Advertisement
Photo Details/zeeodisha/odisha1788781
photoDetails0hindi

Horoscope Today 21 July 2023: ଯାତ୍ରା ସମୟରେ ସତର୍କ ରୁହନ୍ତୁ ଏହି ୨ ରାଶି, ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଶୁକ୍ରବାର

Today Horoscope: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ ।ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ...

1/12

ମେଷ ରାଶି: ଦୀର୍ଘ ଦିନର ଆଶା ଫଳବତୀ ହୋଇପାରେ। ପରିବାର ସଦସ୍ୟଙ୍କ ମଧ୍ଯରେ ସ୍ନେହ ଶ୍ରଦ୍ଧା ବୃଦ୍ଧି ପାଇବ। ବିଭିନ୍ନ ଦିଗରୁ ଆକସ୍ମିକ ଧନ ଲାଭ ନେଇ ଯୋଗ ରହିଛି । ଆୟ ବୃଦ୍ଧି ହେବ। ଚାକିରିଆ ଲୋକଙ୍କୁ ପଦନ୍ନୋତି ମିଳିବା ନେଇ ଯୋଗ ରହିଛି ।

2/12

ବୃଷ ରାଶି: ଯେକୌଣସି ବାଟରେ କାର୍ଯ୍ୟ ହାସଲ କରିବେ, ମାତ୍ର ସାମାନ୍ୟ ବିଳମ୍ବ ହୋଇପାରେ । ଉଚ୍ଚ ଆଶା ଫଳବତୀ ହେବ। ଗୁରୁଜନଙ୍କଠାରୁ ଉତ୍ତମ ପରାମର୍ଶ ମିଳିବ। ଧର୍ମ-ଧାରଣାରେ ବ୍ରତୀ ହେବେ। ମନସ୍କାମନା ପୂରଣ ହେବ। ଅର୍ଥହାନୀ ନେଇ ଯୋଗ ରହିଛି ।

3/12

ମିଥୁନ ରାଶି: ରୋଜଗାର ବୃଦ୍ଧି ହୋଇପାରେ। ଧୈର୍ଯ୍ୟ ସହ କାର୍ଯ୍ୟ କଲେ ସଫଳତା ମିଳିବ। ଅଧିକ ଦାୟିତ୍ବ ବହନ କରିପାରନ୍ତି । କାର୍ଯ୍ୟରେ ବାଧା ଉପୁଜିପାରେ। ବ୍ୟୟ ବୃଦ୍ଧି ନେଇ ଯୋଗ ରହିଛି। କର୍ମକ୍ଷେତ୍ରରେ ପ୍ରତିବନ୍ଧକ ଦେଖା ଦେଇପାରେ।

4/12

କର୍କଟ ରାଶି: ଜମି-ଜମା ବାବଦ ବୃଦ୍ଧି ପାଇବ, ମାତ୍ର ଅବଶେଷରେ ଏଥିରେ ସଫଳତା ଲାଭ କରିବେ। ସୁଖ-ସମ୍ମାନ ଲାଭ କରିପାରନ୍ତି। ଉତ୍ତମ ଭୋଜନ ପ୍ରାପ୍ତି ନେଇ ଯୋଗ ରହିଛି। ପ୍ରେମୀ ମାନଙ୍କ ଲାଗି ଦିନଟି ଅତ୍ୟନ୍ତ ଶୁଭ ଅଟେ ।

5/12

ସିଂହ ରାଶି: କାର୍ଯ୍ୟକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଧର୍ମ-କର୍ମ ସଂପାଦନ କରିପାରନ୍ତି। କର୍ମ କୁଶଳତା ପ୍ରକାଶ ପାଇବ। କର୍ମକ୍ଷେତ୍ରରେ ସଫଳତା ପାଇବେ । ସାମାଜିକ କ୍ଷେତ୍ରରେ କିଛିଟା ଉନ୍ନତି ସାଧନ ହୋଇପାରେ। ଦେବ ଦର୍ଶନ ଯୋଗ ରହିଛି, କିନ୍ତୁ ଯାତ୍ରା ସମୟରେ ସତର୍କ ରୁହନ୍ତୁ ।

6/12

କନ୍ୟା ରାଶି: ଯୋଗାଯୋଗରେ ଉନ୍ନତି ଘଟିବ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଯାତ୍ରା ସମୟରେ ସତର୍କତା ଅବଲମ୍ବନ କରନ୍ତୁ। ବିଭାଗୀୟ ଅର୍ଥପ୍ରାପ୍ତିର ଯୋଗ ରହିଛି । ଦାମ୍ପତ୍ୟ ଜୀବନରେ ବିଭ୍ରାଟ ଦେଖାଦେଇପାରେ ।

