Advertisement
Photo Details/zeeodisha/odisha1804692
photoDetails0hindi

Horoscope Today Aug 1 2023: ଦୂରଯାତ୍ରା ସହ ମିଳିବ ଶୁଭଫଳ! ଜାଣନ୍ତୁ କେମିତି କଟିବ ଆପଣଙ୍କ ମଙ୍ଗଳବାର

Today Horoscope Aug 1 2023: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ....

1/12

ମେଷ ରାଶି: ଦୀର୍ଘ ଦିନରୁ ଯାତ୍ରା ପାଇଁ ରଖିଥିବା ଆଶା ସଫଳ ହେବ। ଭ୍ରମଣ ସମୟରେ ନିଜ ମୂଲ୍ୟବାନ ଜିନିଷ ପ୍ରତି ଯତ୍ନବାନ ରୁହନ୍ତୁ। ପରିବାରରେ ହସଖୁସିର ବାତାବରଣ ରହିବ । ନୂତନ ଲୋକମାନଙ୍କ ସହ ଯୋଗାଯୋଗକୁ ଆସିପାରନ୍ତି । ଆକସ୍ମିକ ବିପଦ ହେତୁ ସତର୍କ ରୁହନ୍ତୁ। ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ ।

2/12

ବୃଷ ରାଶି:  ବହୁ ଦିନରୁ ଲାଗି ରହିଥିବା ବିବାଦର ସମାଧାନ ହେବ । ସ୍ବାସ୍ଥ୍ୟ ଭଲ ରହିବ। ପୂଜାର୍ଚ୍ଚନା ପାଇଁ ଦିନଟି ଅନୁକୂଳ ଅଟେ। ଦୀର୍ଘ ଦିନରୁ ଅଟକି ଥିବା କାର୍ଯ୍ୟ ପୂରଣ ହେବ । ବିଦେଶ ଯାତ୍ରା ନେଇ ସୁଯୋଗ ମିଳିପାରେ। ମହିଳା ଓ ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଅତ୍ୟନ୍ତ ଶୁଭ ଅଟେ ।

3/12

ମିଥୁନ ରାଶି: ସମସ୍ତ କାର୍ଯ୍ୟରେ ଦ୍ୱନ୍ଦ୍ୱ ଅନୁଭବ କରିବେ। ମାତାଙ୍କ କ୍ଷେତ୍ରରେ ଅଧିକ ସମ୍ବେଦନଶୀଳ ହେବେ। ମାନସିକ ଆଳସ୍ୟ ଅନୁଭବ କରିବେ। ଅନିଦ୍ରା କାରଣରୁ ଶାରୀରିକ ଅସୁସ୍ଥତା ଦେଖାଦେଇପାରେ। ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ ନଚେତ୍ କ୍ଷତି ହୋଇପାରେ ।

4/12

କର୍କଟ ରାଶି: ଦୂରରେ ବାସ କରୁଥିବା ମିତ୍ରମାନଙ୍କ ସହ ଭେଟ ହୋଇପାରେ । ପରିବାରରେ ସୁଖ-ଶାନ୍ତି ରହିବ। ଉତ୍ତମ ଭୋଜନ ପ୍ରାପ୍ତି ହେବ। ନିର୍ଦ୍ଧାରିତ କାମରେ ସଫଳତା ମିଳିବ। ମହିଳା ମିତ୍ର ଆପଣଙ୍କୁ ସହାୟକ ପ୍ରମାଣିତ ହେବେ।

5/12

ସିଂହ ରାଶି: ଯେକୌଣସି କାର୍ଯ୍ୟ ସଫଳ ପାଇଁ ଆଜିର ଦିନଟି ଅତ୍ୟନ୍ତ ଶୁଭ ଅଟେ । ମିତ୍ରଙ୍କ ସହ ସାକ୍ଷାତ କରି ଖୁସି ହେବେ। ଲଘୁ ଯାତ୍ରାର ଯୋଗ ରହିଛି। ଭାଇ-ବନ୍ଧୁଙ୍କ ସହ ମିଳାମିଶା ରହିବା ଲାଭଦାୟୀ ରହିବ।  ଆର୍ଥିକ ଲାଭ ସହ ସମାଜରେ ଆଦର ସମ୍ମାନ ମିଳିବ।

6/12

କନ୍ୟା ରାଶି: ବ୍ୟବସାୟ ଦୃଷ୍ଟି କୋଣରୁ ଆଜିର ଦିନ ଲାଭଦାୟୀ ପ୍ରମାଣିତ ହେବ। ସ୍ଵାସ୍ଥ୍ୟ ଭଲ ରହିବ। ପରିଜନମାନଙ୍କ ସହିତ ସାକ୍ଷାତ କରି ସୁଖ-ଆନନ୍ଦ ପ୍ରାପ୍ତି ହେବ। ଧନ ଲାଭ ତଥା ପର୍ଯ୍ୟଟନ ଯୋଗ ଅଛି।

