Advertisement
Photo Details/zeeodisha/odisha1789123
photoDetails0hindi

Yashasvi Jaiswal: ଦିନେ ଗୁପଚୁପ ବିକ୍ରି କରୁଥିଲେ, ଆଜି ଏତିକି କୋଟି ସମ୍ପତ୍ତିର ମାଲିକ ଜଶସ୍ବୀ ଜୟସ୍ବାଲ

Yashasvi Jaiswal: ଟିମ୍ ଇଣ୍ତିଆର ଯୁବ ଓପନର ଜଶସ୍ବୀ ଜୟସ୍ବାଲ ୱେଷ୍ଟଇଣ୍ତିଜ ବିପକ୍ଷରେ ଟେଷ୍ଟ ମ୍ୟାଚରେ ଡ଼େବ୍ୟୁ କରିଥିଲେ । ଏଥିରେ ସେ ଶତକ ମାରି ଚର୍ଚ୍ଚାକୁ ଆସିଥିଲେ । ଆଇପିଏଲ ହେଉ କି ଆନ୍ତର୍ଜାତୀୟ କ୍ରିକେଟ ସବୁଥିରେ ନିଜର ଧମଦାର ପ୍ରଦର୍ଶନ ଲାଗି ବେଶ ଚର୍ଚ୍ଚାରେ ଥାଆନ୍ତି ଏହି ଯୁବ କ୍ରିକେଟର । ତେବେ ଆଜି ଆସନ୍ତୁ ଜାଣିବା ଜଶସ୍ବୀ ଜୟସ୍ବାଲଙ୍କୁ ନେଇ କିଛି ଅଜଣା କଥା ।

1/7

କ୍ରିକେଟର ହେବାର ସ୍ୱପ୍ନ ନେଇ ମାତ୍ର ୧୨ ବର୍ଷ ବୟସରେ ଉତ୍ତରପ୍ରଦେଶର ଏକ ଛୋଟ ସହରରୁ ମୁମ୍ବାଇକୁ ଆସିଥିବା ଜଶସ୍ବୀଙ୍କୁ କିଛି ରାତି ତମ୍ବୁରେ ବିତାଇବାକୁ ପଡିଥିଲା।

2/7

ଏହି କ୍ରିକେଟରଙ୍କ ସଂଘର୍ଷର କାହାଣୀ ବେଶ ଲୋମଟାଙ୍କୁରା ଅଟେ । କ୍ରିକେଟର ହେବା ସ୍ବପ୍ନ ନେଇ ମୁମ୍ବାଇକୁ ଆସିଥିବା ଜଶସ୍ବୀ ପ୍ରଥମେ ଏଠାରେ ଗୁପଚୁପ ବିକ୍ରି କରି ଚଳୁଥିଲେ ।

3/7

ଏହି ବାମହାତୀ ବ୍ୟାଟ୍ସମ୍ୟାନ୍ ୨୦୨୦ ମସିହାରେ ଅଣ୍ଡର -୧୯ ବିଶ୍ୱକପରେ ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ମନୋନୀତ ହୋଇଥିଲେ, ଏହି ସମୟରେ ସେ ପ୍ରଥମେ ସମସ୍ତଙ୍କ ନଜରକୁ ଆସିଥିଲେ ।

4/7

ଏହାପରେ ଆଇପିଏଲ ନିଲାମୀ ବେଳେ ରାଜସ୍ଥାନ ରୟାଲ୍ସ ତାଙ୍କୁ ୨୪ ମିଲିୟନ୍ ଅର୍ଥାତ୍ ୨ କୋଟି ୪୦ ଲକ୍ଷ ଟଙ୍କାରେ କିଣିଥିଲା । ନିଜର ଦମଦାର ପ୍ରଦର୍ଶନ ଫଳରେ ଜଶସ୍ବୀ ଏବେ ବେଶ ଡ଼ିମାଣ୍ତରେ ରହିଛନ୍ତି ।

5/7

ଏବେ ଜଶସ୍ବୀ ୪ କୋଟି ଟଙ୍କା ନେଉଥିବା ବେଳେ କେବଳ ଆଇପିଏଲରୁ ସେ ୧୨ କୋଟି ୮୦ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ତାଙ୍କ ନିକଟରେ ମୋଟ ୨୩ କୋଟି ଟଙ୍କାର ସମ୍ପତ୍ତି ରହିଛି ।

6/7

ନିକଟ ଏହି ଯୁବ କ୍ରିକେଟର ଏକ ୫ ବିଏଚକେ ଫ୍ଲାଟ୍ କିଣିଛନ୍ତି, ଯାହାର ମୂଲ୍ୟ କୋଟି କୋଟି ଟଙ୍କା ବୋଲି ଚର୍ଚ୍ଚା ହେଉଛି । ଏହା ପୂର୍ବରୁ ସେ ନିଜ ପରିବାର ସହ ମୁମ୍ବାଇର ସାଂଟାକ୍ରୁଜରେ ଥିବା ଏକ ୨ ବିଏଚକେ ଫ୍ଲାଟରେ ରହୁଥିଲେ ।

7/7

ଆଇପିଏଲ ୨୦୨୩ରେ ଜଶସ୍ବୀ ଜବରଦସ୍ତ ପ୍ରଦର୍ଶନ କରିଥିଲେ । ସେ ୧୨ଟି ମ୍ୟାଚରେ ୫୭୫ ରନ୍ ସଂଗ୍ରହ କରିଛନ୍ତି । ଜୟସୱାଲ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଶତକ ହାସଲ କରିଥିଲେ। ଏହା ସହ କେକେଆର ବିପକ୍ଷ ମ୍ୟାଚରେ ୯୮ ରନ୍ କରି ଅପରାଜିତ ରହିଥିଲେ ।