Advertisement
photoDetails0hindi

Jaya kishori: ନିଜ ସୁନ୍ଦରତା ପଛର ରହସ୍ୟକୁ ନେଇ କିଛି ଏପରି କହିଲେ ଜୟା କିଶୋରୀ

Jaya kishori: ମୋଟିଭେନାଲ ସ୍ପିକର ଜୟା କିଶୋରୀ କିଛି ନା କିଛି କାରଣକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି । ଏହି ପ୍ରବଚିକାଙ୍କର ବହୁ ଫ୍ୟାନ୍ସ ଫଲୋଅର୍ସ ମଧ୍ଯ ରହିଛନ୍ତି । ତାଙ୍କର ପ୍ରେରଣାଦାୟୀ କଥା ଯୋଗୁଁ ସେ ଏବେ ଘରେ ଘରେ ପରିଚିତ । ଜୟାଙ୍କ ଆୟଠାରୁ ଆରମ୍ଭ କରି ଫ୍ୟାଶନ, କଥା, ଶିକ୍ଷା ଓ ଜୀବନଶୈଳୀ ବିଷୟରେ ଜାଣିବାକୁ ଲୋକେ ସବୁବେଳେ ଉତ୍ସୁକ ଥାଆନ୍ତି । ତେବେ ଆଜି ଆସନ୍ତୁ ଆଲୋଚନା କରିବା ଜୟାଙ୍କ ସୁନ୍ଦରତାର ରାଜ ବିଷୟରେ...

1/5

ଜୟା କିଶୋରୀ ରାଜସ୍ଥାନର ଏକ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଛନ୍ତି । ୨୬ ବର୍ଷିୟା ଏହି ପ୍ରବଚିକା ଏକ ସାକ୍ଷାତକାରରେ ନିଜ ସୌନ୍ଦର୍ଯ୍ୟର ରାଜ ଖୋଲିଥିଲେ ।

2/5

ଜୟା ଏହି ସାକ୍ଷାତକାରରେ କହିଥିଲେ ଯେ, ସେ ଡ଼ାଏଟ ଉପରେ ବିଶେଷ ଧ୍ୟାନ ଦେଇଥାଆନ୍ତି । ଏମିତି କି ସେ ଆଦୌ ଜଙ୍କ ଫୁଡ଼ ଖାଆନ୍ତି ନାହିଁ ।

3/5

ସେ ସବୁବେଳେ କ୍ଲିନ୍ ଡ଼ାଏଟ କରିଥାଆନ୍ତି । ଏହି କାରଣରୁ ତାଙ୍କ ଓଜନ ନୟନ୍ତ୍ରଣ ହୋଇରହିଥାଏ । ସେ ସାତ୍ବିକ ଖାଦ୍ୟ ଖାଇବାକୁ ପସନ୍ଦ କରିଥାଆନ୍ତି ।

4/5

ଜୟା କହିଛନ୍ତି ଯେ, ପରିବାର ସହ ଛୁଟିରେ ଯିବା ସମୟରେ ସେ ଡାଏଟିଙ୍ଗ କରନ୍ତି ନାହିଁ । କିନ୍ତୁ ଛୁଟିରୁ ଫେରିବା ପରେ ସେ ପୂର୍ବ ପରି କ୍ଲିନ୍ ଡ଼ାଏଟ କରିବା ଆରମ୍ଭ କରିଥାଆନ୍ତି ।

5/5

ସେ ଆଉ ମଧ୍ଯ କହିଛନ୍ତି ଯେ, କୌଣସି ବି ଜିନିଷକୁ ସନ୍ତୁଳିତ ମାତ୍ରାରେ ଖାଇବା ଦରକାର । ଅଧିକ ପରିମାଣର ଖାଦ୍ୟ ଖାଇବା କ୍ଷତିର କାରଣ ହୋଇଥାଏ ।