Advertisement
Photo Details/zeeodisha/odisha2128890
photoDetails0hindi

Today Horoscope: ବ୍ୟବସାୟରେ ଆଶାନୁରୂପକ ସଫଳତା ପାଇବେ ଏହି ସବୁ ରାଶି, ଜାଣନ୍ତୁ ଆଜିର ରାଶିଫଳ ?

Horoscope Today 27 February 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଫେବୃଆରୀ ୨୭ ହେଉଛି ମଙ୍ଗଳବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ...

1/12

ମେଷ: ଆଜିର ଦିନଟି ଆପଣଙ୍କ ପାଇଁ ବେଶ ଲାଭଦାୟୀ ରହିବ।  ଆର୍ଥିକ ସମସ୍ୟା ଦୂର ହେବା ସହ ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଦିନଟି ଅନକୂଳ ରହିଛି। ଦିର୍ଘ ଦିନର ଆଶା ପୂରଣ ହେବ। ଘରେ ସୁଖ, ସମୃଦ୍ଧି ବୃଦ୍ଧି ହେବ।

 

2/12

ବୃଷ:   ଆଜିର ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ। ମାନସିକ ଚାପରେ ରହିଲେ ମଧ୍ୟ କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ବିପୁଳ ସଫଳତା  ମିଳିବ। ବ୍ୟବସାୟରେ ଅଧିକ ଲାଭ ପାଇବେ ।  ଗାଡି଼ ଚଳାଇବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ । ନଚେତ୍ ଦୁର୍ଘଟଣାର ସାମ୍ନା କରିପାରନ୍ତି। 

 

3/12

ମିଥୁନ:  ବୁଝି ବିଚାରି କାମ କଲେ ସମସ୍ତ କାର୍ଯ୍ୟରେ ସଫଳତା ମିଳିବ। ବନ୍ଧୁମାନଙ୍କ ସହଯୋଗରେ ଆର୍ଥିକ ଦିଗରୁ ସୁବିଧା ପାଇବେ । ବ୍ୟବସାୟ କ୍ଷେତ୍ରରେ ଶତ୍ରୁ ବୃଦ୍ଧି ହେବା ଯୋଗୁଁ ବାଧା ଉପୁଜି ପାରେ।

 

4/12

କର୍କଟ: ବ୍ୟବସାୟରେ ଆଶାନୁରୂପକ ସଫଳତା ପାଇବେ। ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଦେଖାଦେବ। ଆକସ୍ମିକ ଧନ ପ୍ରାପ୍ତିର ଯୋଗ ରହିଛି। କାର୍ଯ୍ୟଳୟରେ ବରିଷ୍ଠ ଅଧିକାରୀଙ୍କ ଠାରୁ ଉଚ୍ଚ ପ୍ରଶଂସା ପାଇବେ। ଏବଂ ମାନ ,ସମ୍ମାନ ଓ ଯଶ ପ୍ରାପ୍ତି ହେବେ। 

 

5/12

ସିଂହ:  ଆଳସ୍ୟ ଓ ଥକ୍କା ଅନୁଭବ କରିବେ। ଆଜି କୌଣସି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ବ୍ୟାପରରେ ବାଧା ଆସିପାରେ। ଦୂରଯାତ୍ରା ସଫଳ ହେବ। ନୂତନ ଜମି କିଣିବା ନେଇ ସୂତ୍ରପାତ ହୋଇପାରେ । ଜୀବନସାଥୀଙ୍କ ସହଯୋଗ ମିଳିବ । କର୍ମ ସଂସ୍ଥାନରେ ଉପରିସ୍ଥ କର୍ମଚାରୀଙ୍କ ରୋଷର ଶିକାର ହେବେ । ବାପା ମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତାଗ୍ରସ୍ତ ରହିବେ ।

6/12

କନ୍ୟା: ପ୍ରିୟଜନଙ୍କ ସହ ମତାନ୍ତର ଯୋଗୁଁ ମନ ଭଲ ରହିବ ନାହିଁ । ଦୂରଯାତ୍ରା କରିପାରନ୍ତି । ଆଜି ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ରହିବ। ମନ ଅଶାନ୍ତ ରହିବ । ପରିବାରର କୌଣସି ସଦସ୍ୟଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ। ମହିଳାମାନେ ବିଷାଦଗ୍ରସ୍ତ ହେବେ ।

 

