Advertisement
Photo Details/zeeodisha/odisha1877676
photoDetails0hindi

Ganesh Chaturthi 2023: ଗଣେଶ ଚତୁର୍ଥୀରେ ଏହି ପାଞ୍ଚଟି ମନ୍ଦିରକୁ ଯାଇ କରନ୍ତୁ ଦର୍ଶନ, ପୂରା ଆପଣଙ୍କ ମନସ୍କାମନା

Ganesh Chaturthi 2023: ଆପଣ ଦିଲ୍ଲୀବାସୀ ହୁଅନ୍ତୁ କିମ୍ବା ଏହି ସହରର ପର୍ଯ୍ୟଟକ । ଏହି ଗଣେଶ ଚତୁର୍ଥୀରେ ଦିଲ୍ଲୀର ଗଣେଶ ମନ୍ଦିର ଯାଇ ଦର୍ଶନ କରିବା ଏକ ଅଦ୍ଭୁତ ବିଷୟ ହେବ । ବର୍ତ୍ତମାନ ଏହି ଦେବତାଙ୍କର ଆର୍ଶୀବାଦ ଗ୍ରହଣ କରିବାର ସମୟ ଆସିଛି । ଯିଏ ଜୀବନରୁ ବାଧାବିଘ୍ନ ହଟାଇବାରେ ଜଣେ ମାହିର ବୋଲି ବିଶ୍ୱାସ କରାଯାଏ । ତେଣୁ ଆଜି ଆମେ ଆପଣଙ୍କୁ ଦିଲ୍ଲୀର ୫ ଟି ପ୍ରସିଦ୍ଧ ତଥା ପ୍ରତିଷ୍ଠିତ ଗଣେଶ ମନ୍ଦିର ବିଷୟରେ ଏଠାରେ କହୁଛୁ ।

1/5

Ganesh Chaturthi: କନ୍ନାଟ୍ ପ୍ଲେସରେ ଥିବା ଗଣେଶ ମନ୍ଦିର ବୋଧହୁଏ ସହରର ସର୍ବ ପୁରାତନ ଗଣେଶ ମନ୍ଦିର ମଧ୍ୟରୁ ଅନ୍ୟତମ । ଯାହା ଭକ୍ତମାନଙ୍କ ମଧ୍ୟରେ ବହୁତ ପୂଜନୀୟ । ଏହି ମନ୍ଦିରଟି ୩୧ ଅକ୍ଟୋବର ୧୯୫୨ ରେ ଭି ଶଙ୍କର ଆୟରଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା ଓ ଏହା ପ୍ରସିଦ୍ଧ ହନୁମାନ ମନ୍ଦିର ପାଖରେ ଅବସ୍ଥିତ ।

 

2/5

ଶ୍ରୀ ଶୁଭ ସିଦ୍ଧ ବିନୟକ ମନ୍ଦିର ଏହା ଦିଲ୍ଲୀର ସର୍ବ ପୁରାତନ ଗଣେଶ ମନ୍ଦିର ମଧ୍ୟରୁ ଅନ୍ୟତମ । ଯାହାର ମହତ୍ତ୍ୱପୂର୍ଣ୍ଣ ଧାର୍ମିକ ମହତ୍ତ୍ୱ ରହିଛି ମୟୂର ବିହାରରେ ଅବସ୍ଥିତ ଏହି ମନ୍ଦିର ୧୯୯୦ ମସିହାରେ ନିର୍ମିତ ହୋଇଥିଲା । କିନ୍ତୁ ମୁଖ୍ୟ ଦେବତା ପ୍ରଭୁ ବିନାୟକଙ୍କ ମୂର୍ତ୍ତି ବହୁ ପରେ ୧୯୯୬ ରେ ସ୍ଥାପିତ ହୋଇଥିଲା । ଗଣେଶ ଚତୁର୍ଥୀରେ ସହରର ବିଭିନ୍ନ ସ୍ଥାନରୁ ଲୋକମାନେ ଏଠାରେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବାକୁ ଆସନ୍ତି ।

 

