Advertisement
Photo Details/zeeodisha/odisha1805060
photoDetails0hindi

Happy Birthday Taapsee Pannu: ଏତିକି ପାଠ ପଢିଛନ୍ତି ତାପସୀ ପନ୍ନୁ, ଏହି ଇଣ୍ତଷ୍ଟ୍ରିରୁ ଆରମ୍ଭ କରଥିଲେ କ୍ୟାରିୟର

ଅଭିନେତ୍ରୀ ତାପସୀ ପନ୍ନୁଙ୍କ ଆଜି ୩୬ ବର୍ଷରେ ପାଦ ଥାପିଛନ୍ତି । ତେବେ ଜନ୍ମଦିନରେ ଆସନ୍ତୁ ଜାଣିବା ଅଭିନେତ୍ରୀଙ୍କୁ ନେଇ କିଛି ରୋଚକ କଥା ।

1/6

ତାପସୀ ପନ୍ନୁଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ । ବଲିଉଡ଼ର ଟପ ଅଭିନେତ୍ରୀଙ୍କ ତାଲିକାରେ ତାପସୀଙ୍କ ନାଁ ମଧ୍ୟ ସାମିଲ ରହିଛି । ତେବେ ନିଜର ଦମଦାର ଅଭିନୟ ସହ ଅଭିନେତ୍ରୀ ବହୁ କଣ୍ଟ୍ରୋଭର୍ସି ଲାଗି ମଧ୍ଯ ଚର୍ଚ୍ଚାରେ ରହିଥିଲେ । 

2/6

ବହୁତ କମ୍ ଲୋକେ ଜାଣିଥିବେ, ତାପସୀ ୨୦୧୦ ମସିହାରେ ସାଉଥ ସିନେମାରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ ୨୦୧୩ ମସିହାରେ ‘ଚଷମେ ବଦୁର’ ଫିଲ୍ମ ଜରିଆରେ ସେ ବଲିଉଡ଼ରେ ଡେବ୍ୟୁ କରିଥିଲେ ।

3/6

ଏହାପରେ ସେ ‘ନାମ ସବାନା’, ‘ସୁରମା’, ‘ବେବି, ‘ଜୁଡ଼ୱା’ ‘ପିଙ୍କ’ ପରି ବହୁ ବଲିଉଡ଼ ଫିଲ୍ମରେ କାମ କରିଛନ୍ତି । ତେବେ ଅଭିନେତ୍ରୀଙ୍କ ବହୁ କମ୍ ଫିଲ୍ମ ବକ୍ସ ଅଫିସରେ ହିଟ୍ ହୋଇଛି । ସେଥିଲାଗି ତାଙ୍କୁ ୨୦୧୭ ମସିହାରେ ଆଇଫା ଆୱାର୍ଡ଼, ୨୦୨୦ ଓ ୨୦୨୧ ମସିହାରେ ଫିଲ୍ମ ଫେୟାର ଆୱାର୍ଡ଼ ମିଳିଛି ।

4/6

ତାପସୀ ଓ କଣ୍ଟ୍ରୋଭର୍ସି କୁଇନ କଙ୍ଗନା ରଣାୱତଙ୍କ ମଧ୍ଯରେ ଅନେକ ଥର ବିବାଦ ଦେଖାଦେଇଛି । ଗୋଟିଏ ବିବାଦ ବିଷୟରେ କହିବାକୁ ଗଲେ, ଥରେ କଙ୍ଗନା ରଣାୱତ ତାପସୀଙ୍କୁ ‘ଶସ୍ତା’ ବୋଲି କହିଥିଲେ । ଏହାପରେ ଏକ ସାକ୍ଷାତକାରରେ ତାପସୀ କଙ୍ଗନାଙ୍କୁ ‘ଇରେଲେଭେଣ୍ଟ’ ବୋଲି କହିଥିଲେ ।

5/6

ଅଭିନେତ୍ରୀଙ୍କ ପାଠପଢାରେ ବେଶ ହସୁଆର ଥିବାବେଳେ ସେ କମ୍ୟୁଟର ସାଇନ୍ସରେ ଇଂଜିନିୟରିଂ କରିଥିଲେ। ଏହାପରେ ତାପସୀ ମଡ଼ଲିଂ ନେଇ ମନ ବଳାଇଥିଲେ ।

6/6

ଏକ ସାକ୍ଷାତକାରରେ ସେ କହିଥିଲେ, ୨୦୦୮ ମସିହାରେ ଚ୍ୟାନେଲ ବି ଟ୍ୟାଲେଣ୍ଟ ହଣ୍ଟ ସୋ 'ଗ୍ରେଟ ଗରଜସ୍' ରେ ସେ ଅଡ଼ିସନ ଦେଇ ସିଲେକ୍ଟ ହୋଇଥିଲେ । ହେଲେ କୌଣସି କାରଣକୁ ନେଇ ସେ ଆଗକୁ କାମ କରିନଥିଲେ ।