Advertisement
Photo Details/zeeodisha/odisha1613022
photoDetails0hindi

World's Best Airport 2023: ବିମାନ ବନ୍ଦର ନୁହେଁ ୟେ ତ ସ୍ୱର୍ଗ ! ଦେଖନ୍ତୁ ଫଟୋ

World's Best Airport 2023: ବହୁତ କମ ସମୟରେ ଯାତ୍ରା କରିବାକୁ ଅର୍ଥାତ୍ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାକୁ ହେଲେ ସମସ୍ତେ ବିମାନ ଉପରେ ଭରସା କରିଥାନ୍ତି । ଟଙ୍କା ଅଧିକ ଥିଲେ ମଧ୍ୟ ସୁବିଧା ସୁଯୋଗରେ ପହଞ୍ଚାଇବାର ଦାୟିତ୍ୱ ଥାଏ ବିମାନର । ଦୂର ସ୍ଥାନକୁ ଯିବାକୁ ହେଲେ ଖୁବ କମ୍ ସମୟରେ ନେଇ ପହଞ୍ଚାଇଥାଏ ବିମାନ । ତେବେ ବିଶ୍ୱର ଏମିତି କିଛି ବିମାନ ବନ୍ଦ ଅଛି ଯାହାକୁ ଦେଖିବା ମାତ୍ରେ ଆପଣ ବି କହିବେ ଏହା ବିମାନ ବନ୍ଦର ନୁହେଁ ଏହା ସ୍ୱର୍ଗ । ତେବେ ଚାଲନ୍ତୁ ଦେଖିବା ବିଶ୍ୱର ଏମିତି କିଛି ସୁନ୍ଦର ବିମାନ ବନ୍ଦରର ଫଟୋ...

1/10

ସିଙ୍ଗାପୁରର ଚାଙ୍ଗୀ ଏୟାରପୋର୍ଟ ସୁନ୍ଦରତାରେ ଭରପୂର । ଯାହାଫଳରେ Skytrax ର ବାର୍ଷିକ ରାଙ୍କିଂ ହିସାବରେ ପ୍ରଥମ ସ୍ଥାନ ହାତେଇ ନେଇଛି।

2/10

ଦୋହାର ହମଦ ଇଣ୍ଟରନ୍ୟାସନାଲ ବିମାନ ବନ୍ଦରଚଳିତ ବର୍ଷ ସ୍କାଏଟ୍ରାକ୍ସ ତାଲିକାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଏହି ବିମାନବନ୍ଦରରେ ବିଭିନ୍ନ ପ୍ରକାରର ସୁବିଧା ଉପଲବ୍ଧ । 

 

3/10

୨୦୨୩ ପାଇଁ ଟୋକିଓର ହାନେଡା ଅନ୍ତର୍ଜାତୀୟ ବିମାନବନ୍ଦର ସ୍କାଏଟ୍ରାକ୍ସର ଶ୍ରେଷ୍ଠ ପାଞ୍ଚଟିରେ ତୃତୀୟ ସ୍ଥାନ ଅଧିକାର କରିଛି।

4/10

ଦକ୍ଷିଣ କୋରିଆର ଇଞ୍ଚୟୋନ୍ ଅନ୍ତର୍ଜାତୀୟ ବିମାନବନ୍ଦର ଚତୁର୍ଥ ଶ୍ରେଷ୍ଠ ବିମାନବନ୍ଦରର ଆଖ୍ୟା ପାଇଛି। 

 

5/10

ପ୍ୟାରିସର ଚାର୍ଲ୍ସ ଡି ଗଲ୍ ଅନ୍ତର୍ଜାତୀୟ ବିମାନବନ୍ଦର, ଯାହାକୁ ବିଶ୍ୱର ଫ୍ୟାଶନ୍ ରାଜଧାନୀ କୁହାଯାଏ ସେହି ବିମାନ ବନ୍ଦର ପଞ୍ଚମ ସ୍ଥାନ ହାସଲ କରିଛି।

6/10

ଚଳିତ ବର୍ଷ ଶତାବ୍ଦୀର ସବୁଠାରୁ ଭୟଙ୍କର ଭୂକମ୍ପ ତୁର୍କୀରେ ଘଟିଥିଲା, କିନ୍ତୁ ତୁର୍କୀ ପାଇଁ ଏହା ଏକ ଖୁସିର ବିଷୟ ଯେ ଇସ୍ତାନବୁଲ ବିମାନବନ୍ଦର ଷଷ୍ଠ ସ୍ଥାନରେ ରହିଛି।

 

7/10

ଜର୍ମାନୀର ମ୍ୟୁନିଖ୍ ବିମାନବନ୍ଦର ସ୍କାଏଟ୍ରାକ୍ସର ୨୦୨୩ ତାଲିକାରେ ସପ୍ତମ ସ୍ଥାନ ହାସଲ କରିଛି ଏବଂ ଏହାକୁ ଶ୍ରେଷ୍ଠ ୧୦ରେ ସ୍ଥାନିତ କରାଯାଇଛି।

8/10

ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ତୁଷାର ପର୍ବତ ବିଶିଷ୍ଟ ଦେଶ ସ୍ୱିଜରଲ୍ୟାଣ୍ଡର ଜୁରିଖ୍ ବିମାନବନ୍ଦର ଅଷ୍ଟମ ସ୍ଥାନ ହାସଲ କରିଛି। 

9/10

ଯେଉଁ ଦେଶରେ ବୁଲେଟ୍ ଟ୍ରେନ୍ ର ଚର୍ଚ୍ଚା ବେଶି ହୁଏ ସେହି ଦେଶ ହେଉଛି ଜାପାନ, ଜାପାନର ନରିଟା ଅନ୍ତର୍ଜାତୀୟ ବିମାନବନ୍ଦର ସର୍ବୋତ୍ତମ ବିମାନବନ୍ଦର ଦୃଷ୍ଟିରୁ ନବମ ସ୍ଥାନ ହାସଲ କରିଛି। 

10/10

ବିଶ୍ୱର ଫୁଟବଲ ପ୍ରେମୀମାନଙ୍କ ଦ୍ୱାରା ପରିପୂର୍ଣ୍ଣ ଦେଶ ସ୍ପେନର ମାଦ୍ରିଦ-ବାରାଜସ୍ ବିମାନ ବନ୍ଦର ଦଶମ ସ୍ଥାନରେ ରହିଛି ।