Advertisement
Photo Details/zeeodisha/odisha1566524
photoDetails0hindi

Cricketer Wife’s Education Qualification: ଜାଣନ୍ତୁ କେତେ ଶିକ୍ଷିତ ଆପଣଙ୍କ ପ୍ରିୟ କ୍ରିକେଟରଙ୍କ ପତ୍ନୀ

Indian Cricketer Wife’s Education Qualification: ଏଇ କିଛି ଦିନ ପୂର୍ବରୁ ଭାରତୀୟ କ୍ରିକେଟର କେ. ଏଲ. ରାହୁଲ ସୁନୀଲ ସେଟ୍ଟୀଙ୍କ ଝିଅ ଆଥୀୟା ସେଟ୍ଟୀଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ତେବେ ଆପଣ ଜାଣିଛନ୍ତି କି ଆଥିୟା ସେଟ୍ଟୀ କେତେ ଶିକ୍ଷିତ?

1/6

କେ.ଏଲ ରାହୁଲଙ୍କ ପତ୍ନୀ ଆଥିୟା ସେଟ୍ଟୀ

ସୁନୀଲ ସେଟ୍ଟୀଙ୍କ ଝିଅ ଓ କେ.ଏଲ ରାହୁଲଙ୍କ ପତ୍ନୀ ଆଥିୟା ସେଟ୍ଟୀ(kL Rahul Athiya Shetty) ମୁମ୍ବାଇର କ୍ୟାଥେଡ୍ରାଲ ଆଣ୍ଡ ଜନ୍‌ କ୍ୟାନନ୍‌ ସ୍କୁଲ ଓ ଆମେରିକାନ୍ ସ୍କୁଲ ଅଫ ବମ୍ବେରେ ଅଧ୍ୟୟନ କରିଛନ୍ତି। ଆଥିୟା ବଲିଉଡ଼ରେ ଡେବ୍ୟୁ କରିବା ପୂର୍ବରୁ ନ୍ୟୁୟର୍କ ଫିଲ୍ମ ମେକିଂ ଏକାଡେମୀରେ ଫିଲ୍ମ ମେକିଂ ଅଧ୍ୟୟନ କରିଥିଲେ ।

2/6

ଏମ ଏସ୍ ଧୋନୀଙ୍କ ପତ୍ନୀ ସାକ୍ଷୀ ସିଂ

ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ସଫଳ କ୍ରିକେଟର ମହେନ୍ଦ୍ର ସିଂ ଧୋନୀଙ୍କ ସ୍ତ୍ରୀ ସାକ୍ଷୀ ସିଂ ଔରଙ୍ଗାବାଦ ଇନ୍‌ଷ୍ଟିଚ୍ୟୁଟ୍ ଅଫ ହୋଟେଲ ମ୍ୟାନେଜମେଣ୍ଟରେ ହୋଟେଲ ମ୍ୟାନେଜମେଣ୍ଟ କୋର୍ସ କରଛନ୍ତି ।

3/6

ବିରାଟ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମା

ଭାରତୀୟ ଦଳର ଷ୍ଟାର କ୍ରିକେଟର ତଥା ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ପତ୍ନୀ ଅଭିନେତ୍ରୀ ଅନୁଷ୍କା ଶର୍ମା(Virat Kholi and Anuksha Sharma) ପିଲା ଦିନରୁ ପାଠ ପଢା଼ରେ ବହୁତ ସ୍ମାର୍ଟ ଥିଲେ। ବାଙ୍ଗାଲୁରରେ ସେ ସ୍କୁଲ ଶିକ୍ଷା ଲାଭ କରିଥିଲେ। ଅନୁଷ୍କା କଳାରେ ସ୍ନାତକ ହାସଲ ପରେ ଅର୍ଥନୀତିରେ ପୋଷ୍ଚ ଗ୍ରାଜୁଏଟ କରିଛନ୍ତି ।

4/6

ରୋହିତ ଶର୍ମାଙ୍କ ପତ୍ନୀ ରିତିକା ସଜଦେହ

ଭାରତୀୟ କ୍ରିକେଟ ଟିମର ଅଧିନାୟକ ତଥା ସଫଳ ବ୍ୟାଟ୍ସ ମ୍ୟାନ୍ ରୋହିତ ଶର୍ମାଙ୍କ ପତ୍ନୀ ରିତିକା ସଜଦେହ(Rohit Sharma and Ritika Sajdeh) ଗ୍ରାଜୁଏଟ ଅଟନ୍ତି। ସେ ପୂର୍ବରୁ ସ୍ପୋର୍ଟ୍ସ ଇଭେଣ୍ଟ ମ୍ୟାନେଜର ଥିଲେ।

 

5/6

ୟୁଜବେନ୍ଦ୍ର ଚହଲଙ୍କ ପତ୍ନୀ ଧନଶ୍ରୀ ବର୍ମା

ଭାରତୀୟ ଦଳର ଲେଗ ସ୍ପିନର୍ ୟୁଜବେନ୍ଦ୍ର ଚହଲଙ୍କ ପତ୍ନୀ ଧନଶ୍ରୀ(Yuzvendra Chahal and Dhanashree Verma ) ନାଭି ମୁମ୍ବାଇର ଡିୱାଇ ପଟେଲ ଡେଣ୍ଟାଲ କଲେଜରେ ଅଧ୍ୟୟନ କରିଛନ୍ତି। ଧନଶ୍ରୀ ଜଣେ ଡେଣ୍ଟିଷ୍ଟ ଅଟନ୍ତି । ଏହା ସହ ସେ ସୋସିଆଲ ମିଡି଼ଆରେ ବେଶ ଆକ୍ଟିଭ ।

6/6

ରବିନ୍ଦ୍ର ଜାଡ଼େଜାଙ୍କ ପତ୍ନୀ ରିବାଭା ଜାଡ଼େଜା

ଭାରତୀୟ ଅଲରାଉଣ୍ଡର ରବିନ୍ଦ୍ର ଜାଡ଼େଜାଙ୍କ ପତ୍ନୀ ରିବାଭା(Rabindra Jadeja Rivaba Jadeja) ରାଜକୋଟରେ ମେକାନିକାଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଛନ୍ତି। ରିବାଭା ଗତବର୍ଷ ଗୁଜୁରାଟ ବିଧାନସଭା ନିର୍ବାଚନରେ ଜାମନଗର ଉତ୍ତର ଆସନ ପାଇଁ ବିଜେପି ପକ୍ଷରୁ ନିର୍ବାଚନ ଲଢି ବିଜୟୀ ହାସଲ କରିଥିଲେ