Advertisement
Photo Details/zeeodisha/odisha1607707
photoDetails0hindi

Sprouted Gram Benefits: ପୁରୁଷଙ୍କ ପାଇଁ ବରଦାନ ହୋଇଥାଏ ଗଜା ବୁଟ; ଜାଣନ୍ତୁ ଏହାର ଅନ୍ୟାନ୍ୟ ଜବରଦସ୍ତ ଲାଭ

Sprouted Gram Benefits: ଆଜିକାଲି କୋରୋନା ମହାମାରୀ ବିପର୍ଯ୍ୟସ୍ତ ମଧ୍ୟ ଦେଇ ଜୀବନ ଜିଇବାକୁ ପଡୁଛି । ଏପରି ପରିସ୍ଥିତିରେ ଆଜି ଆମେ ଆପଣଙ୍କୁ ସୁସ୍ଥ ରହିବା ପାଇଁ କିଛି ଉପାୟ କହିବାକୁ ଯାଉଛୁ । ସିଝା ହୋଇଥିବା ବୁଟ (Boiled Gram) ପିତ୍ତ ଓ କଫକୁ ଦୂର କରିଥାଏ । କିନ୍ତୁ ଅଙ୍କୁରିତ ବା ଗଜା ବୁଟ (Sprouted gram) କୋମଳ, କ୍ଷୁଧା ବୃଦ୍ଧିକାରୀ, ବୀର୍ଯ ବୃଦ୍ଧିକାରୀ, ଶକ୍ତି ବୃଦ୍ଧିକାରୀ, ରକ୍ତ ସଫା, ପ୍ରୋଟିନରେ ଭରପୂର ତଥା ଥଣ୍ଡା ହୋଇଥାଏ । ଜାଣନ୍ତୁ ଗଜା ବୁଟ ଖାଇବାର ଫାଇଦା…

1/6

୧. ଶାରୀରିକ ଦୁର୍ବଳତାକୁ ଦୂର କରିବା ପାଇଁ, ଶରୀରକୁ ମଜବୁତ କରିବା ପାଇଁ ତଥା ଓଜନ ବଢ଼ାଇବା ପାଇଁ ସନ୍ଧ୍ୟାରେ ଦୁଇ ମୁଠାଏ ବୁଟକୁ ବିଶୁଦ୍ଧ ପାଣିରେ ଭିଜାଇ ଦିଅନ୍ତୁ । ଏହାପରେ ଏହି ଅଙ୍କୁରିତ ହେବା ପରେ ଏହାକୁ ଚୋବାଇ ଚୋବାଇ ଖାଆନ୍ତୁ ।

2/6

୨. ଲୁଣ ନ ମିଶାଇ ଗଜା ବୁଟ ଚୋବାଇ ଖାଇଲେ ତ୍ୱଚା ସୁସ୍ଥ ରହେ ଓ ଏହା ଚିକ୍କଣ ଦିଶେ । କାଛୁ କୁଣ୍ଡିଆ ଭଳି ରୋଗ ମଧ୍ୟ ହୋଇ ନ ଥାଏ 

3/6

୩. ଦୁର୍ବଳ ହୃଦୟ ଥିବା ବ୍ୟକ୍ତିମାନେ ପ୍ରତିଦିନ ଗଜା ବୁଟ (Sprouted Gram) ଖାଇବା ଉଚିତ । ଏହି ଚନାରେ ପ୍ରଚୁର ମାତ୍ରାରେ ମ୍ୟାଗ୍ନେସିୟମ୍ ଓ ଫୋଲେଟ୍ ଥାଏ । ଯାହା କୋଲେଷ୍ଟ୍ରଲ୍ ହ୍ରାସ କରିବାରେ ସହାୟକ ହୋଇଥାଏ ।

4/6

୪. ପ୍ରତିଦିନ ସକାଳେ ଗଜା ବୁଟ (Sprouted Gram) ଖାଇଲେ ପାଚନ ତନ୍ତ୍ର ସୁସ୍ଥ ହୋଇଯାଏ । କାରଣ ଏଥିରେ ପ୍ରଚୁର ମାତ୍ରାରେ ଫାଇବର୍‌ ଥାଏ ।

6/6

୬. ରକ୍ତହୀନତା ରୋଗ ମହିଳାମାନଙ୍କଠାରେ ଅଧିକ ଦେଖାଯାଏ । ସେମାନେ ଅଙ୍କୁରିତ ବୁଟ (Sprouted Gram), ଗହମର ବେସନ ମିଶାଇ ରୁଟି କିମ୍ବା ଅନ୍ୟ ଉପାୟ ସେବନ କରିବା ଆବଶ୍ୟକ । ଏଥିରୁ ଲାଭ ମିଳିଥାଏ ।