Advertisement
photoDetails0hindi

Valentine week 2023: ଆରମ୍ଭ ହେଉଛି ଭାଲେନଣ୍ଟାଇନ ସପ୍ତାହ, ଜାଣନ୍ତୁ ପ୍ରତ୍ୟେକ ଦିନ ସହ ଜଡ଼ିତ କିଛି ରୋଚକ କଥା

Valentine Week 2023: ଫେବୃଆରୀ ମାସର ଦ୍ବିତୀୟ ସପ୍ତାହରୁ ପ୍ରେମୀ ଯୁଗଳଙ୍କ ପାଇଁ ଆରମ୍ଭ ହୋଇଯାଏ ଭାଲେନଣ୍ଟାଇନ ସପ୍ତାହ ବା ପ୍ରେମ ସପ୍ତାହ । ରୋଜ୍‌ ଡେରୁ ଆରମ୍ଭ ହୋଇ ପ୍ରପୋଜ୍‌ ଡ଼େ, ଚକୋଲେଟ ଡ଼େ, ପ୍ରୋମିଜ ଡେ, ଟେଡି଼ ଡ଼େ, ହଗ ଡ଼େ ଓ କିସ୍‌ ଡ଼େ ପରେ ଭାଲେନଣ୍ଟାଇନ ଡ଼େରେ ଶେଷ ହୋଇଥାଏ ।  

1/8

ରୋଜ ଡ଼େ- ଭାଲେନଣ୍ଟାଇନ ସପ୍ତାହ ଆରମ୍ଭ ହୋଇଥାଏ ରୋଜ ଡ଼େରୁ । ଭାଲେଣ୍ଟାଇନ୍ ସପ୍ତାହର ପ୍ରଥମ ଦିନକୁ ପ୍ରେମର ପରୀକ୍ଷା ଦିନ ଭାବେ ପାଳନ କରାଯାଇଥାଏ। ସରଳ ଭାଷାରେ କହିବାକୁ ଗଲେ ଗୋଲାପ ଫୁଲର ବାସ୍ନା ଓ ସୌନ୍ଦର୍ଯ୍ୟ ସହ ଆରମ୍ଭ ହୋଇଥାଏ ଏକ ନୂଆ ସମ୍ପର୍କ । ଏହି ଦିନ ପ୍ରେମୀ ଯୁଗଳ ପରସ୍ପରକୁ ଗୋଲାପ ଫୁଲ ଦେଇ ନିଜ ପ୍ରେମ ଜାହିର କରିଥାନ୍ତି।

 

2/8

ପ୍ରପୋଜ ଡ଼େ- ଏହି ଦିନ ସିଙ୍ଗଲ ମାନଙ୍କ ପାଇଁ ବେଶ ଖାସ୍ ହୋଇଥାଏ ଯଦି ଆପଣ କାହାକୁ ଭଲ ପାଉଛନ୍ତି ଆଉ ନିଜର ମନ କଥା କହିପାରିନାହାନ୍ତି ତାହାଲେ ଏହି ଡ଼େରି ନକରି ପ୍ରପୋଜ ଡ଼େରେ ଖୋଲି କରି ନିଜ ମନ କଥା କହିପାରିବେ ।

3/8

ଚକୋଲେଟ ଡ଼େ- ଚକୋଲେଟ୍ ଖାଇବାକୁ କାହାକୁ ବା ଭଲ ଲାଗେନି । ତେବେ ନୂଆ ଆରମ୍ଭ ହୋଇଥିବା ସପଂର୍କରେ ମିଠାସ ଭରି ଦେବାଲାଗି ଭାଲେଣ୍ଟାଇନ୍ ସପ୍ତାହର ତୃତୀୟ ଦିନକୁ ଚକୋଲେଟ୍ ଡ଼େ ଭାବେ ପାଳନ କରାଯାଇଥାଏ । ମାନସିକ ଚାପ ଦୂର କରିବା ପାଇଁ ହେଉ ଅବା କାହାକୁ ପ୍ରେମ ନିବେଦନ କରିବା ପାଇଁ ହେଉ ଚକୋଲେଟ୍ ବିଭିନ୍ନ କାରଣରୁ ବ୍ୟବହାର କରାଯାଇଥାଏ । ଏହି ଦିନ ସାଥୀଙ୍କୁ ମନ ପସନ୍ଦର ଚକୋଲେଟ୍ ଦିଆଯାଇଥାଏ ।

