Advertisement
photoDetails0hindi

Vastu Tips: ପର୍ସରେ ଟଙ୍କା ରହୁନାହିଁ କି? କରନ୍ତୁ ଏହି କାମ, କେବେବି ହେବନି ଅର୍ଥର ଅଭାବ!

Vastu Tips In Odia: ଦରମା ପାଉ ପାଉ ଆପଣଙ୍କ ପକେଟ ଖାଲି ହୋଇଯାଉଛି କି ? ଆପଣଙ୍କୁ ସବୁବେଳେ ନିଅଣ୍ଟ ହେଉଛି କି ଟଙ୍କା ( financial loss)। ଜାଣନ୍ତୁ କିପରି ବାସ୍ତୁ ଟିପ୍ସ (Vastu Tips) ଦ୍ୱାରା ଭରି ରଖିବେ ଆପଣଙ୍କ ପକେଟ । ଟଙ୍କା କମାଇବା ପାଇଁ ଆପଣ ଦିନ ରାତି କାମ କରୁଛନ୍ତି,ହେଲେ ଦରମା ପାଉ ପାଉ ଟଙ୍କା ( financial loss) ସରିଯାଉଛି ।

1/5

ବହୁତ ଲୋକ ଏମିତି ଅଛନ୍ତି ଯିଏ ନିଜ ପର୍ସରେ ଟଙ୍କା ସହ ପୁରୁଣା ବିଲ୍‌, ଅଦରକାରୀ କାଗଜ ଆଦି ରଖିଥାନ୍ତି । ବାସ୍ତୁ ଅନୁସାରେ ଧନ ସ୍ଥାନରେ କିଛି ପ୍ରକାରର ଅସନା ଜିନିଷ ରଖିବା କଥା ନୁହେଁ । ଯାହାଦ୍ୱାରା ଧନ ଦେବୀ ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି । ତେଣୁ ଯେଉଁ ସ୍ଥାନରେ ଧନ ରଖିବେ ସେ ଜାଗାରେ ଅପରିସ୍କାର କରିବେ ନାହିଁ ।

 

2/5

ଟଙ୍କା ଓ କଏନ କୁ ପର୍ସରେ ଅଲଗା ଅଲଗା ରଖନ୍ତୁ । ନୋଟ୍‌ ଓ କଏନକୁ କେବେ ବି ଏକାଠି ରଖନ୍ତୁ ନାହିଁ ।

3/5

ଅଧିକାଂଶ ଲୋକେ ପର୍ସରେ ଗୁରୁ, ପିତା, ପତ୍ନୀ ବା ଦେବାଦେବୀଙ୍କ ଫଟୋ ରଖିଥାନ୍ତି । ବାସ୍ତୁ ଅନୁସାରେ ଏହା ଠିକ ହୋଇ ନଥାଏ । ଆପଣଙ୍କ ପର୍ସ ଟଙ୍କାରେ ଭରି ରଖିବାକୁ ଚାହାଁନ୍ତି ତ କେବେ ଦେବାଦେବୀ ଓ ଦିବଗଂତ ଲୋକଙ୍କ ଫଟୋ ପର୍ସରେ ରଖନ୍ତୁ ନାହିଁ ।

4/5

ପର୍ସ ବ୍ୟାଗ ବା ଆଲମିରାରେ ରଖନ୍ତୁ,କେବେ ବି ଏହାକୁ ଅସନା ହାତରେ ଧରନ୍ତୁ ନାହିଁ । ଟଙ୍କା ଧରିବା ପୂର୍ବରୁ ହାତ ସର୍ବଦା ପରିସ୍କାର ରଖନ୍ତୁ ।

 

5/5

ଫଟା, ପୁରୁଣା ନୋଟ୍‌ ,ଲୁହା ବା ଧାର ଥିବା ଜିନିଷ,ପେପର ସପ୍‌, ସାମ୍ପୁ କେବେ ବି ପର୍ସରେ ରଖନ୍ତୁ ନାହିଁ । ଏହି ସବୁ ନେଗେଟିଭ ଶକ୍ତି ଦେଉଥିବାରୁ ଧନ ଆସିବାକୁ ଦେଇନଥାଏ । ଫଳରେ ଏହା ଆର୍ଥିକ ହାନିର କାରଣ ହୋଇଥାଏ ।