Advertisement
Photo Details/zeeodisha/odisha1697292
photoDetails0hindi

Health Tips: ଚା’ ପିଇବା ସମୟରେ କରୁଛନ୍ତି କି ଏହିସବୁ ଭୁଲ୍? ତାହାଲେ ହୋଇଯାଆନ୍ତୁ ସାବଧାନ!

Health Tips: ଆମ ଦେଶ ଚା ଏକ ଲୋକପ୍ରିୟ ଡ୍ରିଙ୍କ ଅଟେ । ବହୁ ଲୋକେ ଚା ପିଇବା ଲାଗି ପସନ୍ଦ କରିଥାଆନ୍ତି । ଯଦି ଆପଣଙ୍କୁ ମଧ୍ଯ ଚା’ ପିଇବାକୁ ଭଲ ପାଆନ୍ତି ତାହାଲେ ଏହିସବୁ ଜିନିଷ ମନେ ରଖିବା ଉଚିତ୍ । ନଚେତ୍ ଆପଣଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ି ପାରେ । ତେବେ ଆସନ୍ତୁ ଜାଣିବା କେଉଁ ଖାଦ୍ୟ ସହ ଚା’ ପିଇବା ଉଚିତ୍ ନୁହେଁ।

1/5

ଆଜିର ବ୍ୟସ୍ତ ବହୁଳ ଜୀବନରେ ଆରମ ପାଇବା ଲାଗି ବହୁ ଲୋକେ ଚା' ପିଇବାକୁ ପସନ୍ଦ କରିଥାଆନ୍ତି । ସେହିପରି କିଛି ଲୋକଙ୍କୁ ଅଳସୁଆ ଲାଗିଲେ କପେ ଚା' ପିଇଲା ପରେ ପୂର୍ତ୍ତିଲା ଅନୁଭୂତ ହୋଇଥାଏ ।

2/5

ଥଣ୍ତା ଜିନିଷ- ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଗରମ ଚା ପିଇବା ପରେ ଅତି କମରେ ଅଧ ଘଣ୍ଟା ପର୍ଯ୍ୟନ୍ତ କୌଣସି ଥଣ୍ତା ଖାଦ୍ୟ ବା ପାନୀୟ ପିଇବା ଉଚିତ୍ ନୁହେଁ । ଏପରି କରିବା ଦ୍ବାରା ହଜମ ପ୍ରକ୍ରିୟା ଉପରେ ପ୍ରଭାବ ପଡ଼ିଥାଏ ।

3/5

ହଳଦୀରେ ପ୍ରସ୍ତୁତ ଖାଦ୍ୟ- ବିଶେଷଜ୍ଞଙ୍କ ଅନୁଯାୟୀ, ଚା' ପିଇବା ସମୟରେ ହଳଦୀଯୁକ୍ତ ଖାଦ୍ୟ ଖାଇବାଠାରୁ ଦୂରେଇ ରହିବା ଉଚିତ୍ । ଏହି କାରଣରୁ ଗ୍ୟାସ, କୋଷ୍ଠକାଠିନ୍ୟ, ଝାଡ଼ା ଭଳି ସମସ୍ୟା ଦେଖାଦେଇଥାଏ।

4/5

ବେସନରେ ତିଆରି ଖାଦ୍ୟ- ଚା' ପିଇବା ସମୟରେ ବେସନରେ ପ୍ରସ୍ତୁତ ଖାଦ୍ୟ ଖାଇବା ଉଚିତ୍ ନୁହେଁ । ଏହାର ମିଶ୍ରଣ ଶରୀରରେ ପୋଷକ ତତ୍ତ୍ବ ଗ୍ରହଣ କରିବାର କ୍ଷମତାକୁ ହ୍ରାସ କରିଥାଏ । ଏହି କାରଣରୁ ପେଟ ବ୍ୟଥା ସମସ୍ୟା ମଧ୍ଯ ଦେଖା ଦେଇଥାଏ ।

5/5

ଲେମ୍ବୁ- ଅନେକ ଲୋକେ ଲେମନ୍ ଟି ପିଇବାକୁ ପସନ୍ଦ କରିଥାଆନ୍ତି । ହେଲେ ଖାଲି ପେଟରେ ଲେମନ୍ ଟି ପିଇବା ଆଦୌ ଉଚିତ୍ ନୁହେଁ । ଚା’ ସହ ଲେମ୍ବୁର ମିଶ୍ରଣ ଦ୍ବାରା ଏସିଡ଼ିଟି, ଛାତିରେ ଜଳପୋଡ଼ା ଓ ହୃଦଘାତ୍ ସମସ୍ୟା ଦେଖାଦେଇଥାଏ ।