Advertisement
photoDetails0hindi

Asthma: ଆସ୍ଥମା ରୋଗୀମାନେ ପ୍ରତିଦିନ ଖାଆନ୍ତୁ ଏହି ସବୁ ଫଳ, ବ୍ୟବହାର କରିବାକୁ ପଡିବନି Inhaler!

Asthma:  ସାଧାରଣତଃ ଆସ୍ଥମା ରୋଗୀମାନଙ୍କ ଠାରେ ନିଶ୍ବାସପ୍ରଶ୍ବାସ ନେବାରେ ସମସ୍ୟାରେ ସମସ୍ୟା ଦେଖାଦେଇଥାଏ ।ଏହାସହ ଅଧିକ ବାଟ ଚାଲିଲେ ଏମାନେ ହାଲିଆ ମଧ୍ୟ ହୋଇପଡିଥାନ୍ତି ।  ପ୍ରଦୂଷଣ ଯୋଗୁଁ ମଧ୍ୟ ଏହି ସମସ୍ୟା ଆହୁରି ଜଟିଳ ହୁଏ । 

 

 

1/5

ଆସ୍ଥମା ରୋଗୀଙ୍କ ପାଇଁ ପାଚିଲା ଅମୃତଭଣ୍ତା ଅତ୍ୟନ୍ତ ଲାଭଦାୟକ। ଏହା ଖାଇବା ଦ୍ବାରା, ଉଭୟ ପେଟ ଏବଂ ଫୁସଫୁସ ସୁସ୍ଥ ରହିଥାଏ । ତେଣୁ, ଯଦି ଆପଣ ଆସ୍ଥମା ରୋଗୀ,ତେବେ ଆପଣ ପ୍ରତିଦିନ ପାଚିଲା ଅମୃତଭଣ୍ତା ଖାଇଲେ ଆପଣଙ୍କ ଆସ୍ଥମା ରୋଗ ଭଲ ହୋଇପାରିବ। 

 

2/5

ଭିଟାମିନ୍ ସିରେ ଭରପୂର ହେଉଛି ପିଜୁଳୀ । ଏହା ଆସ୍ଥମା ରୋଗୀଙ୍କ ପାଇଁ ଲାଭଦାୟକ ଅଟେ। ଯଦି ଆପଣ ପ୍ରତିଦିନ ପାଚିଲା ପିଜୁଳୀ ଖାଆନ୍ତି, ଏହା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହ ଫୁସଫୁସକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଯାହା ଦ୍ବାରା ଆପଣ ସହଜରେ ନିଶ୍ବାସ ପ୍ରଶ୍ବାସ ନେବାରେ କୌଣସି ସମସ୍ୟା ଦେଖାଦେଇ ନଥାଏ । 

3/5

ଆସ୍ଥମା  ରୋଗୀଙ୍କ ପାଇଁ କମଳା ଏକ ଭଲ ଫଳ । ଏହାର କାରଣ ହେଉଛି ଏଥିରେ ଭିଟାମିନ୍ ସି ଭରପୂର ପରିମାଣରେ ରହିଛି । 

 

4/5

ଯଦି ଆପଣଙ୍କ ଠାରେ ଆସ୍ଥମା ରୋଗର ଲକ୍ଷଣ ଆରମ୍ଭ ହୋଇଥାଏ । ତେବେ ଆପଣ ପ୍ରତିଦିନ ନିଜ ଡାଏଟରେ ଆପଲ୍ ବା ସେଓ ସାମିଲ କରନ୍ତୁ । ଏହା ଫୁସଫୁସର ପ୍ରଦାହକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।

5/5

ଯଦି ଆପଣ ଆସ୍ଥମା ରୋଗୀ ତେବେ ଷ୍ଟ୍ରବେରୀ ଆପଣଙ୍କ ପାଇଁ ବେଶ ଲାଭଦାୟକ । ଏହାର କାରଣ ଏହା ଭିଟାମିନ୍ ସି ର ଉତ୍ସ, ଯାହା ଫୁସଫୁସର ପ୍ରଦାହକୁ ହ୍ରାସ କରି ଫୁସଫୁସକୁ ସୁରକ୍ଷା ଦେଇଥାଏ।

 

(Disclaimer: ଏଠାରେ ଦିଆଯାଇଥିବା ସୂଚନା ସାଧାରଣ ମାନ୍ୟତା ଓ ସୂଚନା ଉପରେ ଆଧାରିତ । ZEE ODISHA NEWS ଏହାକୁ ନିଶ୍ଚିତ କରେ ନାହିଁ ।)