Advertisement
photoDetails0hindi

Kapil Sharma Educational Qualification: କେତେ ପାଠ ପଢ଼ିଛନ୍ତି ହାସ୍ୟ ଅଭିନେତା କପିଲ ଶର୍ମା? ଦିନେ ପକେଟ୍ ଖର୍ଚ୍ଚ ପାଇଁ କରୁଥିଲେ ଏହି କାମ!

Kapil Sharma Educational Qualification: ହାସ୍ୟ ଅଭିନେତା କପିଲ ଶର୍ମାଙ୍କୁ ସମସ୍ତେ ଜାଣନ୍ତି କିନ୍ତୁ ଆପଣ ଜାଣିଛନ୍ତି କି ସେ କେତେ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି । ଯଦି ଆପଣଙ୍କ ଉତ୍ତର 'ନା'! ତେବେ ଜାଣନ୍ତୁ କପିଲଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ...

1/8

2/8

Kapil Sharma: କପିଲ ଶର୍ମା ଆଜି ଦୁନିଆର ସବୁଠାରୁ ପ୍ରିୟ ହାସ୍ୟ ଅଭିନେତାମାନଙ୍କ ମଧ୍ୟରୁ ଅନ୍ୟତମ । କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ତାଙ୍କର ଅନେକ ପ୍ରଶଂସକ ଅଛନ୍ତି ।

 

3/8

ଆଜି କପିଲ ଶର୍ମା ଯେତେ ସଫଳ ହୁଅନ୍ତୁ ନା କାହିଁକି, ଏକ ସମୟ ଏପରି ଥିଲା ଯେତେବେଳେ ସେ ରୋଜଗାର କରିବା ପାଇଁ ଛୋଟ-ମୋଟ କାମ କରୁଥିଲେ ।

4/8

ଆଜି କପିଲ ଶର୍ମାଙ୍କୁ ଦେଖି ଲୋକମାନେ ତାଙ୍କ ଅଟୋଗ୍ରାଫ୍ ମାଗିବାକୁ ଧାଇଁ ଆସନ୍ତି । କିନ୍ତୁଆ ଆପଣ ଜାଣନ୍ତି କି ହାସ୍ୟ ଅଭିନେତା କପିଲ ଶର୍ମା ଶିକ୍ଷାଗତ ଯୋଗ୍ୟତା କ'ଣ ରହିଛି ।

5/8

୨ ଏପ୍ରିଲ ୧୯୮୧ ରେ ଜନ୍ମ ହୋଇଥିବା କପିଲ ଶର୍ମା ଅମୃତସରରୁ ତାଙ୍କର ପ୍ରାରମ୍ଭିକ ଅଧ୍ୟୟନ କରିଥିଲେ । ଏହା ପରେ ସେ ସ୍ନାତକ କରିଥିଲେ । ସେ ଜଲନ୍ଦର APJ କଲେଜ ଅଫ୍ ଫାଇନ ଆର୍ଟରୁ ସ୍ନାତକ ହାସଲ କରିଛନ୍ତି ।

6/8

କପିଲ ଶର୍ମାଙ୍କ ପିତା ପୋଲିସରେ ଥିଲେ । ସେ ଏକ ମଧ୍ୟବିତ୍ତ ପରିବାରରୁ ଆସନ୍ତି । ଏଭଳି ପରିସ୍ଥିତିରେ ସେ ନିଜେ କଲେଜ ଦିନରୁ ପକେଟ୍ ଖର୍ଚ୍ଚ ପାଇଁ ରୋଜଗାର କରିବା ଆରମ୍ଭ କରି ଦେଇଥିଲେ ।

7/8

ଥରେ କପିଲ କହିଥିଲେ ଯେ ସେ କଲେଜରେ କାଷ୍ଟିଂ ଡିରେକ୍ଟର ଭାବରେ କାମ କରୁଥିଲେ । ଏହାପରେ ସେ ମୁମ୍ବାଇ ଯାଇ କମେଡି ଦୁନିଆରେ ନାମ ଅର୍ଜନ କରିବାକୁ ସ୍ଥିର କଲେ ଓ ସେ ମାତ୍ର କିଛି ଟଙ୍କା ନେଇ ମୁମ୍ବାଇ ଯାଇଥିଲେ ।

8/8

କପିଲ ମୁମ୍ବାଇରେ ଏକ 'ଲାଫ୍ଟର ଚ୍ୟାଲେଞ୍ଜ' ଶୋ' ଜିତି ଲୋକପ୍ରିୟ ହୋଇଥିଲେ । ଏହା ପରେ ସେ ପ୍ରଥମେ ଶୋ' କଲର୍ସରେ ଓ ପରେ ସୋନି ଟିଭିରେ ନିଜର ଶୋ' ଆରମ୍ଭ କରିଥିଲେ ଓ ଆଜି ସେ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ଅଟନ୍ତି । ସେ ପ୍ରତ୍ୟେକ ଏପିସୋଡ୍ ପାଇଁ ବହୁତ ଟଙ୍କା ଚାର୍ଜ କରନ୍ତି ।