Advertisement
Photo Details/zeeodisha/odisha1740600
photoDetails0hindi

Al Pacino: ବିବାହ ନକରି ୮୩ ବର୍ଷରେ ପିତା ହେଲେ ଅଲ ପଚିନୋ, ପ୍ରେମିକା ନୁର୍ ଙ୍କର ରହିଛନ୍ତି ଅନେକ ବୃଦ୍ଧ ବୟଫ୍ରେଣ୍ଡ

Al Pacino Become Father: ବିଂଶ ଶତାବ୍ଦୀର ସବୁଠାରୁ ଏନର୍ଜେଟିକ ଓ ଦମଦାର ଅଭିନେତାଙ୍କ ମଧ୍ୟରୁ ସ୍ଥାନ ପାଇଥାନ୍ତି ଅଲ ପଚିନୋ । ଅଲ ପଚିନୋ କେବଳ ଆମେରିକୀୟ ଅଭିନେତା ନୁହଁନ୍ତି ବରଂ ଜଣେ ସଫଳ ନିର୍ଦ୍ଦେଶକ ମଧ୍ୟ । ଅକାଦେମୀ ପୁରସ୍କାର ବିଜେତା ୮୩ ବର୍ଷୀୟ ଅଲ ପଚିନୋ ଚତୁର୍ଥ ଥର ପାଇଁ ବାପା ହୋଇଛନ୍ତି। ୨୯ ବର୍ଷୀୟ ପ୍ରେମିକା ତଥା ଫିଲ୍ମ ନିର୍ମାତା ନୁର୍ ଅଲଫଲାହା ଅଲ ପଚିନୋଙ୍କୁ ବିବାହ ନକରି ମଧ୍ୟ ଏକ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି । 

1/6

ଅଲ ପଚିନୋ ମେ ଶେଷ ସପ୍ତାହରେ ଗଣମାଧ୍ୟମ ଆଗରେ କହିଥିଲେ ଯେ, ସେ ତାଙ୍କର ଚତୁର୍ଥ ସନ୍ତାନଙ୍କୁ ଦୁନିଆକୁ ଆଣିବାକୁ ଯାଉଛନ୍ତି । ନିଜ ପ୍ରେମିକା ନୁର ଅଲଫଲାହା ଙ୍କ ସହ ତାଙ୍କର ଏହା ପ୍ରଥମ ସନ୍ତାନ ବୋଲି ସେ କହିଥିଲେ। 

2/6

ପଚିନୋ ପୂର୍ବରୁ ମଧ୍ୟ ତିନୋଟି ସନ୍ତାନର ବାପା ଅଟନ୍ତି। ପୂର୍ବରୁ ମଧ୍ୟ ପ୍ରେମିକା ଡି ଏଞ୍ଜୋଲାଙ୍କ ଔରସରୁ ୨୨ ବର୍ଷୀୟ ଯାଆଁଳା ଆଣ୍ଟୋନ ଓ ଓଲିବିଆ ଜନ୍ମ ନେଇଥିଲେ। ସେହିପରି ଆଉ ଜଣେ ପ୍ରେମିକାଙ୍କ ଔରସରୁ ୩୩ ବର୍ଷୀୟ ଝିଅ ଜୁଲି ମେରି ମଧ୍ୟ ରହିଛନ୍ତି। 

3/6

ପଚିନୋ ଓ ଅଲଫାଲାହ ଏପ୍ରିଲ ୨୦୨୨ ରୁ ରିଲେସନ ସିପ ରେ ରହିଛନ୍ତି । ଏହି ଯୋଡ଼ି ଖୁଲମଖୁଲା ନିଜ ସମ୍ପର୍କ ବିଷୟରେ ସେତେବେଳେ କହିଥିଲେ ଯେତେବେଳେ ଏକାଧିକ ସ୍ଥାନରେ ଏମାନଙ୍କୁ ସ୍ପଟ କରାଯାଇଥିଲା। ସବୁଠୁ ବଡ଼ କଥା ହେଲା ପ୍ରେମିକାଙ୍କୁ ୨୯ ବର୍ଷ ହୋଇଥିବା ବେଳେ ପଚିନୋଙ୍କୁ ୮୩ ବର୍ଷ । 

4/6

ସେହିପରି ନୁରଙ୍କ ପୂର୍ବତନ ପୁରୁଷ ବନ୍ଧୁ Nicolas Berggruen ଙ୍କ ସହ ମଧ୍ୟ ସମ୍ପର୍କରେ ଥିଲେ। ସେତେବେଳେ ନିକୋଲାସଙ୍କ ବୟସ ୬୧ ବର୍ଷ ହୋଇଥିଲା। ତେବେ ନୁର୍ କେବେବି କାହାକୁ ବିବାହ କରିନାହାଁନ୍ତି । 

 

5/6

ନୁର୍ ଅଲଫାଲାହଙ୍କ ଆଉ ଜଣେ ବୃଦ୍ଧ ବୟଫ୍ରେଣ୍ଡ ରହିଥିଲେ ଯାହାଙ୍କ ନାଁ ହେଉଛି Clint Eastwood । ତାଙ୍କ ବୟସ ୮୮ ଥିବା ବେଳେ ନୁର୍ ଙ୍କୁ ହୋଇଥିଲା ମାତ୍ର ୨୩ ବର୍ଷ । ହେଲେ ସେତେବେଳେ ନିଜର ଫ୍ୟାମିଲି ଫ୍ରେଣ୍ଡ କହି ଟାଳିଦେଇଥିଲେ ନୁର୍। 

6/6

ତେବେ ନୁର୍ ଅଲଫାଲାହଙ୍କୁ ନେଇ ମଧ୍ୟ ରୋଚକ କଥା ସାମ୍ନାକୁ ଆସିଛି। ୨୦୧୭ ମସିହାରେ ନୁର୍ ଯେତେ ବେଳେ ପ୍ରେମ ସମ୍ପର୍କରେ ଆସିଥିଲେ ତାଙ୍କ ପ୍ରେମିକ ଥିଲେ ଜୈଗର। ସେତେବେଳେ ତାଙ୍କୁ ୭୪ ବର୍ଷ ଥିବା ବେଳେ ନୁର୍ ହୋଇଥିଲେ ମାତ୍ର ୨୨ ବର୍ଷର।