ପାଣିପାଗ ପକ୍ଷରୁ ମିଳିଥିବା ତାଜା ସୂଚନା ଅନୁସାରେ, ଆଜି କୋରାପୁଟ୍ ଓ ଫୁଲବାଣୀରେ ରାତି ତାପମାତ୍ରା ୧୦ ଡିଗ୍ରୀ ରହିବ।
ଏହାସହ ରାଉରକେଲା ଓ ଝାରସୁଗୁଡାରେ ୧୨ ଡିଗ୍ରୀ ତାପମାତ୍ରା ରହିବ।
ଏହାସହ ବଲାଙ୍ଗୀର, ନୂଆପଡା, କେନ୍ଦ୍ରାପଡା, ଜଗତସିଂହପୁର ଓ ଖୋର୍ଦ୍ଧାରେ ମଧ୍ୟ ପାରଦ ୧୩ ଡିଗ୍ରୀ ରହିବ। ମଙ୍ଗଳବାର ଠାରୁ ଉପକୂଳ ଓଡି଼ଶାରେ ଶୀତ ବଢିଛି।
ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ରର ନିର୍ଦ୍ଦେଶକ ଡ. ଶରତ କୁମାର ସାହୁଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ, ୭ କିମ୍ବା ୮ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ସେ ଆକଳନ କହିଛନ୍ତି।
ସେପଟେ, ଘନ କୁହୁଡି ନେଇ କିଛି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି। ସେହି ଜିଲ୍ଲା ଗୁଡିକ ହେଲା, ବଲାଙ୍ଗୀର, ବରଗଡ଼, ନୂଆପଡା, କେନ୍ଦୁଝର, ମୟୂରଭଂଜ ଓ ସମ୍ବଲପୁର।
ट्रेन्डिंग फोटोज़