Advertisement
photoDetails0hindi

Diabetes: ମଧୁମେହ ରୋଗୀଙ୍କ ପାଇଁ ଖୁସି ଖବର, ଆପଣାନ୍ତୁ ଏହି ଉପାୟ, ବଢିବନି ବ୍ଲଡ Blood Sugar!

Low GI Foods For Diabetes: ମଧୁମେୟ ଆକ୍ରାନ୍ତଙ୍କ ହେଲେ,ଆପଣମାନେ ଜାଣିଥିବେ ରୋଗୀ ଜଣଙ୍କ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଯେମିତି ଛୋଟିଆ ଖଣ୍ଡିଆଟି ହେଲେ ଶୁଖିବାକୁ ବହୁ ଦିନ ଲାଗିଥାଏ । କୌଣସି ଅସ୍ତ୍ରୋପ୍ରଚାର କରିବା ସହଜ ହୋଇନଥାଏ । କିନ୍ତୁ ଆପଣ ହୁଏତ ଜାଣି ନଥିବେ, ଯେ ମଧୁମେୟ ଆକ୍ରାନ୍ତ ହେଲେ, ତାହା ହୃଦଘାତର ଆଶଙ୍କାକୁ ମଧ୍ୟ ବଢ଼ାଇ ଦେଇଥାଏ । ବିଶେଷଜ୍ଞଙ୍କ କହିବା ଅନୁସାରେ ମଧୁମେୟ ଆକ୍ରାନ୍ତଙ୍କ କ୍ଷେତ୍ରରେ ହୃଦଘାତ ଆଶଙ୍କା ୫୦ପ୍ରତିଶତ ବଢ଼ି ଯାଇଥାଏ । ଯାହା ଅତ୍ୟନ୍ତ ଚିନ୍ତା ଜନକ ।

1/5

ମସୁର ଡାଲି ଆମର ଦୈନନ୍ଦିନ ଖାଦ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ।  ଯାହା ପ୍ରୋଟିନ୍ ଏବଂ ଫାଇବରରେ ଭରପୂର ଅଟେ । ଏବଂ ଏହା କ୍ୟାଲସିୟମ୍, ପୋଟାସିୟମ୍ ଏବଂ ଭିଟାମିନ୍ ବି -୯ ର ଏକ ଉତ୍ତମ ଉତ୍ସ ବୋଲି କହିପାରିବା । ଏହାର ଜିଆଇ ପ୍ରାୟ ୨୫ ରୁ ୩୦ ଅଟେ । ଯାହାକୁ ମଧୁମେହ ରୋଗୀମାନେ ସାମାନଙ୍କର ଡାଏଟରେ ସାମିଲ କରିପାରିବେ । 

 

2/5

ଗାଜର ସାଧାରଣତଃ ଶୀତଦିନେ ଅଧିକ ମିଳିଥାଏ । କିନ୍ତୁ ଏହା ବର୍ଷସାରା ବଜାରରେ ଉପଲବ୍ଧ ହୁଏ, ଏଥିରେ ପୋଟାସିୟମ୍, ବିଟା-କାରୋଟିନ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ବହୁ ପରିମାଣରେ ମିଳିଥାଏ | ଏହାର କମ୍ ଜିଆଇ ହେତୁ ଏହା ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ କରେ ।

3/5

କ୍ଷୀର ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଭଲ ବୋଲି ବିବେଚନା କରାଯାଏ, କାରଣ ଏଥିରେ ପୋଷକ ତତ୍ତ୍ୱର ଅଭାବ ନାହିଁ । ତଥାପି, ମଧୁମେହ ରୋଗୀମାନେ କମ୍ ଚର୍ବିଯୁକ୍ତ କ୍ଷୀର ପିଇବା ଉଚିତ୍ । ଏହାର ଜିଆଇ କମ୍ ଅଟେ । ମନେରଖନ୍ତୁ ଯେ କ୍ଷୀରରେ ଚିନି ମିଶାଇବେ ନାହିଁ । 

 

4/5

ଆମକୁ ପ୍ରାୟତଃ ଜଳଖିଆରେ ଓଟସ୍ ଖାଇବାକୁ ପରାମର୍ଶ ଦିଆଯାଏ, କାରଣ ଏଥିରେ ଫାଇବର ଏବଂ ବିଟା-ଗ୍ଲୁକାନ୍ ଥାଏ । ଏଥିରେ କମ୍ ଗ୍ଲାଇସେମିକ୍ ଇଣ୍ଡେକ୍ସ ଥାଏ ଏବଂ ସେହି ସମୟରେ ଏଥିରେ ଥିବା କ୍ୟାଲୋରୀ ପରିମାଣ ଅଳ୍ପ ଅଟେ ।

5/5

 ରାଜମା ସାଧାରଣତଃ ସମସ୍ତଙ୍କୁ ଭଲଲାଗେ ଖାଇବାକୁ । କିନ୍ତୁ ଆପଣ ଜାଣନ୍ତି କି ଏହାର କମ୍ ଜିଆଇ ଅଛି। ଏହା ସହିତ ଫାଇବର ଏବଂ ପ୍ରୋଟିନ୍ ମଧ୍ୟ ଭରପୂର ଅଟେ। ଯେଉଁଥିପାଇଁ ଏହା ମଧୁମେହ ରୋଗୀଙ୍କ ପାଇଁ ଏକ ସୁସ୍ଥ ଖାଦ୍ୟ ଭାବରେ ବିବେଚନା କରାଯାଏ |

(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । ଜି ଓଡିଶା ଏହାକୁ ନିଶ୍ଚିତ କରେ ନାହିଁ ।)