Advertisement
photoDetails0hindi

PM Kisan Scheme: କେବଳ E-kyc ନୁହେଁ ଏହି କାମ ନକରିଥିଲେ ମିଳିବନି ୧୪ ତମ କିସ୍ତି

PM Kisan Yojana News In Odia: ଯଦି ଆପଣ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୧୪ ତମ କିସ୍ତିର ଟଙ୍କା ପାଇବାକୁ ଇଚ୍ଛୁକ ଏବଂ ଏହି ଟଙ୍କା ଆପଣଙ୍କ ଆକାଉଣ୍ଟରେ ଆସିବା ଜରୁରୀ, ତେବେ ଆପଣଙ୍କୁ ଶୀଘ୍ର କିଛି କାମ ଶେଷ କରିବା ଉଚିତ୍ । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଦେଶର କୃଷକମାନଙ୍କୁ ଆର୍ଥିକ ସହାୟତା ଯୋଗାଇଥାଏ । ଏହି ଯୋଜନା ଅଧୀନରେ ବାର୍ଷିକ ଛଅ ହଜାର ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ଦିଆଯାଏ । ଏହି ରାଶି ଦି-ଦି ହଜାର ଟଙ୍କା ହୋଇ ତିନୋଟି କିସ୍ତିରେ ଆସିଥାଏ ।

1/5

ଏହି ରାଶି ଚାଷରେ ସାହାଯ୍ୟ କରିବା ପାଇଁ ଦିଆଯାଏ । ଏପର୍ଯ୍ୟନ୍ତ ଏହି ଯୋଜନା ଅନ୍ତର୍ଗତ ୧୩ ତମ କିସ୍ତି କେନ୍ଦ୍ର ସରକାର ଚାଷୀଙ୍କ ଆକାଉଣ୍ଟକୁ ପଠାଇ ସାରିଛନ୍ତି।

 

2/5

ଏହି ଯୋଜନା ଅଧୀନରେ ଇ-କେୱାଇସି କରିବାକୁ ସରକାର ବାଧ୍ୟତାମୂଳକ କରିଛନ୍ତି। ଯଦି ଇ- KYC କରା ନ ଯାଏ ତେବେ ଆପଣଙ୍କ ଟଙ୍କା ଅଟକିଯିବ । 

3/5

ଏହା ବାଦ୍, ଆପଣଙ୍କୁ ଅନ୍ୟ କିଛି କାମ ମଧ୍ୟ କରିବାକୁ ପଡିବ। ନଚେତ୍ ଆପଣ ପିଏମ କିସାନ ଯୋଜନାର ପରବର୍ତ୍ତୀ କିସ୍ତି ପାଇବେ ନାହିଁ । 

 

4/5

ଯଦିଓ ଆପଣ ଆବେଦନ ସମୟରେ ସଠିକ୍ ସୂଚନା ଦେଇନାହାଁନ୍ତି, ଆପଣଙ୍କ ଟଙ୍କା ଅଟକି ଯାଇପାରେ । ଏହା ବ୍ୟତୀତ ଆଧାର କାର୍ଡ ପାନ୍ କାର୍ଡ ସହିତ ଲିଙ୍କ୍ ହୋଇନଥିଲେ ମଧ୍ୟ ଟଙ୍କା ପାଇପାରିବେ ନାହିଁ।

 

5/5

ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅଧୀନରେ, ଯଦି ଆପଣ ଭୁଲ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଦିଅ, ତେବେ ଆପଣଙ୍କର କିସ୍ତି ଟଙ୍କା ବନ୍ଦ ହୋଇଯିବ । ଅନ୍ୟପକ୍ଷରେ, ଯଦି ଆପଣ ଆୟକର ବା ଇନକମ ଟ୍ୟାକ୍ସ ଭରୁଛନ୍ତି ତେବେ ତେବେ ଆପଣ ଟଙ୍କା ପାଇ ପାରିବେ ନାହିଁ ।