Jaya Kishori: ଜୟା କିଶୋରୀଙ୍କୁ ବା କିଏ ନ ଜାଣେ । ମୋଟିଭେସନାଲ ସ୍ପିକର ଓ ୟୁଥ ଆଇକନ ଭାବେ ସେ ସାରା ଦେଶରେ ଜଣାଶୁଣା । ସୋସିଆଲ ମିଡ଼ିଆରେ ମଧ୍ୟ ତାଙ୍କ କ୍ରେଜ ଦେଖିବାକୁ ମିଳେ । ପ୍ରେରଣାଦାୟୀ ସ୍ପିଚ୍ ଦେଉଥିବା ଜୟା କିଶୋରୀଙ୍କର ବାଘେଶ୍ୱର ଧାମ ବାବା ଧିରେନ୍ଦ୍ର ଶାତ୍ସୀଙ୍କ ସହ ବିବାହକୁ ନେଇ କିଛି ଦିନ ପୂର୍ବରୁ ବେଶ ଚର୍ଚ୍ଚା ଚାଲିଥିଲା । କିନ୍ତୁ ଆଜି ଆମେ ଜୟା କିଶୋରୀଙ୍କ ଏପରି ଏକ କଥାକୁ ନେଇ ଆଲୋଚନା କରିବା ଯାହା ସେ ନିଜ ସଭା ମାଧ୍ୟମରେ କହିଥିଲେ ।
ମୋଟିଭେସନାଲ ସ୍ପିଚ୍ ଓ ଲାଇଫ ମାନେଜମେଣ୍ଟ ଟିପ୍ସ ପାଇଁ ଜୟା କିଶୋରୀ ଯୁବପୀଢିଙ୍କ ମଧ୍ୟରେ ବେଶ ଲୋକପ୍ରିୟ ହୋଇପାରିଛନ୍ତି । ଏନେଇ ସେ ଅନେକ ସେମିନାର ଓ ୱେବିନାର୍ ମଧ୍ୟ ପରିଚାଳନା କରିଥାଆନ୍ତି ।
କିଛି ମାସ ପୂର୍ବରୁ, ଜୟା କିଶୋରୀ ନିଜ ସଭା ସମୟରେ କହିଥିଲେ କି ମୟୂରୀ ମୟୂର ସହ ଶାରୀରିକ ସମ୍ପର୍କ ରଖିନଥାଏ । ମୟୂରର ଲୁହ ପିଇ ମୟୂରୀ ଗର୍ଭବତୀ ହୁଏ । ଏହି କାରଣରୁ ଭଗବାନ କୃଷ୍ଣ ମୟୂର ପକ୍ଷୀ ଲଗାଇ ଥାଆନ୍ତି । ତାଙ୍କର ଏହି ଯୁକ୍ତି ପରେ ସୋସିଆଲ ମିଡି଼ଆରେ ଲୋକମାନଙ୍କ ଭିନ୍ନ ଭିନ୍ନ ମତ ଦେଖିବାକୁ ମିଳିଥିଲା ।
ବିଜ୍ଞାନ ଦୃଷ୍ଟିକୋଣରୁ ତାଙ୍କର ଏପରି ଯୁକ୍ତିର କୌଣସି ସତ୍ୟତା ନାହିଁ । ମୟୂରୀ ମୟୂର ସହ ଶାରୀରିକ ସମ୍ପର୍କ ସ୍ଥାପନ କରିଥାଏ ଯାହା ପରେ ସେ ଗର୍ଭଧାରଣ କରିଥାଏ । ଜୟା କିଶୋରୀଙ୍କ ପୂର୍ବରୁ ଅନ୍ୟ ଜଣେ କଥାକାର ମଧ୍ୟ ଏହି ସମାନ ଯୁକ୍ତି ରଖିଥିଲେ ଯେ ମୟୁର ବ୍ରହ୍ମଚାରୀ ଅଟେ। ସେଥିପାଇଁ ମୟୂରକୁ ଜାତୀୟ ପକ୍ଷୀର ମାନ୍ୟତା ଦିଆଯାଇଛି ।ତେବେ ଏହି କଥାଟି ବିଶ୍ୱାସ ଉପରେ ଆଧାରିତ ଅଟେ । ଯଦି ଆପଣଙ୍କ ମନରେ ମୟୂରୀର ଗର୍ଭଧାରଣକୁ ନେଇ ଏହି ଲୁହ ପିଇବା ପ୍ରସଙ୍ଗ ଆସୁଛି ତାହାଲେ ଏହି ଭୁଲ ଧାରଣାକୁ ମନରୁ ହଟାଇ ଦିଅନ୍ତୁ ।
