Advertisement
Photo Details/zeeodisha/odisha1740289
photoDetails0hindi

Mithun Mother Died: ମିଥୁନଙ୍କ ହାତ ଛାଡ଼ି ଚାଲିଗଲେ ମା', ଏମିତି ଥିଲା ମିଥୁନଙ୍କ ସଂଘର୍ଷମୟ କାହାଣୀ

Mithun Chakraborty Birthday: ୧୯୮୫ ମସିହାରେ ରିଲିଜ ହୋଇଥିବା ଚଳଚ୍ଚିତ୍ର ‘ଗୁଲାମି’ରେ ମିଥୁନ ଚକ୍ରବର୍ତ୍ତୀଙ୍କ ତକିଆ-କଲାମକୁ ନେଇ ଆଜି ବି ଚର୍ଚ୍ଚା ଲାଗି ରହିଛି । ବଲିଉଡରେ ଡିସ୍କୋ ଡ଼ାନ୍ସର ଓ ଦାଦା ଭାବେ ଜଣାଶୁଣା ମିଥୁନ ଚକ୍ରବର୍ତ୍ତୀ ଆଜି ୭୩ ବର୍ଷରେ ପର୍ଦାପଣ କରିଛନ୍ତି । ତେବେ ଜନ୍ମ ଦିନରେ ଚାଲନ୍ତୁ ଜାଣିବା ତାଙ୍କ ଜୀବନକୁ ନେଇ କିଛି ଅଜଣା କଥା ।

1/7

ଭେଟେରାନ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ମାତା ଶାନ୍ତିରାନୀ ଚକ୍ରବର୍ତ୍ତୀଙ୍କର ଶୁକ୍ରବାର ଦେହାନ୍ତ ହୋଇଛି। ମିଥୁନଙ୍କ ସାନପୁଅ ନାମଶି ଚକ୍ରବର୍ତ୍ତୀ ଏହି ଖବରକୁ ନିଶ୍ଚିତ କରିଛନ୍ତି। ମିଥୁନ ଚକ୍ରବର୍ତ୍ତୀ ଇଣ୍ଡଷ୍ଟ୍ରିର ଜଣେ ଶ୍ରେଷ୍ଠ ଅଭିନେତାଙ୍କ ମଧ୍ୟରେ ଅନ୍ୟତମ । ପରଦାରେ ସେ ପ୍ରାୟ ୩୫୦ ଚଳଚ୍ଚିତ୍ରରେ କାମ କରି ବେଶ ଲୋକପ୍ରିୟତା ହାସଲ କରିଛନ୍ତି । ହେଲେ ଗତକାଲି ତାଙ୍କ ମାଙ୍କର ଦେହାନ୍ତ ପରେ ସେ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଛନ୍ତି ।

2/7

ଯେତେବେଳେ ପୋଲିସ ନକ୍ସଲମାନଙ୍କୁ ଧରିବା ଲାଗି ପ୍ରୟାସ କରିଥିଲେ ସେ ସମୟରେ ମିଥୁନ ତାଙ୍କ ସହଯୋଗୀଙ୍କ ସହ ଏକ ଅଣ୍ଡରଗ୍ରାଉଣ୍ଡରେ ଅନେକ ମାସ ପର୍ଯ୍ୟନ୍ତ ଲୁଚି ରହିଥିଲେ।

3/7

 

ଦିନ ଶ୍ୟାମଳ ରଙ୍ଗ ପାଇଁ ରିଜେକ୍ଟ ହୋଇଥିବା ମିଥୁନ ଚକ୍ରବର୍ତ୍ତୀ ଏମିତି ଜଣେ ଅଭିନେତା ଅଟନ୍ତି ଯିଏ ପ୍ରଥମ ସିନେମା ପରେ ପରେ ହିଁ ଜାତୀୟ ପୁରସ୍କାର ପାଇଥିଲେ ।

