Advertisement
photoDetails0hindi

PM of India: ଦେଶର ସେହି ମୁଖ୍ୟମନ୍ତ୍ରୀ ଯିଏ ସମ୍ଭାଳିଛନ୍ତି ପ୍ରଧାନମନ୍ତ୍ରୀ ଦାୟିତ୍ୱ

Prime Minister of India: ଦେଶର ଶାସନ କ୍ଷମତା ଏପରି ୬ ଜଣ ପ୍ରଧାନମନ୍ତ୍ରୀଙ୍କ ହାତରେ ରହିଛି ଯେଉଁମାନେ ପୂର୍ବରୁ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିସାରିଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପରେ ସେମାନେ ଦେଶର ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। 

 

1/6

ମୋରାରଜୀ ଦେଶାଇ: ୧୯୫୨ ମସିହାରୁ ୧୯୫୬ ପର୍ଯ୍ୟନ୍ତ ତତ୍କାଳୀନ ବମ୍ବେ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ମୋରାରଜୀ ଦେଶାଇ। ଯିଏ ୧୯୭୭ ମସିହାରୁ ୧୯୭୯ ପର୍ଯ୍ୟନ୍ତ ଦେଶର ପ୍ରଥମ ଅଣ-କଂଗ୍ରେସ ପ୍ରଧାନମନ୍ତ୍ରୀ ଥିଲେ। ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିବାବେଳେ ସେ ଦ୍ୱିତୀୟ ଉପମୁଖ୍ୟମନ୍ତ୍ରୀ ମଧ୍ୟ ଥିଲେ। ଇନ୍ଦିରା ଗାନ୍ଧୀଙ୍କ ସମୟରେ ଲାଗୁ ହୋଇଥିବା ଜରୁରୀକାଳୀନ ପରିସ୍ଥିତି ପରେ ମୋରାରଜୀ ଦେଶାଇ ପ୍ରଧାନମନ୍ତ୍ରୀ ହୋଇଥିଲେ।

2/6

ଚୌଧରୀ ଚରଣ ସିଂହ: ୧୯୬୭ ମସିହାରୁ ୧୯୬୮ ମସିହା ପର୍ଯ୍ୟନ୍ତ ଏବଂ ୧୯୭୦ ମସିହାରେ ପୁନର୍ବାର ଅବିଭକ୍ତ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ପଦ ଭାର ଗ୍ରହଣ କରିଥିଲେ ଚୌଧରୀ ଚରଣ ସିଂହ। ଦେଶର କୃଷକଙ୍କ ନେତା ଭାବରେ ଜଣାଶୁଣା ଚରଣ ସିଂହ ୧୯୭୦-୮୦ ମସିହାରେ ପ୍ରଧାନମନ୍ତ୍ରୀ ଆସନରେ ବସିଥିଲେ। ପ୍ରଧାନମନ୍ତ୍ରୀ ଭାବରେ ତାଙ୍କର କାର୍ଯ୍ୟକାଳ ମାତ୍ର ୧୭୦ ଦିନ ପାଇଁ ରହିଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଏହା ସବୁଠାରୁ କମ୍ ସମୟ ବିଶିଷ୍ଟ ହୋଇ ରହିଛି। 

 

3/6

ବିଶ୍ୱନାଥ ପ୍ରତାପ ସିଂହ: ନିଜର ଦୁର୍ନୀତି ବିରୋଧୀ ଆଭିମୁଖ୍ୟ ପାଇଁ ଚର୍ଚ୍ଚାରେ ରହିଥିବା ବିଶ୍ୱନାଥ ପ୍ରତାପ ସିଂହ ୧୯୮୯-୧୯୯୦ ମସିହାରେ ଦେଶର ପ୍ରଧାନମନ୍ତ୍ରୀ ଗାଦିରେ ବସିଥିଲେ। ଭାରତୀୟ ରାଜନୀତିରେ "Mr Clean" ଭାବରେ ଜଣାଶୁଣା ବିପି ସିଂହ ୧୯୮୦ ମସିହାରୁ ୧୯୮୨ ପର୍ଯ୍ୟନ୍ତ ଅବିଭକ୍ତ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ବିପି ସିଂହଙ୍କ ନେତୃତ୍ୱରେ ଗଠିତ ନ୍ୟାସନାଲ ଫ୍ରଣ୍ଟ ସରକାର ମଣ୍ଡଳ ଆୟୋଗ ରିପୋର୍ଟ କାର୍ଯ୍ୟକାରୀ କରିଥିଲା। ଯାହା ଅନ୍ୟ ପଛୁଆ ବର୍ଗଙ୍କୁ ସଂରକ୍ଷଣ ପ୍ରଦାନସ କରିଥାଏ।

 

