Advertisement
Photo Details/zeeodisha/odisha1669514
photoDetails0hindi

Mental Health: ଟେନସନ ସହ ମନକୁ ବିଚଳିତ କରାଏ ଏସବୁ ଖାଦ୍ୟ, ଏଣିକି ଦୂରେଇ ରୁହନ୍ତୁ

Mental Health Tips News In Odia: ଅନେକ ସମୟରେ ଆମ ସ୍ୱାସ୍ଥ୍ୟ ପ୍ରତି ଆମେ ଅଣଦେଖା କରିଥାଉ । ଖାସ କରି ଆଜିକାଲିର ଜୀବନଶୈଳୀ କାରଣରୁ ଖାଦ୍ୟପେୟରେ ମଧ୍ୟ ଅନେକ ସମସ୍ୟା ଉପୁଜିଥାଏ। ତେବେ ସବୁଠାରୁ ବଡ଼ କଥା ହେଲା କେଉଁ ସମୟରେ କେଉଁ ଖାଦ୍ୟ ଖାଇଲେ ଦେହ ଠିକ୍ ରୁହେ ସେ ବିଷୟରେ ଜାଣିବା ଜରୁରୀ। କାରଣ ଏମିତି କିଛି ଖାଦ୍ୟ ଖାଇବା ଦ୍ୱାରା ଆମ ମାନଙ୍କୁ ଟେନସନ ବା ଆଞ୍ଜାଇକିଟି ପରି ରୋଗ ହୋଇଥାଏ। ତେବେ ଆସନ୍ତୁ ସେମିତି ଖାଦ୍ୟ ବିଷୟରେ ଜାଣିବା...

1/5

ଏମିତି କିଛି ଖାଦ୍ୟ ଅଛି ଯେଉଁଥିରେ ଚିନି ଓ ଲୁଣର ମାତ୍ରା ଅଧିକ ରହିଥାଏ। ଆଉ ଏହି ଖାଦ୍ୟ ଖାଇବା ଦ୍ୱାରା ଆପଣଙ୍କ ମୁଡ୍ ଉପରେ ବି ମଧ୍ୟ ନକରାତ୍ମକ ପ୍ରଭାବ ପକାଇଥାଏ। ଯାହା ଅବସାଦରେ ରହିବାକୁ ବାଧ୍ୟ କରିଦିଏ।

2/5

ଧଳା ବ୍ରେଡ, ପାସ୍ତା ଏବଂ ଧଳା ଅଟା ରେ ତିଆରି ଏମିତି ଖାଦ୍ୟ ପଦାର୍ଥ ରକ୍ତରେ ଶର୍କରା ସ୍ତରକୁ ବୃଦ୍ଧି କରିଥାଏ। ଯାହା ଫଳରେ ଅନେକ ରୋଗ ମଧ୍ୟ ଆମକୁ ହୋଇଥାଏ। କେବଳ ରୋଗ ନୁହେଁ ଏହିସବୁ ଖାଦ୍ୟ ଖାଇବା ଦ୍ୱାରା ମୁଡ୍, ଥକ୍କାପଣ ଓ ଚିଡଚିଡାପଣର ମଧ୍ୟ ଶିକାର ହେବାକୁ ପଡ଼ିଥାଏ ।

3/5

ଏହିପରି ଖାଦ୍ୟ ମସ୍ତିଷ୍କକୁ ଥକାଇ ଦିଏ, ତଥା ଅଳସୁଆ ଅନୁଭବ କରାଏ । ଯାହା ଫଳରେ କାମ ନକରିବା ସହ କୌଣସି ଫିଜିକାଲ ଆକ୍ଟିଭିଟ ନରହିବା କାରଣରୁ ରୋଗ ମଧ୍ୟ ହୋଇଥାଏ।

4/5

ସେହିପରି ତେଲଛଣା ଖାଦ୍ୟ ବି ଦେହ ପ୍ରତି ହାନିକାରକ ସାବ୍ୟସ୍ତ ହୋଇଥାଏ।  ତେଲଛଣା ଖାଦ୍ୟ ଅସ୍ୱାସ୍ଥ୍ୟକର ପରିସ୍ଥିତି ସୃଷ୍ଟି କରିଥାଏ ଯାହା ଫଳରେ ମଣିଷ ଅବସାଦକୁ ଚାଲିଯାଏ। 

 

5/5

ଅନ୍ୟପଟେ ମଦ ମଧ୍ୟ ଅବସାଦର କାରଣ ହୋଇପାରେ। ମଦ ନିଦକୁ ହ୍ରାସ କରିଥାଏ। ମଦରେ ଏମିତି ଏକ ରସାୟନ ଥାଏ ଯାହା ଫଳରେ ଏହା ମୁଡକୁ ନିୟନ୍ତ୍ରଣ କରିଥାଏ।