Advertisement
Photo Details/zeeodisha/odisha1988922
photoDetails0hindi

Today Horoscope: ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଅନୁକୂଳ, ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ?

Horoscope Today 3 December 2023: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଡିସେମ୍ବର ୩ ହେଉଛି ରବିବାର । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ...

1/12

ମେଷ:  ଆଜିର ଦିନଟି ଆପଣଙ୍କୁ ଶୁଭ ଫଳ ପ୍ରଦାନ କରିବ। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକଙ୍କର ଭଲ ଆୟ ହେବା ସହ ନୂଆ ଡିଲ୍ ମଧ୍ୟ ଫାଇନାଲ୍ ହେବ। ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି। ହସଖୁସିରେ ଦିନଟି ଅତିବାହିତ ହେବ। ସ୍ବାସ୍ଥ୍ୟ ଭଲ ରହିବ। ଦୂରଯାତ୍ରା ସଫଳ ହେବ।

 

2/12

ବୃଷ: ରୋଗ ଓ ଋଣରୁ ମୁକ୍ତି ହେବାର ବାଟ ଖୋଲିଯିବ। ପୂର୍ବ ଶତ୍ରୁମାନେ ପଛଘୁଞ୍ଚା ଦେବେ ଓ ବିଦେଶ ଯାତ୍ରାରେ ସଫଳ ହେବେ। ଅଟକି ରହିଥିବା ଟଙ୍କା ଆପଣଙ୍କୁ ପ୍ରାପ୍ତ ହେବ। 

 

3/12

ମିଥୁନ: ଧନଧାନ୍ୟ, ଗୋସଂପଦ ଓ  ଭୂମି ପ୍ରାପ୍ତି ହେବାର ଯୋଗ ରହିଛି। ଜାଗା, ଜମି, ଗୃହ ସମ୍ବନ୍ଧୀୟ ସମସ୍ୟାର ସମାଧାନ ହେବ। ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ବେଶ୍ ଅନୁକୂଳ ରହିଛି। ବିଶେଷ କରି, ବ୍ୟବସାୟ କ୍ଷେତ୍ରରେ ଆଶାତିତ ଲାଭ ପାଇବେ। 

4/12

କର୍କଟ:  ଆଜି ଦିନଟିରେ ଆପଣଙ୍କୁ ଖୁବ ସତର୍କତାର ସହ ଜୀବନଯାପନ କରିବାକୁ ପଡିବ। ଶରୀର ପୀଡା, ମାନସିକ ଅଶାନ୍ତି ଦେଖାଦେବ। ଖର୍ଚ୍ଚାନ୍ତ ହେବେ। ଘାତ ଚନ୍ଦ୍ର ଯୋଗ ହେତୁ ଗାଡି ମଟର ଚାଳନା ଓ ଦୂରଯାତ୍ରାରୁ ନିବୃତ୍ତ ରୁହନ୍ତୁ। ନିଆଁ, ପାଣି ତଥା ଉଚ୍ଚ ସ୍ଥାନ ପ୍ରତି ମଧ୍ୟ ସତର୍କତା ଲୋଡା।

 

5/12

ସିଂହ: ଅନେକ ସମସ୍ୟାର ସହଜ ସମାଧାନ ହେବ। ପରିବାରରେ ହସ ଖୁସିରେ ବାତାବରଣ ଖେଳିଯିବ। ଛାତ୍ର ଛାତ୍ରୀମାନେ ନୂତନ ସ୍ଥାନକୁ ବୁଲିଯିବାର ସୁଯୋଗ ପାଇବେ। ଆୟ ବ୍ୟୟ ସମାନ ରହିବ। ସ୍ବାସ୍ଥ୍ୟରେ ସାମାନ୍ୟ ସମସ୍ୟା ଦେଖାଦେଇପାରେ। 

 