7/12

ତୁଳା ରାଶି: ପରୋପକାର ବଦଳରେ ଉପକାର ମିଳିପାରେ। ଆୟ ଅପେକ୍ଷା ଖର୍ଚ୍ଚର ମାତ୍ରା ବଢ଼ିବ। ଦ୍ୱନ୍ଦ୍ୱ ଓ ସମସ୍ୟା ମନର ଶାନ୍ତିକୁ ଭଙ୍ଗ କରିବ। ଆଧ୍ୟାତ୍ମିକ ବଚନ କିମ୍ବା ଈଶ୍ଵରଙ୍କର ନାମ ସ୍ମରଣ କରି ଶାନ୍ତି ପାଇବେ। ଯାତ୍ରା ସମୟରେ ସର୍ତକ ରୁହନ୍ତୁ ।

8/12

ବିଛା ରାଶି: ଗୃହସ୍ଥ ଜୀବନରେ ସୁଖ ଓ ସନ୍ତୋଷ ଅନୁଭୂତ ହେବ । ପତ୍ନୀ ତଥା ସନ୍ତାନଙ୍କ ତରଫରୁ ଶୁଭ ସମାଚାର ମିଳିପାରେ। ମାଙ୍ଗଳିକ କାର୍ଯ୍ୟ ହେବ। ବିବାହ ପାଇଁ ସଂଯୋଗ ବନିବ। ଚାକିରି ଧନ୍ଦାରେ ଭଲ ଅବସର ମିଳିବ। ଆୟରେ ବୃଦ୍ଧି ହେବ। ମହିଳା ମିତ୍ରମାନଙ୍କଠାରୁ ଲାଭ ହେବାର ଯୋଗ ଅଛି।

9/12

ଧନୁ ରାଶି: ସମସ୍ତ କାର୍ଯ୍ୟ ସଫଳତାର ସହ ସଂପନ୍ନ ହେବ। ପରୋପକାର ଭାବନା ବଲବତ୍ତର ରହିବ। ଆମୋଦ- ପ୍ରମୋଦ ସହିତ ଆପଣଙ୍କ ଦିନଟି ଭଲରେ କଟିବ। ଚାକିରି-ବ୍ୟବସାୟରେ ମାନ-ସମ୍ମାନ ପ୍ରାପ୍ତି ହେବ। ଗୃହସ୍ଥ ଜୀବନରେ ଆନନ୍ଦ ଓ ଶାନ୍ତି ଲାଗି ରହିବ ।

10/12

ମକର ରାଶି: ଆଜିର ଦିନ ସୁଖ-ଶାନ୍ତିରେ କଟିବ। ବ୍ୟାପାରୀମାନଙ୍କ ଉତ୍ତମ ସମୟ ଅଟେ। ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ । ମିତ୍ର ତଥା ସ୍ଵଜନମାନଙ୍କ ସହିତ ସାକ୍ଷାତ କରି ଖୁସି ହେବେ। ଅବିବାହିତଙ୍କ ଲାଗି ବିବାହ ସ୍ଥିର ହୋଇପାରେ ।

11/12

କୁମ୍ଭ ରାଶି: ନକାରାତ୍ମକ ବିଚାର ଯୋଗୁଁ ହତାଶ ହୋଇପାରନ୍ତି। ମାନସିକ ଉଦ୍ଵେଗ ଯୋଗୁଁ ଦିନ ଭଲରେ କଟିବନାହିଁ। ବାଣୀ ଉପରେ ନିୟନ୍ତ୍ରଣ ନ ରହିବା କାରଣରୁ ପରିବାରରେ ମନମାଳିନ୍ୟ ଦେଖାଦେଇପାରେ। ସ୍ଵାସ୍ଥ୍ୟଗତ ସମସ୍ୟା ଲାଗି ଚିନ୍ତିତ ରହିବେ।

12/12

ମୀନ ରାଶି: ଆଜିର ଦିନ ମିଶ୍ର ଫଳଦାୟୀ ରହିବ । ବ୍ୟବସାୟରେ ଅଭିବୃଦ୍ଧି ସହ ଲାଭ ମିଳିବା ନେଇ ଯୋଗ ରହିଛି।  ମାନସିକ ଅସୁସ୍ଥତା ଅନୁଭବ କରିପାରନ୍ତି । ସନ୍ତାନମାନଙ୍କ ସମସ୍ୟା ଯୋଗୁଁ ଚିନ୍ତାରେ ପଡ଼ିପାରନ୍ତି ।