4/7

୧୯୭୯ରେ ଅଭିନେତା ହେଲେନ୍ ଲୁକଙ୍କୁ ବିବାହ କରିଥିଲେ। କିନ୍ତୁ ଏହି ବାହାଘର ମାତ୍ର ୪ ମାସ ତିଷ୍ଠି ପାରିଥିଲା । ପ୍ରଥମ ପତ୍ନୀଙ୍କ ସହ ଛାଡିବା ପରେ ମିଥୁନ ସେହି ବର୍ଷ ଯୋଗୀତା ବାଲିଙ୍କୁ ବିବାହ କରିଥିଲେ। ତାଙ୍କର ତିନୋଟି ପୁତ୍ର ମିମୋହ, ନମାଶି, ଉସମେହ ରହିଛନ୍ତି । ଏହାଛଡ଼ା ମିଥୁନ ଏକ ଅଳିଆ ଗଦାରୁ ପାଇଥିବା ଏକ ଶିଶୁ କନ୍ୟାକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି, ଯାହାଙ୍କ ନାମ ଦିଶାନୀ ଅଟେ।

5/7

୧୯୮୨ ମସିହାରେ ଆସିଥିବା ଚଳଚ୍ଚିତ୍ର ‘ଡିସ୍କୋ ଡାନ୍ସର୍’ ମିଥୁନଙ୍କ କ୍ୟାରିୟର ଟର୍ଣ୍ଣିଂ ପଏଣ୍ଟ୍ ଥିଲା । ୧୦୦ କୋଟି ରୋଜଗାର କରିଥାଏ ଏହା ହେଉଛି ପ୍ରଥମ ହିନ୍ଦୀ ସିନେମା । ଯଦିଓ ଭାରତ ଅପେକ୍ଷା ସୋଭିଏତ୍ ୟୁନିଅନରେ ଏହି ଚଳଚ୍ଚିତ୍ର ଅଧିକ ରୋଜଗାର କରିଥିଲା । ନନ୍ ଡ଼ାନ୍ସର ମିଥୁନ ଯେତେବେଳେ ଫିଲ୍ମର ଆବଶ୍ୟକତା ଲାଗି ନାଚିଲେ, ସେତେବେଳେ ତାଙ୍କର ଏହି ଡ଼ିସ୍କୋ ଡ଼ାନ୍ସ ସ୍ଟେପ୍ ସାରା ଦେଶରେ ବେଶ ଲୋକପ୍ରିୟ ହୋଇଥିଲା 

6/7

୧୯୮୯ ମସିହାରେ ଏକା ସଙ୍ଗେ ତାଙ୍କର ୧୭ଟି ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା । ଯେଉଁଥିରେ ‘ଇଲାକା’, ‘ମୁଜରିମ୍’, ‘ଗୁରୁ’ ଓ ‘ବିସ୍ ସାଲ ବାଦ୍’ ଭଳି ଅନେକ ଚଳଚ୍ଚିତ୍ର ସାମିଲ ରହିଛି।

7/7

ମିଥୁନ ଚକ୍ରବର୍ତ୍ତୀଙ୍କ ଘରେ ପ୍ରାୟ ୩୮ ଟି କୁକୁର ଥିବାବେଳେ, ଉଟିରେ ଥିବା ଘରେ ସେ ୭୮ଟି କୁକୁର ପାଳିଛନ୍ତି। ସେଠାରେ ଥିବା ନାମୀ ହୋଟେଲ ମୋନାର୍କ ମିଥୁନ ଚକ୍ରବର୍ତ୍ତୀଙ୍କର ଅଟେ । ଏଥି ସହିତ, ମାସିନାଗୁଡିରେ ତାଙ୍କର ୧୬ଟି ବଙ୍ଗଳା ଓ କଟେଜ୍ ମଧ୍ଯ ରହିଛି  । ସେହିପରି ମସୁରରେ ତାଙ୍କର ୧୮ଟି କଟେଜ୍ ଓ ଅନେକ ରେଷ୍ଟୁରାଣ୍ଟ ଅଛି । ଚଳଚ୍ଚିତ୍ର ଓ ବ୍ୟବସାୟ ବ୍ୟତୀତ୍ ମିଥୁନ ୨୦୧୪ ଠାରୁ ରାଜନୀତିରେ ମଧ୍ୟ ସକ୍ରିୟ ଅଛନ୍ତି।