Advertisement
Photo Details/zeeodisha/odisha1781652
photoDetails0hindi

katrina kaif Birthday: ଫଟାଫଟ୍ ଇଂରାଜୀ କହୁଥିବା କ୍ୟାଟ୍ରିନା କେବେ ଯାଇନାହାନ୍ତି ସ୍କୁଲ, କାରଣ ଜାଣିଲେ ହେବେ ଆର୍ଶ୍ଚଯ୍ୟ!

katrina kaif Birthday: ଅନେକ ବିଦେଶୀ ଅଭିନେତ୍ରୀ ବଲିଉଡ଼ରେ ପାଦ ଦେଇଥିବା ବେଳେ ସେମାନଙ୍କ ମଧ୍ଯରୁ ଖୁବ କମ୍ ଜଣ ସଫଳତାର ସ୍ୱାଦ ଚାଖିପାରିଛନ୍ତି । ସେମାନଙ୍କ ମଧ୍ୟରୁ ଏମିତି ଜଣେ ଅଭିନେତ୍ରୀ ହେଉଛନ୍ତି କ୍ୟାଟ୍ରିନା କୈଫ । ବର୍ତ୍ତମାନ ସମୟରେ ବଲିଉଡ଼ର ଏକ ଆଗଧାଡ଼ିର ଅଭିନେତ୍ରୀ ଭାବେ ବେଶ ଜଣାଶୁଣା କ୍ୟାଟ୍ରିନା, କିନ୍ତୁ ସଫଳତାର ଏହି ଶିଖରରେ ପହଞ୍ଚିବା ପାଇଁ ତାଙ୍କୁ ଅନେକ ଥର ରିଜେକ୍ସନ୍ ର ଶିକାର ହେବାକୁ କରିବାକୁ ପଡିଥିଲା ।  

1/5

ବଲିଉଡ଼ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଆଜି ତାଙ୍କର ୪୦ତମ ଜନ୍ମଦିନ ପାଳନ କରୁଛନ୍ତି । ଅଳ୍ପ ବୟସରେ ସେ ମଡେଲିଂ ଦୁନିଆରେ ପାଦ ଦେଇଥିବା କ୍ୟାଟ୍ରିନା ଏବେ ବଲିଉଡ଼ ଆଗ ଗାଡ଼ିର ଅଭିନେତ୍ରୀ ଅଟନ୍ତି । ବର୍ତ୍ତମାନ ସେ ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନକୁ ଉପଭୋଗ କରୁଛନ୍ତି । ତେବେ ସଫଳତାର ଶିଖରରେ ପହଁଞ୍ଚିବା ଲାଗି କ୍ୟାଟ୍ରିନାଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଲା ।

2/5

୨୦୦୩ ମସିହାରେ 'ବୁମ୍' ଚଳଚ୍ଚିତ୍ର ଜରିଆରେ ସେ ବଲିଉଡ଼ରେ ଡେବ୍ୟୁ କରିଥିଲେ । କିନ୍ତୁ ଏହି ଫିଲ୍ମଟି ଫ୍ଲପ୍ ହୋଇଯାଇଥିଲା । ଏହାପରେ 'ୱେଲକମ୍' ଓ 'ମେନ୍ ପ୍ୟାର୍ କ୍ୟୁନ୍ କିୟା' ସିନେମାରେ କ୍ୟାଟ୍ରିନଙ୍କ ନିଜର ଚମତ୍କାର ଅଭିନୟ ଫଳରେ ଦର୍ଶକଙ୍କ ହୃଦୟ ଜିତିଥିଲେ । ଏହାପରେ ସେ 'ରାଜନୀତି' ଓ 'ଟାଇଗର ଜିନ୍ଦା ହୈ', 'ପାର୍ଟନର', 'ନମସ୍ତେ ଲଣ୍ଡନ', 'ସିଂ ଇଜ୍ କିଙ୍ଗ' ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ରରେ ତାଙ୍କ ଦମଦାର ଅଭିନୟ ତାଙ୍କୁ ରାତାରାତି ସୁପରଷ୍ଟାର କରିଥିଲା ।

3/5

କିନ୍ତୁ, ଖରାପ ହିନ୍ଦୀ ଯୋଗୁଁ ତାଙ୍କୁ ଅନେକ ଥର ରିଜେକ୍ସନ୍ ର ଶିକାର ହେବାକୁ ପଡ଼ିଥିଲା । କିନ୍ତୁ ଆପଣ ଜାଣି ଆର୍ଶ୍ଚଯ୍ୟ ହେବେ ଫଟାଫଟ୍ ଇଂରାଜୀ କହୁଥିବା କ୍ୟାଟ୍ରିନା କେବେ ବି ସ୍କୁଲ ଯାଇନାହାଁନ୍ତି ।

4/5

କ୍ୟାଟ୍ରିନାଙ୍କ ପିତା ମହମ୍ମଦ କୈଫ କାଶ୍ମୀରର ଜଣେ ବ୍ରିଟିଶ ବ୍ୟବସାୟୀ ଥିବାବେଳେ ମାତା ସୁଜେନ ବ୍ରିଟିଶ ନାଗରିକ ଥିଲେ। ଅଭିନେତ୍ରୀଙ୍କ ପିଲାଦିନ ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ପ୍ରାୟ ୧୮ଟି ଦେଶରେ ଅତିବାହିତ ହୋଇଥିଲା । କ୍ରମାଗତ ଭ୍ରମଣ ହେତୁ କ୍ୟାଟ୍ରିନା କେବେ ସ୍କୁଲ ଯାଇପାରିନଥିଲେ, ତାଙ୍କୁ ପାଠ ପଢାଇବା ଲାଗି ଜଣେ ଘରୋଇ ଶିକ୍ଷକ ନିଯୁକ୍ତ ହୋଇଥିଲେ।

5/5

ମାତ୍ର ୧୪ ବର୍ଷ ବୟସରେ କ୍ୟାଟ୍ରିନା ମଡେଲ ଭାବରେ କ୍ୟାରିୟର ଆରମ୍ଭ କରିଥିଲେ । କିଛି ବର୍ଷ ପରେ, ସେ ମୁମ୍ବାଇ ଯାଇ ସେଠାରେ ନିଜର ମଡେଲିଂ କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ ସେ ବଲିଉଡ଼ରେ ପାଦ ଦେଇଥିଲେ ।