Advertisement
Photo Details/zeeodisha/odisha1614678
photoDetails0hindi

Saree Look: ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସଙ୍କ ପ୍ରଥମ ପସନ୍ଦ ସମ୍ବଲପୁରୀ ଶାଢୀ ! ଦେଖନ୍ତୁ ଫଟୋ

Sambalpur Saree Look News In Odia: କିଛିଦିନ ତଳେ ବେଶ ଚର୍ଚ୍ଚାରେ ରହିଥିଲେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ । କାରଣ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ଓ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ । ସିକ୍ରେଟ ନିର୍ବନ୍ଧ କରିଥିବା ଜିଲ୍ଲାପାଳ ଅନନ୍ୟା ଦାସଙ୍କ ଶାଢୀଲୁକ୍ କୁ ନେଇ ବେଶ ଚର୍ଚ୍ଚା ହେଉଛି। ପ୍ରତିଟି ଆଲୋଚନା ଚକ୍ର ବା ବୈଠକରେ ଅନନ୍ୟା ଦାସଙ୍କୁ ସମ୍ବଲପୁରୀ ଶାଢୀରେ ହିଁ ଦେଖାଯାଏ। କୁହାଯାଉଛି ଜିଲ୍ଲାପାଳଙ୍କ ପ୍ରଥମ ପସନ୍ଦ ସମ୍ବଲପୁରୀ ଶାଢୀ। 

1/5

ସମ୍ବଲପୁରୀ ବସ୍ତ୍ରର ଚାହିଦା ସବୁବେଳେ ରହିଛି । ହେଲେ ଏବେ ଏହି ସମ୍ବଲପୁରୀ ବରିଷ୍ଠ ଅଧିକାରୀ ମାନଙ୍କ ପସନ୍ଦ ପାଲଟିଛି । ନୂଆ ପିଢି ଆଇଏଏସ୍ ଅଧିକାରୀ ମାନେ ଏହି ସମ୍ବଲପୁରୀ ବସ୍ତ୍ରକୁ ବେଶ ପସନ୍ଦ କରୁଛନ୍ତି । 

2/5

ସମ୍ବଲପୁରୀ ଶାଢୀ ନିଜେ ପିନ୍ଧିବା ସହିତ ଅନ୍ୟମାନେ କିଭଳି ଏହାର ବହୁଳ ବ୍ୟବହାର କରିପାରିବେ ସେଦିଗରେ ଉତ୍ସାହିତ କରିଛନ୍ତି ପ୍ରଶାସିକା ଅନନ୍ୟା ଦାସ  । 

3/5

ଅନେକ ଆଲୋଚନା ଚକ୍ର ହେଉ ବା କୌଣସି କାର୍ଯ୍ୟକ୍ରମର ଶୁଭାରମ୍ଭ ସର୍ବଦା ଅନନ୍ୟା ଦାସଙ୍କୁ ସମ୍ବଲପୁରୀ ଶାଢୀ ପିନ୍ଧିଥିବାର ଦେଖାଯଏ ।

4/5

ଗତ ଦୁଇଦିନ ରୁ ହୋଇଥିବା ଡ୍ରାଇଭର ସଂଘର ପ୍ରତିବାଦକୁ ନେଇ ବସିଥିଲା ଜିଲ୍ଲାପାଳଙ୍କ ବୈଠକ । ଏହି ବୈଠକରେ ମଧ୍ୟ ପ୍ରଶାସିକା ଅନନ୍ୟା ଦାସ ଏକ କଳା ଓ ନାଲି ରଙ୍ଗର ମିଶ୍ରିତ ଶାଢୀ ପିନ୍ଧିଥିଲେ। 

5/5

ସେହିପରି ଗତକାଲି ହୀରାକୁଦ ମହୋତ୍ସବକୁ ନେଇ ହୋଇଥିବା ବୈଠକରେ ସମ୍ବଲପୁରୀ ଶାଢୀ ପିନ୍ଧିଥିବାର ଦେଖିବାକୁ ମିଳିଥିଲା।