6/12

କନ୍ୟା: ଆଜି ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଦେଖାଦେବ। ସ୍ୱାସ୍ଥ୍ୟରେ ଆଶାଜନକ ପରିବର୍ତ୍ତନ ଦେଖାଦେବ ଓ ନିଜ ଦକ୍ଷତାରୁ ଉଚ୍ଚ ସମ୍ମାନ ପାଇବେ। ନୂତନ ବ୍ୟବସାୟ ଯୋଜନାର ଶିଳାନ୍ୟାସ କଲେ, ତାହା ଦୀର୍ଘ ସ୍ଥାୟୀହେବ ଓ ଲାଭ  ମିଳିବ।

 

7/12

ତୁଳା: ଶିକ୍ଷାର୍ଥୀମାନେ ଉଚ୍ଚଶିକ୍ଷା ପାଇବାର ସୁଯୋଗ ପାଇବେ। ସାମୁହିକ ପ୍ରୟାସ ଓ ସହଯୋଗ ଦ୍ୱାରା ଆଗକୁ ବଢିବା ସମ୍ଭବ ହେବ। ଶୁଭ କାମ କରି ପ୍ରଶଂସିତ ହେବେ ଓ ସାହିତ୍ୟଚର୍ଚ୍ଚା, ସଭାସମିତିରେ ସଫଳତା ମିଳିବ।

 

8/12

ବିଛା: ଶତୃନାଶ, ଋଣନାଶ ଓ ପୁରାତନ ରୋଗପୀଡ଼ାର ଉପଶମ ହେବ। ଭାଗିଦାରମାନେ ପାଦ ସହିତ ପାଦ ମିଶେଇ ବେପାର ବୃଦ୍ଧି କରିବେ। ରାଜନୀତି କ୍ଷେତ୍ରରେ ସହଯୋଗୀ ମାନଙ୍କର ପୂର୍ଣ୍ଣ ସହଯୋଗ ପାଇବେ।

9/12

ଧନୁ: ସମସ୍ତ ଦୁଃଶ୍ଚିନ୍ତା ଦୂର ହେବା ସହ ପୁରାତନ ରୋଗର ଉପଶମ ହୋଇ ଶରୀର ସୁସ୍ଥ  ରହିବ। ଉଚ୍ଚ ସମ୍ଭାବନାର ଆଶା ଆଶ୍ୱାସନା ଲାଭ କରି ମାନସିକ ଶାନ୍ତି ଅନୁଭବ କରିବେ। ଶୁଭ ସମାଚାର ଶୁଣି ଆନନ୍ଦିତ ହେବେ।

 

10/12

ମକର:  ଆଜି ମିତ୍ରଙ୍କଠାରୁ ଉପହାର ପ୍ରାପ୍ତି ହେବ ଓ ଦାମ୍ପତ୍ୟ ସୁଖରେ ଆନନ୍ଦିତ ହେବେ। ବ୍ୟବସାୟରେ ଉତ୍ତମ ରୋଜଗାର ହୋଇ ଆର୍ଥିକ ସ୍ଥିତି ସନ୍ତୋଷପ୍ରଦ ହେବ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଉଚିତ୍।

 

11/12

କୁମ୍ଭ: ସାଧାରଣ ବ୍ୟକ୍ତି ବିଶେଷଙ୍କଠାରୁ ବିଶେଷ ଲାଭବାନ ହେବେ। ରାଜନୀତି, ସଂଗଠନ, ସଭାସମିତି କ୍ଷେତ୍ରରେ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢେଇବ। ବ୍ୟବସାୟରେ ଉତ୍ତମ ଆୟ ହୋଇ ଆର୍ଥିକ ସ୍ଥିତି ସନ୍ତୋଷପ୍ରଦ ହେବ।

12/12

ମୀନ: ଶାରିରୀକ ସୁସ୍ଥତା ଦେଖା ଦେବା ସହ ହରାଇ ଥିବା ଧନ ପ୍ରାପ୍ତି ହେବ। ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ସୁଖ ସମୃଦ୍ଧି ବୃଦ୍ଧି ହେବ। ସାମାଜିକ କ୍ଷେତ୍ରରେ ପ୍ରଶଂସିତ ହେବେ ଓ କାରବାର ସ୍ଥିତିରେ ସୁଧାର ଆସିବ।