Advertisement
photoDetails0hindi

Period Cramps: ଋତୁସ୍ରାବ ସମୟରେ ହେଉଛି କି ଅସହ୍ୟ ଯନ୍ତ୍ରଣା, ତାହେଲେ କଞ୍ଚା ଅମୃତଭଣ୍ଡା ଦେବ ଆପଣଙ୍କୁ ଫାଇଦା

Period Cramps News In Odia : ଋତୁସ୍ରାବ ସମୟରେ ମହିଳା ମାନଙ୍କୁ ଅସହ୍ୟ ଯନ୍ତ୍ରଣା ହୋଇଥାଏ। ତେବେ କିଛି ମହିଳା ଏହି ଯନ୍ତ୍ରଣାରୁ ବର୍ତ୍ତିବା ପାଇଁ ମେଡିସିନ ବ୍ୟବହାର କରିଥାନ୍ତି ହେଲେ କଞ୍ଚା ଅମୃତଭଣ୍ଡା ରେ ଔଷଧୀୟ ତତ୍ତ୍ୱ ରହିଛି ତାହା ବି ଆପଣ ମାନେ ଜାଣିବା ଜରୁରୀ। କଞ୍ଚା ଅମୃତଭଣ୍ଡା ପୁଷ୍ଟିକର ଉପାଦାନରେ ପରିପୂର୍ଣ୍ଣ । ଏହାକୁ ଖାଇବା ଦ୍ୱାରା ଶରୀର ଗମ୍ଭୀର ରୋଗର ବିପଦକୁ ଏଡ଼ାଇଥାଏ। ଏଥିରେ ଭିଟାମିନ୍ ଏ, ସି, ଇ, ବି ଏବଂ ମ୍ୟାଗ୍ନେସିୟମ୍ ପରି ଖଣିଜ ପଦାର୍ଥ ମିଳିଥାଏ । ମେଦବହୁଳତା ହ୍ରାସ କରିବାରେ ଏହା ପ୍ରଭାବଶାଳୀ ଅଟେ ।

1/6

କଞ୍ଚା ଅମୃତଭଣ୍ଡା ଖାଇବା କିମ୍ବା ଏହାର ରସ ପିଇବା ଦ୍ୱାରା ଶରୀରରେ ଇନସୁଲିନର ପରିମାଣ ସଠିକ୍ ରହିଥାଏ । ଏହା ଗ୍ଲୁକୋଜର ସ୍ତରକୁ ନିୟନ୍ତ୍ରଣରେ ରଖେ ଏବଂ ମଧୁମେହ ପରି ବିପଜ୍ଜନକ ରୋଗକୁ ରୋକିଥାଏ । 

2/6

କଞ୍ଚା ଅମୃତଭଣ୍ଡା ମହିଳାମାନଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଏହାକୁ ଖାଇବା ଦ୍ୱାରା ମହିଳାମାନେ ପ୍ରତି ମାସରେ ହେଉଥିବା ଋତୁସ୍ରାବ ସମୟର ଯନ୍ତ୍ରଣାରୁ ମୁକ୍ତି ପାଆନ୍ତି । ଏହା ଶରୀରରେ ଅକ୍ସିଟୋସିନ୍ ଏବଂ ପ୍ରୋଷ୍ଟାଗ୍ଲାଣ୍ଡିନର ସ୍ତରକୁ ବଢାଇଥାଏ ଯାହା ଯନ୍ତ୍ରଣାକୁ ହ୍ରାସ କରିଥାଏ । 

3/6

କଞ୍ଚା ଅମୃତଭଣ୍ଡା ଖାଇବା ଦ୍ୱାରା ଶରୀରରେ ପ୍ରଚୁର ଫାଇବର ମିଳିଥାଏ । ଏହା କୋଷ୍ଠକାଠିନ୍ୟର ସମସ୍ୟାକୁ ଦୂର କରିଥାଏ ଏବଂ ହଜମ ପ୍ରକ୍ରିୟାରେ ଉନ୍ନତି ଆଣିଥାଏ।

 

4/6

ଶିଶୁମାନଙ୍କୁ କ୍ଷୀର ପିଆଉଥିବା ମହିଳା ମାନେ କଞ୍ଚା ଅମୃତଭଣ୍ଡା ଖାଇବା ଜରୁରୀ । କଞ୍ଚା ଅମୃତଭଣ୍ଡା ଖାଇବା ଦ୍ୱାରା ସ୍ତନରେ କ୍ଷୀର ପରିମାଣ ବୃଦ୍ଧି ଘଟିଥାଏ। 

5/6

କଞ୍ଚା ଅମୃତଭଣ୍ଡା ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ ଏବଂ ଥଣ୍ଡା ସହ ଫ୍ଲୁ ସମସ୍ୟାକୁ ଭଲ କରିଥାଏ । 

 

6/6

କଞ୍ଚା ଅମୃତଭଣ୍ଡା ମଧ୍ୟ କ୍ୟାଲୋରୀରେ କମ୍ ଏବଂ ଏଥିରେ ବହୁ ଷ୍ଟାର୍ଚ ମଧ୍ୟ ଥାଏ । ଏସବୁ ହେତୁ କଞ୍ଚା ଅମୃତଭଣ୍ଡା ଓଜନ ହ୍ରାସ କରିବାରେ ସାହାଯ୍ୟ କରେ ।