ଅନେକ ୱାଇଲ୍ଡ ଲାଇଫ ଫଟୋଗ୍ରାଫର ମୟୂର-ମୟୂରୀର ମିଳନ ସମୟର ଫଟୋକୁ ନିଜ କ୍ୟାମେରାରେ କଏଦ କରିଛନ୍ତି । କେତେକ ବନ୍ୟଜନ୍ତୁ ପତ୍ରିକାରେ ଏହା ମଧ୍ୟ ଦାବି କରାଯାଇଛି ଯେ ଏହି ପକ୍ଷୀଙ୍କୁ ସମ୍ପର୍କ ସ୍ଥାପନ କରିବାକୁ ୧୫ ସେକେଣ୍ଡର ସମୟ ଲାଗିଥାଏ। ମୟୂର ମୟୁରୀକୁ ସ୍ପର୍ମ ଟ୍ରାନ୍ସଫର କରିଥାଏ ଫଳରେ ମୟୂରୀ ଗର୍ଭ ଧାରଣ କରେ।
ଜୟା କିଶୋରୀ ନିଜ ପରିବାର ସହିତ କୋଲକାତାରେ ରୁହନ୍ତି । ଜୟା ଅଳ୍ପ ବୟସରେ ଭାଗବତ ଗୀତା ପ୍ରତି ଆକର୍ଷିତ ହେବା ଆରମ୍ଭ କରିଥିଲେ। ଜୟାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବା ନେଇ ଲୋକମାନେ ବେଶ ଆଗ୍ରହୀ ଥାଆନ୍ତି।
ଏକ ସାକ୍ଷାତକାରରେ ଜୟା କିଶୋରୀଙ୍କୁ ତାଙ୍କ ବିବାହ ବିଷୟରେ ପଚରାଯାଇଥିଲା, ସେତେବେଳେ ସେ କହିଥିଲେ ଯେ ମୁଁ କୌଣସି ସାଧୁ ନୁହେଁ ବରଂ ଜଣେ ସାଧାରଣ ଝିଅ ଅଟେ। ମୁଁ ମଧ୍ୟ ଅନ୍ୟ ଝିଅଙ୍କ ପରି ସାଧାରଣ ଜୀବନଯାପନ କରିବାକୁ ଚାହୁଁଛି ।
ତେବେ ଜୟା କିଶୋରୀ ନିଜ ବିବାହକୁ ନେଇ ଏକ ନିଆରା ସର୍ତ୍ତ ରଖିଛନ୍ତି । ଏକ ଭିଡିଓରେ ସେ କହିଛନ୍ତି ଯେ ଯଦି ମୁଁ କୋଲକତାରେ ବିବାହ କରେ ତେବେ ଭଲ ହେବ। କାରଣ ମୁଁ କୌଣସି ସମୟରେ ମୋ ଘରକୁ ଆସି ଖାଇ ପାରିବି । କିନ୍ତୁ ଏହା ସତ ଯେ ବିବାହ ପରେ ମଧ୍ୟ ମୁଁ ପ୍ରଭୁଙ୍କୁ ପୂଜା କରିବା ବନ୍ଦ କରିବି ନାହିଁ ।
ट्रेन्डिंग फोटोज़