Advertisement
photoDetails0hindi

NCRB: ପ୍ରେମ ସମ୍ପର୍କ, ବେକାରୀ ନା ଋଣ ...ଜାଣନ୍ତୁ ଭାରତରେ ଅଧିକାଂଶ ଲୋକଙ୍କ ଆତ୍ମହତ୍ୟାର କାରଣ

Suicide Cases in India: ଭାରତରେ ପ୍ରତିଦିନ ଅନେକ ଆତ୍ମହତ୍ୟା ମାମଲା ରୁଜୁ ହୁଏ । କିଛି ପାରିବାରିକ ଅସୁବିଧା ଯୋଗୁଁ ଆଉ କେତେକ ଚାକିରୀ ପାଇବା ଓ ଋଣ ପରିଶୋଧ କରିବାରେ ଅକ୍ଷମତା ଯୋଗୁଁ ଲୋକେ ଆତ୍ମହତ୍ୟା କରନ୍ତି । ଆପଣ ଜାଣନ୍ତି ଭାରତରେ ଅଧିକାଂଶ ଲୋକ ଆତ୍ମହତ୍ୟା କରିବାର କାରଣ କ'ଣ ରହିଛି ?

 

1/5

୨୦୨୧ ର NCRB ତଥ୍ୟ ଅନୁଯାୟୀ, ୪.୬ ପ୍ରତିଶତ ମାମଲାରେ ପ୍ରେମ ପ୍ରସଙ୍ଗ ପାଇଁ ଆତ୍ମହତ୍ୟା, ୪.୮ ପ୍ରତିଶତ ମାମଲାରେ ବୈବାହିକ ସମସ୍ୟା ଓ ୬.୪ ପ୍ରତିଶତ ମାମଲାରେ ମଦ୍ୟପାନ ନିଶା ହେବାର ମୁଖ୍ୟ କାରଣ ଥିଲା ।

 

2/5

ଏନସିଆରବି ରିପୋର୍ଟରେ ଦର୍ଶାଯାଇଛି ଯେ ୧.୨ ପ୍ରତିଶତ ଲୋକ ନିଜ ଆତ୍ମୀୟ ବ୍ୟକ୍ତିଙ୍କ ମୃତ୍ୟୁ ଯୋଗୁଁ, ୧.୬ ପ୍ରତିଶତ କ୍ୟାରିୟର ସମସ୍ୟା ଯୋଗୁଁ, ୨.୨ ପ୍ରତିଶତ ବେକାରୀ କାରଣରୁ ଓ ୩.୯ ପ୍ରତିଶତ ଦେବାଳିଆ କାରଣରୁ ଲୋକ ଆତ୍ମହତ୍ୟା କରିଛନ୍ତି ।

 

3/5

ଏତଦ୍ ବ୍ୟତୀତ, ୧.୦ ପ୍ରତିଶତ ଆତ୍ମହତ୍ୟା ମାମଲାରେ ପରୀକ୍ଷାରେ ବିଫଳତା, ୧.୧ ପ୍ରତିଶତ ମାମଲାରେ ସମ୍ପତ୍ତି ବିବାଦ ଓ ୧.୧ ପ୍ରତିଶତ ମାମଲାରେ ଦାରିଦ୍ରତା ଆତ୍ମହତ୍ୟାର ଗୁରୁତ୍ୱପୂର୍ଣ୍ଣ କାରଣ ବୋଲି ବିବେଚନା କରାଯାଉଛି ।

 

4/5

ଏଥି ସହିତ, ୦.୨ ପ୍ରତିଶତ ଲୋକ ନଂପୁସକତା ଓ ୦.୫ ପ୍ରତିଶତ ସାମାଜିକ ପ୍ରତିଷ୍ଠା ଅଭାବରୁ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ । ଯଦିଓ ୯.୨ ପ୍ରତିଶତ ଲୋକଙ୍କ ଆତ୍ମହତ୍ୟା ବିଷୟରେ ଜଣା ପଡି ନାହିଁ ଯେ ସେମାନେ କାହିଁକି ଏହି ପଦକ୍ଷେପ ନେଇଥିଲେ ।

5/5

NCRB ତଥ୍ୟ ଅନୁଯାୟୀ, ଅଧିକାଂଶ ଲୋକ ଆତ୍ମହତ୍ୟା କରିବା ସମୟରେ ଫାଶୀ ଦେବା ପଦ୍ଧତି ବାଛନ୍ତି । ଏହା ବ୍ୟତୀତ ଅନେକ ଲୋକ ବିଷ ଖାଇବା, ପାଣିରେ ବୁଡ଼ି ଆତ୍ମହତ୍ୟା କରିବା, ଟ୍ରେନ୍ ଆଗରେ ଡେଇଁ ଆତ୍ମହତ୍ୟା କରିଛନ୍ତି ।