3/5

ଶ୍ରୀ ବିନାୟକ ମନ୍ଦିର ନୂଆଦିଲ୍ଲୀର ସରୋଜିନୀ ନାଗର ଅଞ୍ଚଳରେ ରହିଛି । ଯାହାକି ଗଣେଶ ପୂଜା ପାଇଁ ସମ୍ପୂର୍ଣ୍ଣ ଉତ୍ସର୍ଗୀକୃତ । ଏହା ଅନ୍ୟ ଏକ ମନ୍ଦିର ଯାହାକି ଗଣେଶ ପୂଜାର ଦକ୍ଷିଣ ଭାରତୀୟ ପଦ୍ଧତି ଅନୁସରଣ କରେ । ବୈଦିକ ଯଜ୍ଞ, ଶାସ୍ତ୍ର ପାଠ, ଖାଦ୍ୟ ନୈଦ୍ୟ ମାଧ୍ୟମରେ ଦେବତାଙ୍କୁ ପୂଜା କରାଯାଏ । ଗଣେଶ ଚତୁର୍ଥୀରେ ସମୟରେ ଏହି ମନ୍ଦିର ଏକ ବିଶାଳ ମନ୍ଦିର ପରି ଦେଖାଯାଏ, ଯେଉଁଠାରେ ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହୋଇଥାନ୍ତି ।

 

4/5

୧୯୯୪ ମସିହାରେ ଦିଲ୍ଲୀର ଆନନ୍ଦ ବିହାର ଅଞ୍ଚଳର ବିଜ୍ଞାନ ଲୋକ ଅଞ୍ଚଳରେ ମିଳିଥିବା ପ୍ରାଚୀନ ଗଣେଶ ମନ୍ଦିରରେ ଗୋଟିଏ ବଦଳରେ ପାଞ୍ଚଟି ଶିଖର ରହିଛି । ଏହି ମନ୍ଦିରଟି ଉତ୍ତର ଭାରତୀୟ ଶୈଳୀ ମନ୍ଦିର ସ୍ଥାପତ୍ୟରେ ନିର୍ମିତ ହୋଇଛି । ଭଗବାନ ଶିବ ଓ ଦେବୀ ପାର୍ବତୀଙ୍କ ଏକ ଛୋଟ ମନ୍ଦିର ଏବଂ ନଅ ଗ୍ରହ ପାଇଁ ଉତ୍ସର୍ଗୀକୃତ ଏକ ପୂଜା କ୍ଷେତ୍ର ମଧ୍ୟ ଅଛି । ଏହି ମନ୍ଦିର ପରିଦର୍ଶନ କରିବାକୁ ଭକ୍ତମାନେ ଦୂର ସ୍ଥାନରୁ ଆସିଥାନ୍ତି, ଏହି ମନ୍ଦିରର ନିକଟତମ ମେଟ୍ରୋ ଷ୍ଟେସନ ହେଉଛି ଆନନ୍ଦ ବିହାର ।

 

5/5

ଭଗବାନ ଗଣେଶଙ୍କର ପ୍ରିୟ ରଙ୍ଗ ନଲି ହୋଇଥିବାରୁ ଶ୍ରୀ ଗଣେଶ ମନ୍ଦିରର ବାହ୍ୟ କାନ୍ଥକୁ ମେରୁନ୍ ନାଲି ରଙ୍ଗ ଦିଆଯାଏ ଓ ତା’ପରେ ଜଟିଳ କଳାକୃତି ସହିତ ଆହୁରି ବଢିଯାଇଥାଏ । ମନ୍ଦିରର ଭିତର ଅଂଶ ମଧ୍ୟ କମ୍ ପ୍ରଭାବଶାଳୀ ନୁହେଁ । ଗଣେଶ ଚଚତୁର୍ଥୀରେ  ସମୟରେ ଏହି ମନ୍ଦିର ଜନଗହଳିପୂର୍ଣ୍ଣ ଓ ବ୍ୟସ୍ତ ହୋଇଯାଏ ତେଣୁ ଆପଣ ଦିନ ଆରମ୍ଭରେ ଏଠାରେ ଦର୍ଶନ କରିବାକୁ ଯୋଜନା କରିପାରନ୍ତି । ଏହି ମନ୍ଦିରର ନିକଟତମ ମେଟ୍ରୋ ଷ୍ଟେସନ ହେଉଛି ଅଜମେରୀ ଗେଟ୍ ।