7/12

ତୁଳା: କର୍ମରେ ସଫଳତା ସହ ମହିଳା ସହକର୍ମୀଙ୍କ ସହଯୋଗ ମିଳିବ । କିଛି ବ୍ୟକ୍ତିମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି। ନିକଟ ସମ୍ପର୍କୀୟ ମାନଙ୍କ ସାହାଯ୍ୟ ଦ୍ବାରା ପ୍ରତ୍ୟେକ କାମକୁ ନିର୍ବିଘ୍ନରେ ସମାପନ କରିବେ । ପରିବାରର ଆବଶ୍ୟକତା ପୂରଣ କରିବା ସକାଶେ ଧାର ଉଧାର କରିବାକୁ ପଡ଼ିପାରେ।

 

8/12

ବିଛା: କର୍ମସ୍ଥାନରେ ବାଧାବିଘ୍ନ ଦୂର ହେବ । ସହକର୍ମୀଙ୍କ ସହଯୋଗରେ କର୍ମରେ ସଫଳତା ପାଇ ପ୍ରଶଂସା ପାଇବେ । ପୁରାତନ ରୋଗରୁ ଆରୋଗ୍ୟ ଲାଭ କରିବେ । ଶତ୍ରୁମାନେ ମିତ୍ର ହେବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ପ୍ରଶଂସିତ ହେବେ । ଭାଇ-ଭଉଣୀମାନଙ୍କ ଠାରୁ ଆର୍ଥିକ ଲାଭ ମିଳିବ। ଜୀବନସାଥୀଙ୍କ ସହଯୋଗ ମିଳିବ।

 

9/12

ଧନୁ: ସନ୍ତାନର ପାଠପଢ଼ାରେ ଉନ୍ନତି ଖବର ପାଇ ଖୁସି ହେବେ। ବ୍ୟବସାୟରେ କଠିନ ପରିଶ୍ରମ କରିବାକୁ ପଡିବ। ଗୃହରେ ଭାତୃବିବାଦ, ପଡ଼ୋଶୀ କଳହ, ଜମି ପାଇଁ ଥିବା ସମସ୍ୟାର ସମାଧାନ ହେବ। ପତି ପତ୍ନିଙ୍କ ମଧ୍ୟରେ ମନାନ୍ତର ଦୂର ହୋଇ ମଧୁର ସଂପର୍କ ଦୃଢ ହେବ।

 

10/12

ମକର:  ସୁସମ୍ବାଦ ପାଇ ମନ ପ୍ରଫୁଲ୍ଲିତ ରହିବ। ଦିର୍ଘ ଦିନର ଆଶା ପୂରଣ ହେବା। ଦୂର ଯାତ୍ରା କରିପାରନ୍ତି। ମହିଳାମାନେ ଆଜି ନିଜ ମନ ପସନ୍ଦର ସୁନା ଗହଣା କ୍ରୟ କରିପାରନ୍ତି।

 

11/12

କୁମ୍ଭ: ଆକସ୍ମିକ ଅର୍ଥପ୍ରାପ୍ତି ହୋଇପାରେ। ଆପଣଙ୍କ ଜୀବନରେ କିଛି ସକାରାତ୍ମକ ପରିବର୍ତ୍ତନ ଆସିପାରେ। କାର୍ଯ୍ୟରେ ସଫଳତା ମିଳିବ। ଆର୍ଥିକ ଦୃଷ୍ଟିରୁ ଏହି ସମୟ ଆପଣଙ୍କ ପାଇଁ ଅନୁକୂଳ। ଅଟକି ରହିଥିବା ଟଙ୍କା ଫେରସ୍ତ ପାଇପାରନ୍ତି। ମୋଟାମୋଟି ଭାବେ ଦିନ ଖୁବ୍ ଭଲରେ କଟିବ ବୋଲି କୁହାଯାଇପାରେ।

 

12/12

ମୀନ: ପୁରୁଣା ରୋଗରୁ ମୁକ୍ତି ମିଳିବ। ଶତ୍ରୁମାନେ ମିତ୍ରତାର କାର୍ଯ୍ୟ କରିବେ । ମାନସିକ ଅଶାନ୍ତି ଦୂର ହେବା ସବ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ଆଶାୟୀମାନେ ପ୍ରତିଯୋଗିତା ପରୀକ୍ଷାରେ ଆଶାତୀତ ଫଳ ପାଇବେ।