7/12

ତୁଳା ରାଶି: କାର୍ଯ୍ୟରେ ଅବହେଳା କଲେ ଧନ କ୍ଷୟ ହେବାର ସମ୍ଭାବନା ଅଛି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଖର୍ଚ୍ଚର ପରିମାଣ ବୃଦ୍ଧି ପାଇବ। ମିଥ୍ୟା ଅଭିଯୋଗ ପାଇଁ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ସ୍ୱାଭିମାନୀ ହେବେ। ପରିବାର ସହ ମତଭେଦ କାରଣରୁ ମନ ଭଲ ରହବ ନାହିଁ ।

8/12

ବିଛା ରାଶି: ବନ୍ଧୁଙ୍କ ସହଯୋଗ ହାତ ବଢାଇବେ। କର୍ମକ୍ଷେତ୍ରରେ ପ୍ରଭାବ ବିସ୍ତାର ହେବ। ଶତ୍ରୁଙ୍କୁ ବିନାଶ କରିବାରେ ସକ୍ଷମ ହେବେ। ଆତ୍ମବିଶ୍ଵାସର ସହିତ ପ୍ରତ୍ୟେକ କାର୍ଯ୍ୟ କରିବା ଦ୍ବାରା ସଫଳତା ଲାଭ କରିବେ । ଗୃହସ୍ଥ ଜୀବନ ସୁଖମୟ ହେବ । ଶାରୀରିକ ସ୍ଵାସ୍ଥ୍ୟ ଭଲ ରହିବ। ବାଣୀ ଉପରେ ନିୟନ୍ତ୍ରଣ ରଖିନ୍ତୁ। ଦୂରଯାତ୍ରା ନେଇ ଯୋଗ ରହିଛି।

9/12

ଧନୁ ରାଶି: ଦୃଢ଼ ମନୋବଳ ନେଇ କାର୍ଯ୍ୟ ସମ୍ପାଦନ କରିବେ। ଦୀର୍ଘ ଦିନର ଆଶା ପୂର୍ଣ୍ଣ ହେବ। ଠାକୁରଙ୍କୁ ଦର୍ଶନ ନେଇ ଯୋଗ ରହିଛି। ବସ୍ତ୍ର-ଭୂଷଣ ଲାଭ ହେବ। କର୍ମତତ୍ପରତା ପ୍ରକାଶ ପାଇବ। ବ୍ୟବସାୟରେ ଲାଭ ମିଳିବ।

10/12

ମକର ରାଶି: ସଫଳତାର ନିକଟବର୍ତ୍ତୀ ହେବେ। ଭ୍ରମଣ ଯୋଗ ଅଛି। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ଆର୍ଥିକ୍ ସ୍ଥିତି ନେଇ ଚିନ୍ତିତ ରହିପାରନ୍ତି । ପରିବାରର ସଦସ୍ୟଙ୍କଠାରୁ ସ୍ନେହ ଓ ଜୀବନସାଥୀଙ୍କ ଠାରୁ ସହଯୋଗ ପାଇବେ। ସ୍ଵାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ହଠାତ୍ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ ।

11/12

କୁମ୍ଭ ରାଶି: କେତେକ କ୍ଷେତ୍ରରେ ନିରବଦ୍ରଷ୍ଟା ସାଜିପାରନ୍ତି। କ୍ରୋଧ ଓ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ଵାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। କୌଣସି ଅଜଥା କଥାକୁ ନେଇ ପରିଜନମାନଙ୍କ ସହିତ କଳହର ପ୍ରସଙ୍ଗ ବନିପାରେ। ବ୍ୟୟ ବୃଦ୍ଧି ନେଇ ଚିନ୍ତିତ ରହିବେ । ନିଜର ଈଷ୍ଟ ଦେବତାଙ୍କୁ ଧ୍ୟାନ କଲେ ସମସ୍ୟାର ସମାଧାନ ହେବ।

12/12

ମୀନ ରାଶି: ସମ୍ପର୍କୀୟମାନଙ୍କ କାର୍ଯ୍ୟକଳାପ ଯୋଗୁଁ ଅସନ୍ତୋଷ ସୃଷ୍ଟି ହେବ। ପାରିବାରିକ କ୍ଷେତ୍ରରେ କିଛି କହିବା ଅପେକ୍ଷା ନୀରବ ରହିପାରିଲେ ଭଲ ହେବ। ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ। ଆଜିର ଦିନଟି ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ ତଥା ପରିବହନ ଲାଗି ଅତ୍ୟନ୍ତ ଶୁଭଦାୟୀ ଅଟେ ।