Advertisement
photoDetails0hindi

Lilima Minz Marriage: ବିବାହ ବନ୍ଧନରେ ବାନ୍ଧିହେଲେ ହକି ତାରକା ଲିଳିମା ମିଞ୍ଜ୍, ଜାଣନ୍ତୁ କ'ଣ କରନ୍ତି ତାଙ୍କ ଜୀବନସାଥୀ

Lilima Minz Stalin Marriage: ସାରା ରାଜ୍ୟରେ ଏବେ ଉତ୍ସବର ମାହୋଲ। କାରଣ ଆଗକୁ ହେବାକୁ ଯାଉଛି ହକି ବିଶ୍ୱକପ । ଏହି ସମୟରେ ଏକ ଖୁସିର ଖବର ସାମ୍ନାକୁ ଆସିଛି।  ପୂର୍ବତନ ୨ ଅନ୍ତର୍ଜାତୀୟ ହକି ଖେଳାଳି ଆଜି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।  ଏହି ବିବାହ ଉତ୍ସବରେ ଉଭୟଙ୍କ ପରିବାର ବର୍ଗ ସାମିଲ ହୋଇଥିଲେ।

1/5

ଷ୍ଟାଲିନ ଭିକ୍ଟର ମିଞ୍ଜ ହେଉଛନ୍ତି  ପୂର୍ବତନ ଅନ୍ତର୍ଜାତୀୟ ହକି ଖେଳାଳି । ତେବେ ଲିଳିମା ତାଙ୍କର ପିଲାବେଳର ବାନ୍ଧବୀ। ଦୁହେଁ ଦୀର୍ଘ ବର୍ଷ ଧରି ପରସ୍ପରକୁ ଡେଟ୍ କରିବା ପରେ ଚଳିତବର୍ଷ ନଭେମ୍ବର ୪ ରେ ନିର୍ବନ୍ଧ କରିଥିଲେ।

2/5

ତେବେ ଆଜି ରାଜଗାଙ୍ଗପୁର ବିହାବନ୍ଧ ଚର୍ଚ୍ଚରେ ଖ୍ରୀଷ୍ଟିଆନ ଧର୍ମ ଅନୁସାରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି। ବିହାବନ୍ଧ ଚର୍ଚ୍ଚର ଫାଦର ବିପିନ ମାଝୀ ଏହି ବିବାହ କାର୍ଯ୍ୟ ସମ୍ପନ୍ନ କରାଇଥିଲେ। ଏହି ବିବାହ ଉତ୍ସବରେ ହକି ତାରକା ନମିତା ଟପ୍ପୋ, ସୁନିତା ଲାକ୍ରା, ହକି କୋଚ ସିଲଭାଷ୍ଟର ଟପ୍ପୋଙ୍କ ସମେତ ଲିଲିମା ଓ ଷ୍ଟାଲିନଙ୍କ ପରିବାର ବର୍ଗ ଉପସ୍ଥିତ ଥିଲେ। 

3/5

ବିବାହ ପରେ ଆଦିବାସୀ ନୃତ୍ଯଗୀତରେ ଚର୍ଚ୍ଚ ପରିସର ଝୁମି ଉଠିଛି ଲିଲିମାଙ୍କ ପୈତୃକ ବାସଭବନରେ ଭୋଜିଭାତର ଆୟୋଜନ ହୋଇଛି। ଏହି ଅବସରରେ ବିବାହ ଉତ୍ସବରେ ସମସ୍ତେ ଯୋଗ ଦେଇ ଆର୍ଶୀବାଦ ଦେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ହକି ତାରକା ଲିଳିମା।

4/5

ଲିଲିମାଙ୍କ ହାତ ଧରିଥିବା ହକି ଖେଳାଳି ଷ୍ଟାଲିନଙ୍କ ଘର କେଶ୍ରାମାଲରେ। ଗତ ନଭେମ୍ବର ୪ ତାରିଖରେ ନିର୍ବନ୍ଧ ସରିଥିଲା। ୨୦୧୬ରେ ବ୍ରାଜିଲ ଠାରେ ଆୟୋଜିତ ରିଓ ଅଲିମ୍ପିକରେ ଲିଲିମା ଭାରତୀୟ ମହିଳା ହକି ଦଳରୁ ଖେଳିଥିଲେ। 

5/5

ସେତେବେଳେ ସୁନ୍ଦରଗଡ଼ର ଚର୍ଚ୍ଚିତ ଖେଳାଳି ଦୀପଗ୍ରେସ ଏକ୍କା, ନମିତା ଟପ୍ପୋ, ସୁନିତା ଲାକ୍ରା ଖେଳି ଓଡ଼ିଶା ପାଇଁ ଗୌରବ ଆଣିଥିଲେ। ଏହା ପରେ ୨୭ ବର୍ଷ ବୟସରେ ଲିଲିମା ହକିରୁ ଅବସର ଘୋଷଣା କରିଥିଲେ।