4/8

ଟେଡ଼ି ଡ଼େ- ଏହି ଦିନକୁ ଟେଡି ବିୟର ଭାବେ ପାଳନ କରାଯାଇଥାଏ। ଏହି ଦିନ ନିଜ ପ୍ରିୟଜନଙ୍କୁ ଟେଡି ବିୟର ଉପହାର ଦେଇ ନିଜର ପ୍ରେମକୁ ଜାହିର କରାଯାଇଥାଏ । କାରଣ ଟେଡି ବିୟର ଭଳି ମଣିଷର ହୃଦୟ ମଧ୍ଯ କୋମଳ ହୋଇଥାଏ। ହୃଦୟର କୋମଳତାକୁ ଅନୁଭବ କରିବା ପାଇଁ ପରସ୍ପରକୁ ଟେଡି଼ ବିୟର ଉପହାର ଦେଇଥାନ୍ତି ପ୍ରେମୀ ଯୁଗଳ ।

5/8

ପ୍ରୋମିଜ ଡ଼େ- ଏହି ଦିନରେ ସେମାନେ ପରସ୍ପର ସହ ସାରା ଜୀବନ ଏକାଠି ରହିବେ ବୋଲି ପ୍ରତିଶ୍ରୃତି କରିଥାଆନ୍ତି ପ୍ରେମୀ ଯୁଗଳ । ଏହି ଦିନକୁ କେବଳ ନିଜ ପାର୍ଟନରଙ୍କ ସହ ନୁହେଁ ବରଂ ଆପଣଙ୍କ ହୃଦୟର ନିକଟତର ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ସହ ମଧ୍ୟ ସେଲିବ୍ରେଟ୍ କରାଯାଇପାରିବ ।

6/8

ହଗ ଡ଼େ- ଏହି ଦିନରେ ଲୋକମାନେ ପରସ୍ପରକୁ ଆଲିଙ୍ଗନ କରି ପ୍ରେମ ଓ ଭଲ ପାଇବା ପ୍ରକାଶ କରିଥାନ୍ତି। ଏହି ଦିନର ବଡ଼ ବିଶେଷତ୍ୱ ମଧ୍ୟ ରହିଛି । ଏହି ଦିନ ଆଲିଙ୍ଗନ ବାହାନାରେ ସାମ୍ନାରେ ଥିବା ବ୍ୟକ୍ତି ଆମକୁ କେତେ ଭଲ ପାଆନ୍ତି ତାହା ଜାଣିବାର ସୁଯୋଗ ମିଳିଥାଏ।

7/8

କିସ ଡ଼େ- ଏହି ଦିନ ପ୍ରେମୀ ଯୁଗଳ ପରସ୍ପରକୁ ଚୁମ୍ବନ ଦେଇ ନିଜ ପ୍ରେମକୁ ଜାହିର କରିଥାନ୍ତି। ବିନା ଶବ୍ଦରେ ପ୍ରେମକୁ ଜାହିର କରିବା ପାଇଁ ଗୋଟିଏ ଭଲ ପାଇବା ଭରା ଚୁମ୍ବନ ହିଁ ଯଥେଷ୍ଟ ହୋଇଥାଏ ।

8/8

ଭାଲେନଣ୍ଟାଇନ ଡ଼େ- ଭାଲେଣ୍ଟାଇନ ସପ୍ତାହର ଶେଷ ଦିନ ଅର୍ଥାତ୍ ଭାଲେଣ୍ଟାଇନ ଡ଼େ। ଏହି ଦିନକୁ ପ୍ରେମୀ ଯୁଗଳମାନେ ନିଜ ନିଜ ଢଙ୍ଗରେ ପାଳନ କରିଥାନ୍ତି। କିଏ ବୁଲିବା ପାଇଁ ପ୍ଲାନ୍ କରୁଛନ୍ତି ତ ଆଉ କିଏ ଡିନର୍ ଡେଟରେ ଯାଇଥାଆନ୍ତି ।