ବୋଲି ବିବେଚନା କରାଯାଏ । ଏହି କାରଣରୁ,ହାଡ ମଧ୍ୟ ଦୁର୍ବଳ ହେବାକୁ ଲାଗେ । ଯେଉଁ କାରଣରୁ ସାମାନ୍ୟ ଆଘାତରେ ହାଡ ଭାଙ୍ଗିବାର ମଧ୍ୟ ଆଶଙ୍କା ରହିଛି । 

 

4/5

ସୋଡିୟମ୍ ଆମ ହାଡ ପାଇଁ କ୍ଷତିକାରକ, ଯେଉଁଥିପାଇଁ ଅଷ୍ଟିଓପୋରୋସିସ୍ ରୋଗ ହେବାର ଆଶଙ୍କା ଯଥେଷ୍ଟ ଅଧିକ ଥାଏ । ଏଥିରେ ହାଡଗୁଡ଼ିକ ପତଳା ଏବଂ ଦୁର୍ବଳ ହୋଇଯାଏ। ତେଣୁ ଚିପ୍ସ, ଲେଜ୍ ଭଳି ଜିନିଷ ଠାରୁ ଦୂରରେ ରୁହନ୍ତୁ ।

5/5

ଅଧିକାଂଶ ଲୋକଙ୍କୁ ମୃଦୁ ପାନୀୟ ବା କୋଲ୍ଡ ଡ୍ରିଙ୍କସ୍ ପିଇବାକୁ ଭଲ ଲାଗେ। କିନ୍ତୁ ଆପଣ ଜାଣିଛନ୍ତି କି ଏହା ଆମ ହାଡକୁ ଗୁରୁତର କ୍ଷତି ପହଞ୍ଚାଏ, କାରଣ ସେଥିରେ ସୋଡା ପରିମାଣ ବହୁତ ଅଧିକ ଥାଏ । ଏହା ବଦଳରେ ଆପଣ ଫଳ ରସ ପିଅନ୍ତୁ । 

(Disclaimer: ଏଠାରେ ଦିଆଯାଇଥିବା ସୂଚନା ସାଧାରଣ ମାନ୍ୟତା ଓ ସୂଚନା ଉପରେ ଆଧାରିତ । ZEE ODISHA NEWS ଏହାକୁ ନିଶ୍ଚିତ କରେ ନାହିଁ ।)