4/6

ପିଭି ନରସୀମାହା ରାଓ: ଭାରତୀୟ ଅର୍ଥନୀତିକୁ ସୁଧାରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ପିଭି ନରସୀମାହା ରାଓ ୧୯୭୧ ମସିହାରୁ ୧୯୭୩ ପର୍ଯ୍ୟନ୍ତ ଅବିଭକ୍ତ ଆନ୍ଧ୍ର ପ୍ରଦେଶର ମଖ୍ୟମନ୍ତ୍ରୀ ପଦ ଭାର ଗ୍ରହଣ କରିଥିଲେ। ମୁଖ୍ୟମନ୍ତ୍ରୀ ହେବା ସହିତ ଇନ୍ଦିରା ଗାନ୍ଧୀ ଏବଂ ରାଜୀବ ଗାନ୍ଧୀଙ୍କ ସରକାରରେ ବିଭିନ୍ନ ମନ୍ତ୍ରଣାଳୟର ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ପିଭି ନରସୀମାହା ରାଓ। ତାଙ୍କର ପ୍ରଧାନମନ୍ତ୍ରୀ କାର୍ଯ୍ୟକାଳ ୧୯୯୧ ମସିହାରୁ ୧୯୯୬ ମସିହା ପର୍ଯ୍ୟନ୍ତ ରହିଥିଲା। ଭାରତୀୟ ପିଭି ନରସୀମାହା ରାଓ ହେଉଛନ୍ତି ପ୍ରଥମ କଂଗ୍ରେସ ପ୍ରଧାନମନ୍ତ୍ରୀ ଯିଏ ଗାନ୍ଧୀ-ନେହେରୁ ପରିବାରରୁ ପ୍ରତିନିଧିତ୍ୱ କରୁନଥିଲେ। ଭାରତୀୟ ରାଜନୀତିରେ ସେ ହେଉଛନ୍ତି ପ୍ରଥମ ପ୍ରଧାନମନ୍ତ୍ରୀ ଯିଏ ଦକ୍ଷିଣ ଭାରତରୁ ପ୍ରତିନିଧିତ୍ୱ କରୁଥିଲେ। ଭାରତୀୟ ଅର୍ଥନୈତିକ ସଂସ୍କାରର ପିତାମହ ଭାବରେ ଜଣାଶୁଣା ହେଉଛନ୍ତି ପିଭି ନରସୀମାହା ରାଓ।

5/6

ଏଚଡି ଦେବେ ଗୌଡା: ୧୯୯୪ ମସିହାରୁ ୧୯୯୬ ପର୍ଯ୍ୟନ୍ତ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ଏଚଡି ଦେବେ ଗୌଡା। ଯିଏ ୧୯୯୬-୯୭୭ ମସିହାରେ ଗଠିତ ହୋଇଥିବା ୟୁନାଇଟେଡ୍ ଫ୍ରଣ୍ଟ ସରକାରର ନେତୃତ୍ୱ ନେଇଥିଲେ। ସେ ହେଉଛନ୍ତି ପ୍ରଥମ ପ୍ରଧାନମନ୍ତ୍ରୀ ଯିଏ ରାଜ୍ୟସଭାରୁ ନିର୍ବାଚିତ ହୋଇଥିଲେ। ଭାରତୀୟ ରାଜନୀତିରେ ଏଚଡି ଦେବେ ଗୌଡା ହେଉଛନ୍ତି ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଯିଏ ଦକ୍ଷିଣ ଭାରତରୁ ପ୍ରତିନିଧିତ୍ୱ କରୁଥିଲେ। 

 

6/6

ନରେନ୍ଦ୍ର ମୋଦୀ: ୨୦୦୧ ମସିହାରୁ ୨୦୧୪ ପର୍ଯ୍ୟନ୍ତ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ହେଉଛନ୍ତି ଦେଶର ପ୍ରଥମ ଅଣକଂଗ୍ରେସ ପ୍ରଧାନମନ୍ତ୍ରୀ ଯିଏ କ୍ରମାଗତ ଭାବରେ ଦୁଇ ଥର ପ୍ରଧାନମନ୍ତ୍ରୀ ଗାଦି ହାତେଇବା ସହ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରି ସରକାର ଗଢିଛନ୍ତି। ତାଙ୍କର ମୁଖ୍ୟମନ୍ତ୍ରୀତ୍ୱ କାଳରେ ହୋଇଥିବା ବହୁଚର୍ଚ୍ଚିତ ୨୦୦୨ ଗୁଜୁରାଟ ଗୋଧ୍ରା ଦଙ୍ଗା ପାଇଁ ତାଙ୍କର କାର୍ଯ୍ୟକାଳ ଅତ୍ୟନ୍ତ ବିବାଦୀୟ ଥିଲା। ହେଲେ ଏହି ଘଟଣାରେ ତାଙ୍କୁ କ୍ଲିନ୍ ଚିଟ୍ ମିଳିସାରିଛି।